• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

ପଛୁଆ ବର୍ଗ କମିଶନ ସଂଶୋଧନ ବିଲ-୨୦୨୦: ଶାସକ-ବିରୋଧୀ ମୁହାଁମୁହିଁ

କେନ୍ଦ୍ରର ଚାପରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଥିବାବେଳେ ଏବେ ଲୋକଦେଖାଣିଆ ଢଙ୍ଗରେ ଜାତିଭିତ୍ତିକ ଗଣନାରେ ଓବିସି ବର୍ଗ ପାଇଁ ରାଜ୍ୟସ୍ତରରେ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପଛୁଆ ବର୍ଗ କମିଶନ ସଂଶୋଧନ ବିଲ-୨୦୨୦: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ପ୍ରଥମେ କେନ୍ଦ୍ରକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ରଖିଲେ । କେନ୍ଦ୍ର ନାଁ କଲା ପରେ ନିଜେ ନେଲେ ଐତିହାସିକ ପଦକ୍ଷେପ । ଏଭଳି ଢଙ୍ଗରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଜନସଂଖ୍ୟାର ୫୦ ଭାଗରୁ ଅଧିକ ପଛୁଆ ବର୍ଗଙ୍କ ଗଣନା ଏବଂ ସ୍ଥିତି ଜାଣିବାକୁ ସରକାରଙ୍କ ବିଧେୟକ ପରେ ଚର୍ଚ୍ଚା ଜୋର ଧରିଛି । ବିରୋଧୀମାନେ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ।

କେନ୍ଦ୍ରର ଚାପରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଥିବାବେଳେ ଏବେ ଲୋକଦେଖାଣିଆ ଢଙ୍ଗରେ ଜାତିଭିତ୍ତିକ ଗଣନାରେ ଓବିସି ବର୍ଗ ପାଇଁ ରାଜ୍ୟସ୍ତରରେ ଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ସରକାରଙ୍କ ଆନ୍ତରିକତା ଅଛି ତେବେ ଓବିସିଙ୍କ ପାଇଁ ଥିବା ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଏଯାଏ ଲାଗୁ କରୁନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଯଦି ଗଣନା କରୁଛନ୍ତି ତେବେ ରାଜ୍ୟରେ ଥିବା ୫୦ ପ୍ରତିଶତରୁ ଅଧିକ ଓବିସିଙ୍କୁ ସଂରକ୍ଷଣ ଦେବେ କି ବୋଲି ବିଜେପି ପ୍ରଶ୍ନ କରିଛି ।

ତେଣୁ କେବଳ ଏହାଦ୍ୱାରା କେବଳ ରାଜନୈତିକ ଫାଇଦା ନେବାକୁ ବିଜେଡି ଉଦ୍ୟମ କରିଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ ୨୦ ବର୍ଷ ଧରି ଶାସନରେ ଥିବା ବିଜେଡିର ଏତେ ବର୍ଷ ଧରି କାହିଁକି ଓବିସିଙ୍କ କଥା ମନେ ପଡୁ ନ ଥିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ତେଣୁ କେବଳମାତ୍ର ରାଜନୈତିକ ଫାଇଦା ପାଇଁ ବିଜେଡି ଏଭଳି ଷ୍ଟଣ୍ଟ ଖେଳିଥିବା କଂଗ୍ରେସ କହିଛି ।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ବିଜେଡି ବିରୋଧୀଙ୍କୁ କଡା ଜବାବ ଦେଇଛି । ରାଜ୍ୟର ପଛୁଆ ବର୍ଗଙ୍କ ସ୍ୱାର୍ଥ ପାଇଁ ଏହି ଗଣନା ନିହାତି ଦରକାର । ଯାହାକୁ କେନ୍ଦ୍ର ସରକାର ନ ଶୁଣିବାରୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ କାର୍ଯ୍ୟ କରୁଥିବା ନବୀନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ଥିବା ପଛୁଆ ବର୍ଗଙ୍କ ସ୍ଥିତି ଜଣାପଡିବା ସହ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ । ତେଣୁ ଏଭଳି ବ୍ୟବସ୍ଥାକୁ ବିରୋଧ ଆଳରେ ବିରୋଧ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି । ଅନ୍ୟପକ୍ଷରେ ଏହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ଏବଂ ଆଗକୁ ଏହି ଗଣନା କରାଯାଇ କିଭଳି ଢଙ୍ଗରେ ଓବିସିଙ୍କୁ ଲାଭ ଦିଆଯାଇ ପାରୁଛି ତାହା ହିଁ ପ୍ରମୁଖ ପ୍ରଶ୍ନ ବୋଲି ସମୀକ୍ଷକ କହିଛନ୍ତି ।