ରାଜନୀତିର ଲମ୍ବା ଅଭିଜ୍ଞତା ଭିତରେ ଓଡ଼ିଶାରେ ଏମିତି ମହାମାରୀ ମୁଁ ଦେଖି ନାହିଁ । ଏପରି କହିଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲକଡାଉନରେ ଲକ୍ ହୋଇ ବିତୁଛି ବାଚସ୍ପତିଙ୍କ ସମୟ ।
Trending Photos
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଏବେ ବିଧାନସଭା ନାହିଁ ତେଣୁ ମୁଁ ଅଫିସ୍ ଯାଉନି । ଆବଶ୍ୟକ ହେଲେ ମାସ୍କ ,ସାନିଟାଇଜର, ବ୍ୟବହାର କରି କାର୍ଯ୍ୟଳୟକୁ ଯାଉଛି । ନଚେତ ଘରେ ରହୁଛି । ଆଉ ରାଜନୀତିର ଲମ୍ବା ଅଭିଜ୍ଞତା ଭିତରେ ଓଡ଼ିଶାରେ ଏମିତି ମହାମାରୀ ମୁଁ ଦେଖି ନାହିଁ । ଏପରି କହିଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଲକଡାଉନରେ ଲକ୍ ହୋଇ ବିତୁଛି ବାଚସ୍ପତିଙ୍କ ସମୟ ।
Zee Odisha ମାଧ୍ୟମରେ ଲୋକଙ୍କୁ ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବାଚସ୍ପତି । ପୂର୍ବରୁ ଅନେକ ମହାମାରୀ ଦେଖିଛି, ହେଲେ ଏ କୋରୋନା ମହାମାରୀ ବିଶ୍ଵକୁ ନୀରବ କରିଦେଇଛି ବୋଲି ବାଚସ୍ପତି କହିଛନ୍ତି । ଏହା ବିଶ୍ଵ ତଥା ଦେଶର ଅର୍ଥନୈତିକ ସ୍ଥିତିକୁ ଦୋହଲାଇପାରେ । ଆମ ସମାଜରେ ମାନବର ମୂଲ୍ୟ ଅତୁଳନୀୟ । ଏହି ଲଢ଼େଇ ବେଳେ ଲୋକଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ରାଷ୍ଟ୍ର ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି, ଆମେ ସମ୍ପାଦନା କରିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ।
ସେହିପରି ପ୍ରବାସୀ ଓଡ଼ିଆଙ୍କ ବିଷୟରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆମ ମାଟିର ପ୍ରବାସୀ ଓଡ଼ିଆମାନେ ଏବେ ଅସୁବିଧାରେ ପଡ଼ିଛନ୍ତି । ଏହି ସମୟରେ ଓଡ଼ିଶା ଫେରିବା ତାଙ୍କ ଅଧିକାରୀ ଓ ମାନବୀୟ ମୂଲ୍ୟବୋଧ ମଧ୍ୟ । ଅସମୟରେ ମଣିଷ ମାଆ, ଗାଁ ମାଟିକୁ ଖୋଜେ । ତେଣୁ ଏହି ସମୟରେ ପ୍ରବାସୀ ଓଡ଼ିଆ ଗାଁକୁ ଫେରୁଥିବା ବେଳେ ତାଙ୍କୁ ଯଥାଚିତ ସମ୍ମାନ ଓ ଆତିଥ୍ୟ ଦେବା ଆମ କର୍ତ୍ତବ୍ୟ । କଲିକତା, ସୁରତ, ମୁମ୍ବାଇ, କେରଳ, କର୍ଣ୍ଣାଟକରେ ଥିବା ପ୍ରବାସୀ ଓଡ଼ିଆମାନେ ନିଜ ରାଜ୍ୟକୁ ଫେରି ପାରିବେ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଲେଣି । ତେଣୁ ମୁଁ ଯେମିତି ସାମାଜିକ ଦୂରତ୍ୱ ବଜାୟ ରଖି ଫାଇଲରେ ସ୍ୱାକ୍ଷର କରୁଛି, ସେମାନେ ମଧ୍ୟ ଓଡ଼ିଶା ଫେରିବା ପରେ ରାଜ୍ୟ ସରକାରଙ୍କ କୋରୋନା ନିୟମ ମାନି ସାମାଜିକ ଦୂରତା ରକ୍ଷା କରନ୍ତୁ । ସାନିଟାଇଜର ଓ ମାସ୍କ ବ୍ୟବହାର କରନ୍ତୁ ଓ ହାତକୁ ବାରମ୍ବାର ସଫା କରନ୍ତୁ । ସରକାର ମୁକାବିଲା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ଥିବେ ବୋଲି ମୋର ବିଶ୍ୱାସ ରହିଛି । ଏ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଠିକ୍ ସମନ୍ୱୟ ରକ୍ଷା କରି କାମ କଲେ ବିପଦ ଟଳିବ । ଏବେ ଲକଡାଉନ୍ ବେଳେ ଘରେ ରହି ବହି ବଢ଼ନ୍ତୁ, ନିଜ ନିଜ ରୂଚି ଅନୁସାରେ ଘରେ ରହି କାମ କରୁନ୍ତୁ । ଘରେ ରହିବା ହଁ ବର୍ତ୍ତମାନ ଏକମାତ୍ର ଉପାୟ । ଆପଣ ଘରେ ରହିଲେ ହିଁ ସୁରକ୍ଷିତ ରହିବେ ଓ ସୁସ୍ଥ ରହିବେ । କୋରୋନା ହାରିବା ଆମ ମାନବ ସମାଜର ବିଜୟ ହେବ ବୋଲି ବାଚସ୍ପତି ବାର୍ତ୍ତା ଦେଇଛନ୍ତି ।