ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ବିବନ ବିଶ୍ୱାଳ କି ନୁହେଁ ତାହା କୋର୍ଟ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବେ।
Trending Photos
ଭୁବନେଶ୍ବର: ବହୁ ଚର୍ଚ୍ଚିତ ୧୯୯୯ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲରେ ହେଲା TI ପରେଡ୍। ୨୨ ବର୍ଷ ପରେ ଆଜି ଅଭିଯୁକ୍ତକୁ ପୀଡିତା ସାମ୍ନାସାମ୍ନି ଭେଟି ଚିହ୍ନଟ କରିଥିବା ସୂଚନା ମିଳିଛି । ତେବେ ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ବିବନ ବିଶ୍ୱାଳ କି ନୁହେଁ ତାହା କୋର୍ଟ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବେ । ପ୍ରଥମେ ଝାରପଡ଼ା ଜେଲରେ ପହଞ୍ଚିବା ପରେ ଅଭିଯୁକ୍ତ ଓ ପୀଡିତା ସାମ୍ନାସାମ୍ନି ହୋଇଛନ୍ତି ।
ହେଲେ ଦୀର୍ଘ ୨୨ ବର୍ଷ ପରେ ଅଭିଯୁକ୍ତ ବିବନ କି ନୁହେଁ ତାହା କଷ୍ଟକର ବୋଲି କହିଛନ୍ତି ପୀଡିତା ଅଞ୍ଜନା ମିଶ୍ର (Anjana Mishra) । ସେପଟେ ଫେରାରେ ସାହାଯ୍ୟ କରିଥିବା ଲୋକଙ୍କ ପର୍ଦ୍ଦାଫାଶ ହେବା ଜରୁରୀ ବୋଲି କହିଛନ୍ତି ଅଞ୍ଜନା । ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ଜାଣିବାକୁ ସିବିଆଇ (CBI) କୁ ଆସନ୍ତାକାଲି ଠାରୁ ୨ ଦିନିଆ ରିମାଣ୍ଡ ଅନୁମତି ମିଳିଛି । ୨ ଦିନିଆ ରିମାଣ୍ଡରେ ବିବନ କଣ ଅପରାଧ ପେଡ଼ି ଖୋଲୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।
Also Read: ପଦ୍ମ ପୋଖରୀକୁ ଡିଆଁମାରିବେ ଗାଙ୍ଗୁଲି, ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି
ଅନ୍ୟପଟେ ଗଣମାଧ୍ୟମ (Media) ରେ ପ୍ରତିକ୍ରିୟା ଦେଇ ପୀଡିତା ଅଞ୍ଜନାଙ୍କ ଦାବି ଯେ, ୨୨ ବର୍ଷ ହେଲା ବିବନ କେଉଁଠି ଲୁଚିଥିଲା, ବିବନକୁ କିଏ ଓଡି଼ଶାରୁ ଫେରାର କରାଇଲା ତାହାର ସିବିଆଇ (CBI) ତଦନ୍ତ କରୁ।