close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଚର୍ଚ୍ଚାରେ ଓଡ଼ିଆ ପୁଅ ଅଭିଷେକ

ଯୁବାସ୍ଥାରୁ ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ଓଡିଆ ପୁଅ ଅଭିଷେକ ସ୍ୱାଇଁ। ଭୁବନେଶ୍ୱର ବାଳକାଟି ଅଞ୍ଚଳର ଅଭିଷେକ ସର୍ଟ ଫିଲ୍ମ ନିର୍ମାଣ କରିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଯୁବାବସ୍ଥାରୁ ଚଳଚ୍ଚିତ୍ର ନିର୍ମାଣ କରିବା ନିଶାରେ ସେ ସମାଜକୁ ଏକ ମୂଲ୍ୟବୋଧର ବାର୍ତ୍ତା ଦେବାର ପ୍ରୟାସ ଜାରି ରଖିଛନ୍ତି। ତେବେ ଫିଲ୍ମ ନିର୍ମାଣରେ ନିଜ କ୍ୟାରିୟର କରିବା ସହ ଆଗାମୀ ଦିନରେ ଆହୁରି ସ୍ୱତନ୍ତ୍ର  ବିଷୟ କଥାବସ୍ତୁକୁ ନେଇ ଫିଚର ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଭିଷେକ।  

ଚର୍ଚ୍ଚାରେ ଓଡ଼ିଆ ପୁଅ ଅଭିଷେକ

ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ଯୁବାସ୍ଥାରୁ ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ଓଡିଆ ପୁଅ ଅଭିଷେକ ସ୍ୱାଇଁ। ଭୁବନେଶ୍ୱର ବାଳକାଟି ଅଞ୍ଚଳର ଅଭିଷେକ ସର୍ଟ ଫିଲ୍ମ ନିର୍ମାଣ କରିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଯୁବାବସ୍ଥାରୁ ଚଳଚ୍ଚିତ୍ର ନିର୍ମାଣ କରିବା ନିଶାରେ ସେ ସମାଜକୁ ଏକ ମୂଲ୍ୟବୋଧର ବାର୍ତ୍ତା ଦେବାର ପ୍ରୟାସ ଜାରି ରଖିଛନ୍ତି। କମ୍ପୁଟର ସାଇନ୍ସରେ ଶିକ୍ଷାଗତ ଯୋଗ୍ୟତା ସାରି କିଛି ସହଯୋଗୀଙ୍କ ସହ ସ୍ୱଳ୍ପ ଖର୍ଚ୍ଚରେ ସର୍ଟ ଫିଲ୍ମ ନିର୍ମାଣ କରି  ଅନେକ ପ୍ରଂଶସା ଓ ପୁରସ୍କାର ସାଉଁଟିଛନ୍ତି। ହଜିଯାଉଥିବା ଲୋକକଳା ଓ ପରମ୍ପରା ହେଉ ଅବା ଜଳ ନଷ୍ଟ ଭଳି ଅନେକ ମାନବଧର୍ମୀ ବିଷୟବସ୍ତୁକୁ  ନେଇ ସେ ନିର୍ମାଣ କରୁଛନ୍ତି ଚଳଚ୍ଚିତ୍ର। 

 ଅଭିଷେକ ସ୍ୱାଇଁଙ୍କ ବୟସ ମାତ୍ର ୨୨। ନିଶା ଚଳଚ୍ଚିତ୍ର ନିର୍ମାଣ କରିବା।  ଭୁବନେଶ୍ବର ଉପକଣ୍ଠ ବାଳକାଟି ଗାଁ ର ବଣମଲ୍ଲୀ ୟଙ୍ଗ ଆଇକନିକ ଫିଲ୍ମ ଡିରେକ୍ଟର ଅଭିଷେକଙ୍କ ବାସ୍ନା ଏବେ ଆନ୍ତର୍ଜାତୀୟ ସ୍ତରରେ ମହକୁଛି। ପାଠପଢା ସାରି ସର୍ଟ ଫିଲ୍ମ ନିର୍ମାଣ କରିବା ନିଶାରେ ଗୋଟିଏ ପରେ ଗୋଟିଏ ପୁରସ୍କାର ହାତେଇ ରେକର୍ଡ କରୁଛନ୍ତି ଏହି ଯୁବ ପ୍ରତିଭା। ସବୁଠାରୁ ଖାସ୍ କଥା ହେଉଛି ଛୋଟ ଛୋଟ ଫିଲ୍ମ ନିର୍ମାଣରେ ହଜିଯାଉଥିବା ଲୋକକଳା ଅବା ପରମ୍ପରା ଓ ସମାଜଧର୍ମୀ ବାର୍ତ୍ତା ଆଦି କଥାବସ୍ତୁକୁ ଅତି ନିଚ୍ଛକ ଭାବେ ପ୍ରତିପାଦନ କରିବାରେ ଧୁରନ୍ଧର। ୪୦୦ ଟଙ୍କା ବ୍ୟୟରେ ଫିଲ୍ମ ନିର୍ମାଣ କରି ୭୦ ହଜାର ଟଙ୍କାର ପୁରସ୍କାର ପାଇବାର ଯୋଗ୍ୟତା ଅର୍ଜନ କରିଛନ୍ତି ଅଭିଷେକ। 

young starଖାଲି ସେତିକିରେ ସୀମିତ ନୁହେଁ, ତାଙ୍କର ସ୍ୱତନ୍ତ୍ର  ସହଯୋଗୀଙ୍କ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନ ଗସ୍ତ କରି ସୁଟିଂ କରିବା ସହ ସେମାନଙ୍କ ଆଇଡିଆ ରେ କଣ୍ଟେଟ୍, ପ୍ରଡକ୍ସନ, ଏଡିଟିଂ, ପ୍ରି ପ୍ରଡକ୍ସନ, ପୋଷ୍ଟ ପ୍ରଡକ୍ସନ୍ ଆଦି ସମସ୍ତ କାର୍ଯ୍ୟକୁ ସଂପାଦନ କରିଥାନ୍ତି ଅଭିଷେକ। ଯାହାକି ପରେ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ଓ ଯୋଗ୍ୟ ବିବେଚିତ ପୁରସ୍କୃତ ହୋଇଛି। ଏଯାବତ ମୋଟ ୮ ଟି ଫିଲ୍ମ ନିର୍ମାଣ କରିଥିବା ବେଳେ ରାଜ୍ୟ ସ୍ତରୀୟ ସମେତ ଜାତିୟ ଓ ଅନ୍ତର୍ଜାତିୟ ସ୍ତରରେ ପ୍ରଂଶସା ଲାଭ କରିଛି ତାଙ୍କ ଫିଲ୍ମ। ତେବେ ମୁଖ୍ୟତଃ ବିଷୟବସ୍ତୁକୁ ଧ୍ୟାନ ଦେଇ ଅଧିକ ବାର୍ତ୍ତାକୁ କମ ସମୟରେ ସଜାଇ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି ଅଭିଷେକ। 

ତେବେ ଫିଲ୍ମ ନିର୍ମାଣରେ ନିଜ କ୍ୟାରିୟର କରିବା ସହ ଆଗାମୀ ଦିନରେ ଆହୁରି ସ୍ୱତନ୍ତ୍ର  ବିଷୟ କଥାବସ୍ତୁକୁ ନେଇ ଫିଚର ଫିଲ୍ମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଅଭିଷେକ।  ଯାହାକି ପରପିଢ଼ି  ପାଇଁ ପ୍ରେରଣାର ଉସ୍ତ୍ର ପାଲଟିବ ।