ଧାନ ତାତି ଚଳାଇଦେଲାନି ଗୃହ
Advertisement

ଧାନ ତାତି ଚଳାଇଦେଲାନି ଗୃହ

ଧାନ କିଣାବିକାର ଅବ୍ୟବସ୍ଥାକୁ ନେଇ ଗୃହ ଚଳାଇଦେଲେନି ବିରୋଧୀ

ଧାନ ତାତି ଚଳାଇଦେଲାନି ଗୃହ

ସ୍ୱାଗତ ପ୍ରଧାନ, ଭୁବନେଶ୍ୱର: ଧାନ କିଣାବିକାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଠିକ୍ ଭାବେ ଚାଲିପାରିନି ବିଧାନସଭାର ପ୍ରଶ୍ନକାଳ । ଧାନ କିଣାବିକା ପାଇଁ ଅନଲାଇନରେ ହୋଇଥିବା ଟିକଟ ବ୍ୟବସ୍ଥାକୁ ନେଇ ଗୃହ ଚାଲିପାରି ନ ଥିବାବେଳେ ରାଜଧାନୀର ରାଜରାସ୍ତାରେ ଋଣହୁଙ୍କାର ଦେଇଛନ୍ତି ଚାଷୀ । ବିଧାନସଭାରେ ଚାଲିଥିବା ଶୀତ ଅଧିବେଶନରେ ବିରୋଧୀ କଂଗ୍ରେସୀ ଧାନ ପ୍ରସଙ୍ଗକୁ ମୁଦ୍ଦା କରି ଗୃହରେ ହଟ୍ଟଗୋଳ କରିଥିଲେ । ଯେଉଁଥିପାଇଁ ବାଧ୍ୟ ହୋଇ ବାଚସ୍ପତି ବାରମ୍ୱାର ଗୃହକୁ ମୁଲତବି କରୁଥିଲେ । ପ୍ରଥମେ ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବି କରିଥିଲେ । ମୁଲତବୀ ପରେ ପୁଣି ଗୃହରେ ପ୍ରଶ୍ନକାଳ ଆରମ୍ଭ  ହେବା ପରେ ବାଚସ୍ପତି ୧୨.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ୧୨.୩୦ରେ ଗୃହ ଚାଲିବା ପରେ ପୁଣିଥରେ ହଟ୍ଟଗୋଳ ହୋବାରୁ ଅପରାହ୍ନ ୩ ଯାଏ ମୁଲତବୀ କରିଥିଲେ ଗୃହ ।

ସେପଟେ ଧାନ କିଣାବିକାରେ ଅବ୍ୟବସ୍ଥା ନେଇ ବିଭିନ୍ନ ଜାଗାରେ ଚାଷୀ ବିଖୋଭ ପ୍ରଦର୍ଶନ କରିଛନ୍ତି । ଅନେକ ଜାଗାରେ ଚାଷୀ ରାଜରାସ୍ତାରେ ଧାନବସ୍ତା ରଖି ବିଖୋଭ କରିଛନ୍ତି । ସମ୍ବଲପୁର ବରେଇପାଲୀ ପାଲି ମାର୍କେଟ୍ ସମ୍ମୁଖ ୫୩ ନମ୍ବର ରାଜପଥରେ ଧାରଣା ଦେଇଛନ୍ତି ଚାଷୀ, ରାସ୍ତା ଉପରେ ଧାନ ରଖି ଧାରଣା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାରଣା ଦେଇଛନ୍ତି । ସେପଟେ ପଶ୍ଚିମ ଓଡ଼ିଶାରେ ତିନି ଦିନ ଧରି ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଆଜି ଆନ୍ଦୋଳନ ବ୍ୟାପକ ହୋଇଛି । ବରଗଡ଼ରେ ମଧ୍ୟ ସମାନ ପ୍ରସଙ୍ଗକୁ କେନ୍ଦ୍ର କରି ବରଗଡ଼ରୁ ସମ୍ବଲପୁର ଜାତୀୟ ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀ ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛି । ଆନ୍ଦେଳନ ପାଇଁ ବସ ଟ୍ରକ ଚଳାଚଳ ବନ୍ଦ ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି ।