ବିଧାୟକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ
Advertisement

ବିଧାୟକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ

ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗ ଚିହ୍ନଟ କରିବେ।

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗ ଚିହ୍ନଟ କରିବେ। ଏନେଇ ଅଲଗା ଜନଗଣନା ହେବ। ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ପାରିତ ହୋଇଛି । ଓଡିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ-୨୦୨୦ ଗୃହରେ ପାରିତ ହୋଇଛି।
ଏଥି ସହିତ ଏକ ସଂକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଗତ କରିଥିଲେ। ୧୯୩୧ ମସିହାରୁ ପଛୁଆ ବର୍ଗ ଜନାଗଣନା ହୋଇ ନାହିଁ । ଏବେ ଯେଉଁ ତଥ୍ୟ ଅଛି ତାହା ୯୦ ବର୍ଷ ପୁରୁଣା।

ପଛୁଆ ବର୍ଗ ପାଇଁ କୌଣସି ତଥ୍ୟ ନାହିଁ। ଶହେ ବର୍ଷର ତଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରି ହେବ ନାହିଁ । ମିଡ଼ିଆ ରିପୋର୍ଟରେ ରାଜନାଥ ସିଂ କହିଥିଲେ ପଛୁଆ ବର୍ଗ ଗଣନା କରାଯିବ। ହେଲେ କେନ୍ଦ୍ର ସରକାର ସାମିଲ କଲେ ନାହିଁ । ଏନେଇ କେନ୍ଦ୍ରକୁ ଅବଗତ କରିଥିଲୁ । ଆମ ସାଂସଦ ଏହା ସଂସଦରେ ଉଠାଇଥିଲେ । ନିକଟରେ ରାଜ୍ୟ ସରକାର ଏକ କମିଶନ ଗଠନ କରିଥିଲେ। ଓଡିଶା ସରକାର ଚିହ୍ନଟ କରିବେ । ସଂକଳ୍ପ ପାରିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଏପଟେ କଂଗ୍ରେସ ଏଭଳି ବ୍ୟବସ୍ଥାକୁ ଗଣତନ୍ତ୍ର ଓରଟି ବିପଦ ବୋଲି କହିଛି । ଶାସକ ଦଳ ଲୋକାଦେଖାଣିଆ ଓ ତରବରିଆ ଭାବେ ଆଇନ କରି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ବିଜେପି କହିଛି ।

ଆହୁରି ପଢ଼ନ୍ତୁ; ଆୟ ତୁଳନାରେ ବ୍ୟୟ ଦୁଇଗୁଣା