Advertisement
Article Detail0/zeeodisha/odisha679059
Zee OdishaBhubneshwarସରକାର କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବେ ବୋଲି ମୋର ବିଶ୍ୱାସ

'ସରକାର କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବେ ବୋଲି ମୋର ବିଶ୍ୱାସ'

ରାଜନୀତିର ଲମ୍ବା ଅଭିଜ୍ଞତା ଭିତରେ ଓଡ଼ିଶାରେ ଏମିତି ମହାମାରୀ ମୁଁ ଦେଖି ନାହିଁ । ଏପରି କହିଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲକଡାଉନରେ ଲକ୍ ହୋଇ ବିତୁଛି ବାଚସ୍ପତିଙ୍କ ସମୟ । 

ଫାଇଲ ଫଟୋ
ଫାଇଲ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଏବେ ବିଧାନସଭା ନାହିଁ ତେଣୁ ମୁଁ ଅଫିସ୍ ଯାଉନି । ଆବଶ୍ୟକ ହେଲେ ମାସ୍କ ,ସାନିଟାଇଜର, ବ୍ୟବହାର କରି କାର୍ଯ୍ୟଳୟକୁ ଯାଉଛି । ନଚେତ ଘରେ ରହୁଛି । ଆଉ ରାଜନୀତିର ଲମ୍ବା ଅଭିଜ୍ଞତା ଭିତରେ ଓଡ଼ିଶାରେ ଏମିତି ମହାମାରୀ ମୁଁ ଦେଖି ନାହିଁ । ଏପରି କହିଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲକଡାଉନରେ ଲକ୍ ହୋଇ ବିତୁଛି ବାଚସ୍ପତିଙ୍କ ସମୟ । 

Zee Odisha ମାଧ୍ୟମରେ ଲୋକଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବାଚସ୍ପତି । ପୂର୍ବରୁ ଅନେକ ମହାମାରୀ ଦେଖିଛି, ହେଲେ ଏ କୋରୋନା ମହାମାରୀ ବିଶ୍ଵକୁ ନୀରବ କରିଦେଇଛି ବୋଲି ବାଚସ୍ପତି କହିଛନ୍ତି । ଏହା ବିଶ୍ଵ ତଥା ଦେଶର ଅର୍ଥନୈତିକ ସ୍ଥିତିକୁ ଦୋହଲାଇପାରେ । ଆମ ସମାଜରେ ମାନବର ମୂଲ୍ୟ ଅତୁଳନୀୟ । ଏହି ଲଢ଼େଇ ବେଳେ ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ରାଷ୍ଟ୍ର ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି, ଆମେ ସମ୍ପାଦନା କରିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି । 

ସେହିପରି ପ୍ରବାସୀ ଓଡ଼ିଆଙ୍କ ବିଷୟରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆମ ମାଟିର ପ୍ରବାସୀ ଓଡ଼ିଆମାନେ ଏବେ ଅସୁବିଧାରେ ପଡ଼ିଛନ୍ତି । ଏହି ସମୟରେ ଓଡ଼ିଶା ଫେରିବା ତାଙ୍କ ଅଧିକାରୀ ଓ  ମାନବୀୟ ମୂଲ୍ୟବୋଧ ମଧ୍ୟ । ଅସମୟରେ ମଣିଷ ମାଆ, ଗାଁ ମାଟିକୁ ଖୋଜେ । ତେଣୁ ଏହି ସମୟରେ ପ୍ରବାସୀ ଓଡ଼ିଆ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଯଥାଚିତ ସମ୍ମାନ ଓ ଆତିଥ୍ୟ ଦେବା ଆମ କର୍ତ୍ତବ୍ୟ । କଲିକତା, ସୁରତ, ମୁମ୍ବାଇ, କେରଳ, କର୍ଣ୍ଣାଟକରେ ଥିବା ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଫେରି ପାରିବେ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଲେଣି । ତେଣୁ ମୁଁ ଯେମିତି ସାମାଜିକ ଦୂରତ୍ୱ ବଜାୟ ରଖି ଫାଇଲରେ ସ୍ୱାକ୍ଷର କରୁଛି, ସେମାନେ ମଧ୍ୟ ଓଡ଼ିଶା ଫେରିବା ପରେ ରାଜ୍ୟ ସରକାରଙ୍କ କୋରୋନା ନିୟମ ମାନି ସାମାଜିକ ଦୂରତା ରକ୍ଷା କରନ୍ତୁ । ସାନିଟାଇଜର ଓ ମାସ୍କ ବ୍ୟବହାର କରନ୍ତୁ ଓ ହାତକୁ ବାରମ୍ବାର ସଫା କରନ୍ତୁ । ସରକାର ମୁକାବିଲା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବେ ବୋଲି ମୋର ବିଶ୍ୱାସ ରହିଛି । ଏ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଠିକ୍ ସମନ୍ୱୟ ରକ୍ଷା କରି କାମ କଲେ ବିପଦ ଟଳିବ । ଏବେ ଲକଡାଉନ୍ ବେଳେ ଘରେ ରହି ବହି ବଢ଼ନ୍ତୁ, ନିଜ ନିଜ ରୂଚି ଅନୁସାରେ ଘରେ ରହି କାମ କରୁନ୍ତୁ । ଘରେ ରହିବା ହଁ ବର୍ତ୍ତମାନ ଏକମାତ୍ର ଉପାୟ । ଆପଣ ଘରେ ରହିଲେ ହିଁ ସୁରକ୍ଷିତ ରହିବେ ଓ ସୁସ୍ଥ ରହିବେ । କୋରୋନା ହାରିବା ଆମ ମାନବ ସମାଜର ବିଜୟ ହେବ ବୋଲି ବାଚସ୍ପତି ବାର୍ତ୍ତା ଦେଇଛନ୍ତି ।

Add Zee News as a Preferred Source
About the Author