• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ଜାକର୍ତ୍ତାରେ ଚମକିଲେ ଓଡ଼ିଆ ଝିଅ

 ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିୟୋଗିତାରେ ସିମ୍ରନ ସଫଳତା ହାସଲ କରିଛନ୍ତି । ଏହି ପ୍ରତିୟୋଗିତାରେ ସେ ମିସ୍ ଫଟୋଜେନିକ ଟାଇଟଲ ଜିତିଛନ୍ତି ।

ଜାକର୍ତ୍ତାରେ  ଚମକିଲେ ଓଡ଼ିଆ ଝିଅ

ସୁଭଦ୍ରା ବେହେରା, କୋରାପୁଟ: କୋରାପୁଟ ତଥା ସମଗ୍ର  ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ମିସ୍ ସିମ୍ରନ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ସିମ୍ରନ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସେ ମିସ୍ ଫଟୋଜେନିକ ଟାଇଟଲ ଜିତିଛନ୍ତି । ଏକମାତ୍ର ଓଡ଼ିଆ ଭାବେ ସେ ଏହି ସଫଳତା ପାଇଛନ୍ତି । ଦାମନଯୋଡ଼ିର ଜଲଜିତ ବାଘଙ୍କ ଝିଅ ହେଉଛନ୍ତି ସାନ୍ତ୍ୱନା ବି. ସିମ୍ରନ ।

ସେ ପୂର୍ବରୁ  ମିସ୍ କୋରାପୁଟ-୨୦୧୯  ମଧ୍ୟ ହୋଇସାରିଛନ୍ତି । ଫ୍ୟାସନ ଫିଏଷ୍ଟା ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନଭେମ୍ବର ୧୪ରେ ଜାକର୍ତ୍ତାରେ ଅନୁଷ୍ଠିତ ହୋଇଥିଲା ଇଣ୍ଟରନ୍ୟାସନାଲ ମିସ୍ ଇଣ୍ଡିଆ ପ୍ରତିଯୋଗିତା । ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଫଟୋଜେନିକ ଟାଇଟଲ ହାସଲ କରିଛନ୍ତି ସିମ୍ରନ ।

୨୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଜୁରୀ ମେମ୍ୱର ମାନେ ସିମ୍ରନଙ୍କୁ ମିସ୍ ଫଟୋଜେନିକ ଭାବେ ବାଛିଥିଲେ । ସିମ୍ରନ ଏହି  ସଫଳତା ପାଇଥିବାରୁ ସମଗ୍ର ଅଞ୍ଚଳରେ  ଖୁସିର ଲହରୀ ଖେଳିଯାଇଛି । କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଏହି ସଫଳତା ହାସଲ କରିଥିବା ବେଳେ ଏହାର ଶ୍ରେୟ ସେ ନିଜ ବାପା ମାଆଙ୍କୁ ଦେଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଲେ ସେ ଆଗକୁ ଅନେକ ପଥ ଅତିକ୍ରମ କରିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ମିସ୍ ସିମ୍ରନ ନିଜ ପ୍ରତିକ୍ରିୟାରେ ଜୀ ଓଡ଼ିଶାକୁ କହିଛନ୍ତି ।