• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଆରମ୍ଭରୁ ଏତେ, ଆଗକୁ କେତେ...

ବଜେଟ ଅଧିବେଶନର ପ୍ରଥମ ଦିନରୁ ଗୃହରେ ରାଜନୈତିକ ତାତି ଦେଖିବାକୁ ମିଳିଛି ।

ଆରମ୍ଭରୁ ଏତେ, ଆଗକୁ କେତେ...
ଫଟୋ ସୌଜନ୍ୟ: ଜୀ ମିଡିଆ

ଯଯାତୀ ମହାନ୍ତି, ଭୁବନେଶ୍ୱର: ବଜେଟ ଅଧିବେଶନର ପ୍ରଥମ ଦିନରୁ ଗୃହରେ ରାଜନୈତିକ ତାତି ଦେଖିବାକୁ ମିଳିଛି । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିବା କଂଗ୍ରେସ ଦଳ ଶୋକ ପ୍ରସ୍ତାବ ବେଳକୁ ଗୃହ ଭିତରକୁ ଆସିଥିଲେ । ଶୋକ ପ୍ରସ୍ତାବ ପରେ ଆରମ୍ଭ ହୋଇଥିଲା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା । ସରକାରୀ ମୁଖ୍ୟ ସଚତେକ ପ୍ରମିଳା ମଲ୍ଲିକ ଆଲୋଚନା ଆରମ୍ଭ କରିଥିବା ବେଳେ ଅଫିସର ଗ୍ୟାଲେରୀରେ କେହି ଅଧିକାରୀ ନଥିବାରୁ ଏହାକୁ ପ୍ରସଙ୍ଗ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ବାଚସ୍ପତି ଏଥିପ୍ରତି ଧ୍ୟାନ ନ ଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପାଟି କରିଥିଲେ ଏବଂ ବିଜେପି ସଭ୍ୟମାନେ ମଧ୍ୟ ସମର୍ଥନ କରିଥିଲେ । କିଛି ସମୟ ପାଇଁ ଗୃହରେ ହଟ୍ଟଗୋଳ ଲାଗିରହିଥିଲା ।

ଗୃହ ବାହାରେ ତାରା ବାହିନୀପତି କହିଥିଲେ, ବିଧାୟକଙ୍କୁ ନିୟମ ଦେଖାଉଛ କିନ୍ତୁ ଅଫିସର ଗ୍ୟାଲେରିରେ ଅଫିସର ରାହୁନାହାନ୍ତି । ଏହା ବ୍ରିଟିଶ ଶାସନ ନୁହେଁ, ଏହାକୁ ଆମେ ପ୍ରତିବାଦ କରିବାରୁ ବାଚସ୍ପତି ଚୁପ ରହିଲେ । ଆମେ ପୋଡିଆମ ପାଖକୁ ଯିବାରୁ ଗଣମାଧ୍ୟମରେ ପ୍ରକାଶିତ ନ କରିବାକୁ ରୁଲିଂ ଦେଲେ । ରୁଲିଂ ପ୍ରତ୍ୟାହାର ନ କଲେ ବିଧାନସଭା ଅଚଳ କରାଯିବ ବୋଲି କହିଛନ୍ତି ତାର ପ୍ରସାଦ ବାହିନୀପତି । 

ବାଚସ୍ପତି ରୁଲିଂକୁ ନେଇ ଗୃହ ବାହାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ରୁଲିଂ ପ୍ରତ୍ୟାହାର କରନ୍ତୁ ବାଚସ୍ପତି, ନହେଲେ ବିରୋଧ କରାଯିବ । ଏପଟେ ବିରୋଧିଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯାହା ସମ୍ବିଧାନ ସମ୍ମତ, ତାକୁ ଆଧାର କରି ଵାଚସ୍ପତି ରୁଲିଂ ଦେଇଛନ୍ତି । ତାକୁ ଅଵମାନନା କରି ଗୃହରେ ବିଶୃଙ୍ଖଳିତ ଆଚରଣ ଶୋଭନୀୟ ନୁହେଁ । ବାଚସ୍ପତିଙ୍କ ଉପରକୁ ଵହି ଫୋପାଡିବା, ପୋଡିଅମକୁ ଚଢି ମାଇକ ଛଡାଇବା ଭଳି ଆଚରଣ ନିନ୍ଦନୀୟ । ପ୍ରଚାର ପ୍ରସାର ପାଇଁ ଗୃହକୁ ଲୋକେ ପଠାଇନାହାନ୍ତି, ବରଂ ସେମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ପଠାଇଛନ୍ତି ।

ଶୁକ୍ରବାର ଅଧିବେଶନର ପ୍ରଥମ ଦିନରୁ ଶାସକ ଓ ବିରୋଧି କଥା କଟାକଟି ହୋଇଥିବା ବେଳେ ଗୃହକୁ ଶୃଙ୍ଖଳିତ କରିବାକୁ ଜୋରଦାର ଉଦ୍ୟମ କରିଛନ୍ତି ବାଚସ୍ପତି । ଆଗକୁ ଏହା କେଉଁ ମୋଡ଼ ନେଉଛି, ତା ଉପରେ ନଜର ରହିବ ।

ଆହୁରି ପଢ଼ନ୍ତୁ; ଗର୍ବର ସହ କହୁଛି, ମୁଁ ହିନ୍ଦୁ...