କୋଟାରୁ ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ
Advertisement
Article Detail0/zeeodisha/odisha674850

କୋଟାରୁ ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ସୁରଟରୁ ଶ୍ରମିକଙ୍କ ପରେ ଏବେ କୋଟାରୁ ଆସୁଛନ୍ତି ଶହଶହ ଓଡ଼ିଶାର ଛାତ୍ରଛାତ୍ରୀ । ରାଜସ୍ଥାନର କୋଟାରେ ମେଡ଼ିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ପାଠ ପଢୁଥିବା ଶହଶହ ଛାତ୍ରଛାତ୍ରୀ କୋରୋନା କଟକଣା ଯୋଗୁଁ ଫସି ରହିଥିଲେ । ନିଜ ନିଜ ଘରକୁ ଆସିବାକୁ ବ୍ୟାକୁଳ ହେବା ସହ ସମସ୍ତଙ୍କୁ ଘାରୁଥିଲା କୋରୋନା ଭୟ । ଏବେ ରାଜ୍ୟ ସରକାର ଓ କେନ୍

କୋଟାରୁ ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ

ଯଯାତି କେଶରୀ ମହାନ୍ତି, ଭୁବନେଶ୍ୱର: ସୁରଟରୁ ଶ୍ରମିକଙ୍କ ପରେ ଏବେ କୋଟାରୁ ଆସୁଛନ୍ତି ଶହଶହ ଓଡ଼ିଶାର ଛାତ୍ରଛାତ୍ରୀ । ରାଜସ୍ଥାନର କୋଟାରେ ମେଡ଼ିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ପାଠ ପଢୁଥିବା ଶହଶହ ଛାତ୍ରଛାତ୍ରୀ କୋରୋନା କଟକଣା ଯୋଗୁଁ ଫସି ରହିଥିଲେ । ନିଜ ନିଜ ଘରକୁ ଆସିବାକୁ ବ୍ୟାକୁଳ ହେବା ସହ ସମସ୍ତଙ୍କୁ ଘାରୁଥିଲା କୋରୋନା ଭୟ । ଏବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଶହଶହ ଛାତ୍ରଛାତ୍ରୀ ଓଡ଼ିଶା ଅଭିମୁଖେ ବାହାରିବା ଆରମ୍ଭ କରିଛନ୍ତି । 

ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ବସ୍ ଯୋଗେ ଓଡ଼ିଶା ବାହାରି ସାରିଲେଣି । ଏମାନଙ୍କ ଆସିବା ଠାରୁ ଆରମ୍ଭ କରି ଏଠାରେ ରହିବା ପର୍ଯ୍ୟନ୍ତ, ସବୁ ବ୍ୟବସ୍ଥାର ତଦାରଖ ପାଇଁ ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ଘରବାହୁଡ଼ା ଶ୍ରମିକମାନଙ୍କୁ କାମ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ବିରୋଧି କହିଥିବା ବେଳେ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସରକାର କହିଛନ୍ତି ।

ସୁରଟ ପରେ କୋଟା । ଆନ୍ଧ୍ରପ୍ରଦେଶ, ଗୁଜୁରାଟ ପରେ ଏବେ ରାଜସ୍ଥାନରୁ ଘରକୁ ଫେରୁଛନ୍ତି ଓଡ଼ିଆ । ଶ୍ରମିକଙ୍କ ପରେ ଏବେ ଛାତ୍ରଛାତ୍ରୀଙ୍କ ପାଳି । କୋଟାରୁ ପ୍ରାୟ ହଜାରେ ଛାତ୍ରଛାତ୍ରୀ ଓଡ଼ିଶା ଫେରିବା ଆରମ୍ଭ କଲେଣି । ବୁଧବାର ଏକ ବସ୍‌ରେ ପୁରୀ ଜିଲ୍ଲାର ଛାତ୍ରଛାତ୍ରୀ ବାହରିସାରିଥିବା ବେଳେ ଗୁରୁବାର ସକାଳୁ ୪ଟି ବସ୍ ଯୋଗେ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ର ବାହାରିଛନ୍ତି । ଧିରେଧିରେ ଏ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । 

ନିଜ ଅର୍ଥରେ ବସ୍ ଯୋଗାଡ଼ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁରୋଧରେ କୋଟା ଜିଲ୍ଲାପାଳ ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛନ୍ତି । ବସ୍‌କୁ ସାନିଟାଇଜ୍ କରାଯିବା ସହ ସମସ୍ତଙ୍କର ସ୍କ୍ରିନିଂ କରାଯାଇ ପଠାଯାଇଛି । ଏଠାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ସହ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଦାୟିତ୍ୱରେ ଥିବା ଆଇପିଏସ୍ ଅଧିକାରୀ ସାର୍ଥକ ଷଡ଼ଙ୍ଗୀ ଜୀ ଓଡ଼ିଶାକୁ ଜଣାଇଛନ୍ତି ।

ଏପଟେ ପ୍ରବାସୀ ଓଡ଼ିଆ, ବିଶେଷ କରି ଶ୍ରମିକ ଶ୍ରେଣୀର ଘରବାହୁଡ଼ାକୁ ନେଇ କଂଗ୍ରେସ ଓ ବିଜେପି ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଆଗକୁ ସମସ୍ୟା ଅଧିକ ଭୟଙ୍କର ହେବ। ଜୀବନ ଓ ଜୀବିକା କୁ ନେଇ ଗମ୍ଭୀର ହେବ।  ୭ ରୁ ୮ ଲକ୍ଷ ଲୋକ ଆସିଲେ ପୃଥକବାସରେ ରହିବେ କୋଉଠି। ଗ୍ରାମାଞ୍ଚଳରେ ଥିବା ସବୁ ସରକାରୀ ଘର ଓ କଲେଜରେ ବି କ୍ୱାରେଣ୍ଟାଇନର ବ୍ୟବସ୍ଥା କରାଯାଉ। 

ଆସିବା ପରେ ସେମାନଙ୍କ ଜୀବିକା ପାଇଁ ଯୋଜନା ହେଉ। କଂଗ୍ରେସ ଓଡ଼ିଆଙ୍କ ଘରବାହୁଡ଼ାକୁ ସ୍ୱାଗତ କରିଥିବା ବେଳେ ଏମାନଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି । ସେପଟେ ସରକାର ଏମାନଙ୍କ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ମନରେଗା ଯୋଜନାରେ ସମସ୍ତଙ୍କୁ କାମ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ନିଜ ନିଜ ଜାଗାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିବା ସାଙ୍ଗକୁ ସ୍ୱତନ୍ତ୍ର ଗାଇଡ଼୍‌ଲାଇନ୍ ବି ଜାରି କରିଛି । ଗତ ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ପ୍ରବାସୀ ଓଡ଼ିଆ ଫେରିବା ବାବଦରେ ଗାଇଡ଼୍‌ଲାଇନ୍ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

;