• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଇଣ୍ଡିଆନ ଆଇଡଲର ଟପ୍ ୧୫ରେ ଓଡ଼ିଆ ଝିଅ

ଇଣ୍ଡିଆନ ଆଇଡଲ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅଙ୍କ କମାଲ

 ଇଣ୍ଡିଆନ ଆଇଡଲର ଟପ୍ ୧୫ରେ ଓଡ଼ିଆ ଝିଅ
chelsi behura

ଅମିତ ମହାନ୍ତି, ଭୁବନେଶ୍ୱର: ସୋନି ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ' ଇଣ୍ଡିଆନ ଆଇଡଲ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅଙ୍କ କମାଲ । କଟକର ୧୬ ବର୍ଷୀୟ ଝିଅ ଚେଲସୀ ବେହୁରା ଏହି ପ୍ରତିଯୋଗିତାର ଟପ୍ ୧୫ରେ ନିଜ ସ୍ଥାନ ପକ୍କା କରିଛନ୍ତି । ଚେଲସୀଙ୍କୁ ଗୋଲଡେନ ମାଇକ ମିଳିଥିବାବେଳେ ଟପ୍ ୧୫ରେ ସ୍ଥାନ ପାଇଛନ୍ତି । 

ସାରେ ଗାମାପା, ରାଇଜିଂ ଷ୍ଟାର, ଇଣ୍ଡିଆନ ଆଇଡଲ ଜୁନିଅର ଭଳି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଚେଲସୀ ଭାଗ ନେଇଥିଲେ । ଛୋଟ ବେଳୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଚେଲସୀ ନିଜର ମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ଇଣ୍ଡିଆନ ଆଇଡଲର ସବୁଠାରୁ କନିଷ୍ଠ ପ୍ରତିଯୋଗୀ ଚେଲସୀ ଥିଏଟର ରାଉଣ୍ଡରେ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କ ଗୀତକୁ ଇଣ୍ଡିଆନ ଆଇଡଲ ଜଜ୍ ନେହା କକ୍କର, ଅନୁ ମଲ୍ଲିକ ଏବଂ ବିଶାଲ ବେଶ ପସନ୍ଦ କରିଥିଲେ । ଚେଲସୀଙ୍କୁ ଓଡ଼ିଶାବାସୀଙ୍କ ସମେତ ଅନ୍ୟ ରାଜ୍ୟର ସଙ୍ଗୀତପ୍ରେମୀ ମଧ୍ୟ ବେଶ ସମର୍ଥନ ଜଣାଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ତାଙ୍କୁ ଲୋକେ ଫଲୋ କରୁଥିବାବେଳେ, ଶୁଭେଚ୍ଛା ମଧ୍ୟ ଜଣାଉଥିବା ଚେଲସୀ କହିଛନ୍ତି । ତେବେ ଆଗାମୀ ଦିନରେ ସେ ଏକ ଉଚ୍ଚକୋଟିର ପ୍ଲେବ୍ୟାକ୍ ସିଙ୍ଗର ହେବେ ବୋଲି ଚେଲସୀ କହିଛନ୍ତି ।