close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଝାରସୁଗୁଡ଼ାରୁ ଚହଟିଲେ ଦୀପ୍ତି, ପଢ଼ନ୍ତୁ ତୃତୀୟ ଶ୍ରେଣୀ ଝିଅ ଦୀପ୍ତିଙ୍କ କାହାଣୀ

ଆଖିରେ ପଟି ବାନ୍ଧି ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ତୃତୀୟ ଶ୍ରେଣୀର ଓଡ଼ିଆ ଝିଅ ଦୀପ୍ତି  

ଝାରସୁଗୁଡ଼ାରୁ ଚହଟିଲେ ଦୀପ୍ତି, ପଢ଼ନ୍ତୁ ତୃତୀୟ ଶ୍ରେଣୀ ଝିଅ ଦୀପ୍ତିଙ୍କ କାହାଣୀ
ଆଖିରେ ପଟି ବାନ୍ଧି ରେକର୍ଡ କଲେ ଦୀପ୍ତି

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: କୁହାଯାଏ ରେକର୍ଡ ସୃଷ୍ଟି କରିବା ପାଇଁ ମଣିଷର କୌଣସି ବୟସ ସୀମା ନଥାଏ । ଆଉ ରେକର୍ଡ ସୃଷ୍ଟି କରିବା ପାଇଁ ଦୃଢ଼ ଚେଷ୍ଟା, ପରିଶ୍ରମ ଓ ପ୍ରଶିକ୍ଷଣ ଦ୍ୱାରା ସବୁ ସମ୍ଭବ ହୋଇପାରିବ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିସ୍ମୟୀ ବାଳିକା ଦୀପ୍ତି ଶର୍ମା । ସମାଜରେ ଝିଅକୁ ବୋଝ ବୋଲି ଭାବି କନ୍ୟା ଭୃଣହତ୍ୟା ଭଳି ଘୃଣ୍ୟକାମ କରାଯାଉଛି । ତ ଅପରପାର୍ଶ୍ୱେ ଝିଅ ମାନେ ପୁଅ ମାନଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି ବୋଲି ବାରମ୍ୱାର ତାହା ପ୍ରମାଣିତ ହେଉଛି  ଽ  ଯାହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାରସୁଗୁଡ଼ାର ପ୍ରତିଭାବାନ ବାଳିକା ଦୀପ୍ତି ଶର୍ମା । ଝାରସୁଗୁଡ଼ାରେ ଥିବା ମାଇଁ.କିଡ୍ସ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଝିଅ ଏବେ ବେସ୍ ଚର୍ଚ୍ଚାରେ । ଦିପ୍ତୀ ଶର୍ମା ଆଖିରେ ପଟି ବାନ୍ଧି ମାତ୍ର ୩ ମିନିଟ୍ ୫୪ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ  ସ୍ଥାନ ପାଇଛନ୍ତି । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଦୀପ୍ତି ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି । 

ଆଖିରେ ପଟି ବାନ୍ଧି ଆଖି ପିଛୁଳାକେ A ରୁ Z ପର୍ଯ୍ୟନ୍ତ କ୍ରମିକ ଲେଖା ସଠିକ ଭାବେ ଲେଖି ପାରୁଥିବା ଦୀପ୍ତି  ଶର୍ମା ଗତ ଅଗଷ୍ଟ ୩ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । କମ୍ପ୍ୟୁଟରରେ ଟାଇପ ଠାରୁ ଆରମ୍ଭ କରି ବିଦ୍ୟାଳୟ ହୋମୱାର୍କ ସବୁ କିଛି କରିପାରୁଛନ୍ତି । ତୃତୀୟ ଶ୍ରେଣୀରେ ପାଠପଢୁଥିବା ଏହି ଛାତ୍ରୀ ଦୀପ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ନିଜ ପରିବାର, ବିଦ୍ୟାଳୟ, ନିଜ ଅଞ୍ଚଳ ଏବଂ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅଟନ୍ତି । ଦୀପ୍ତି ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ସହିତ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି । ଦୀପ୍ତି ଏ ନେଇ କୌଣସି ପ୍ରକାରର ପ୍ରଶିକ୍ଷଣ ନେଇ ନାହାନ୍ତି । କେବଳ ନିଜର ଆତ୍ମବିଶ୍ୱାସ, ପ୍ରଚେଷ୍ଟା, ପରିଶ୍ରମ ଏବଂ ନିଜର ଗୁରୁଜନ ଓ ବାପା ମାଙ୍କର ପ୍ରେରଣା ପାଇଁ ସଫଳତା ପାଇଛନ୍ତି ବୋଲି କହିଛନ୍ତି ପ୍ରତିଭାବାନ ଝିଅ ଦୀପ୍ତି । ଖାଲି ଏତିକି ନୁହଁ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ସେ ସାକ୍ଷାତ କରିବାକୁ ଆଶା ରଖିଥିଛନ୍ତି  । ଦୀପ୍ତି ଗିନିଜ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ନିଜର ପରିଶ୍ରମ ଜାରି ରଖିବା ସହ, ଅଧିକ ପରିଶ୍ରମ କରିବେ ବୋଲି କହିଛନ୍ତି ନିଜେ ଦିପ୍ତୀ ।

ସବୁଠୁ ବଡ଼ କଥା ହେଉଛି ଏତେ କମ୍ ବୟସରୁ ଏଭଳି ଏକ ନିଆରା ପ୍ରତିଭା ଦ୍ୱାରା ଦୀପ୍ତି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଦୀପ୍ତିଙ୍କ ମା, ବାପା ମଧ୍ୟ ତାଙ୍କୁ ସବୁବେଳେ ସହଯୋଗ କରିଛନ୍ତି । ତେଣୁ ଦିପ୍ତୀଙ୍କ ଭଳି ଅନେକ ପ୍ରତିଭାବାନ ଝିଅ ଅଛନ୍ତି, ଯେଉଁମାନେ କୌଣସି ନା କୌଣସି କାରଣରୁ ତାଙ୍କ ପ୍ରତିଭା ଲୁକାୟିତ ହୋଇ ରହିଯାଉଛି ।  ଝିଅବି ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହଁନ୍ତି । ଦୀପ୍ତି ଶର୍ମାଙ୍କ ଭଳି ପ୍ରତିଭାବାନ ଝିଅ ପାଇଁ ଓଡ଼ିଶା ଆଜି ଗର୍ବିତ ।