ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଶାସକଙ୍କୁ କେନ୍ଦ୍ର, ବିରୋଧିଙ୍କୁ ମମିତା ଭରସା
Advertisement

ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଶାସକଙ୍କୁ କେନ୍ଦ୍ର, ବିରୋଧିଙ୍କୁ ମମିତା ଭରସା

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ବିରୋଧିଙ୍କ ପ୍ରସଙ୍ଗରେ କମ୍ପିବ ଗୃହ। ବିଧାନସଭା ଅଧିବେଶନ ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ସରିଛି। ତେବେ ବିରୋଧୀ ବିରୋଧ କରିବା ପାଇଁ ପ୍ରସଙ୍ଗ ଧରି ବସିଥିବା ବେଳେ ଶାସକ ଦଳ ସମସ୍ତ ପ୍ରସଙ୍ଗକୁ ସାମ୍ନା କରିବା ପାଇଁ ତୟାର ବସିଛି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଡିସେମ୍ବର ପହିଲା ଅର୍ଥାତ ବୁଧବାର ଠାରୁ ବିଧାନସଭାରେ ଶୀତଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ଗୃହକାର୍ଯ୍ୟ ହେବ। ୨୬ ଦିନ ଧରି ଚାଲିବାକୁ ଥିବା ଅଧିବେଶନରେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ସହ ଆଇନଶୃଙ୍ଖଳା ନେଇ ସରକାରଙ୍କୁ ବିରୋଧୀ ଘେରିବାକୁ ସଜବାଜ ହୋଇଛି। ଆଉ ସମସ୍ତ ଜବାବ ପାଇଁ ଶାସକ ଦଳ ବି ତୟାର ଅଛନ୍ତି। 

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ବିରୋଧିଙ୍କ ପ୍ରସଙ୍ଗରେ କମ୍ପିବ ଗୃହ। ବିଧାନସଭା ଅଧିବେଶନ ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ସରିଛି। ତେବେ ବିରୋଧୀ ବିରୋଧ କରିବା ପାଇଁ ପ୍ରସଙ୍ଗ ଧରି ବସିଥିବା ବେଳେ ଶାସକ ଦଳ ସମସ୍ତ ପ୍ରସଙ୍ଗକୁ ସାମ୍ନା କରିବା ପାଇଁ ତୟାର ବସିଛି। ମମିତା ମେହେର ମାମଲାରେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି, ଆଇନଶୃଙ୍ଖଳା, ଶିକ୍ଷକଙ୍କ ନିଯୁକ୍ତି ଆଦି ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ନେଇ ବିରୋଧୀ ତମ୍ୱି ତୋଫାନ କରିବା ପାଇଁ ସ୍ଥିର କରିଛି। ସେପଟେ ଜବାବରେ ଶାସକ ବିଜେଡି, ଦରଦାମ ବୃଦ୍ଧି ସହ ଏମଏସପି ପ୍ରସଙ୍ଗ ଉଠାଇବ।

Also Read: ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଚଳିତ ଶୀତ ଅଧିବେସନର ପ୍ରଥମ ଦିନ ଅର୍ଥାତ ବୁଧବାର ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଆଗତ କରିବା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ଡିସେମ୍ବର ୧୦ରେ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ଏଥର ଫୋକସରେ ଗ୍ରାମାଞ୍ଚଳ ବିକାଶ ରହିବ। ଗୃହ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ଚାଲିବ। ଏପରି ପ୍ରତିଦିନ ୫ ଘଣ୍ଟା ଗୃହକାର୍ଯ୍ୟ ଚାଲିବ। ମୁଲତବୀ ପ୍ରସ୍ତାବ ୯୦ ମିନିଟ୍ ଆଲୋଚନା ହେବ।

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି। ଚାରୋଟି ରବିବାର (ଡିସେମ୍ବର ୫, ୧୨, ୧୯ ଓ ୨୯) ଓ ୨୫ ତାରିଖ ବଡଦିନରେ ଗୃହକାର୍ଯ୍ୟ ବନ୍ଦ ରହିବ। ନିୟମ ଅନୁସାରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୬୦ ଦିନ ବିଧାନସଭା ଅଧିବେଶନ ବସିବ। ପୂର୍ବରୁ ବଜେଟ ଓ ମୌସୁମୀ ଅଧିବେଶନରେ ୩୪ ଦିନ କାର୍ଯ୍ୟଦିବସ ଥିଲା। ତେଣୁ ଅବଶିଷ୍ଟ ୨୬ ଦିନକୁ ଶୀତ ଅଧିବେଶନ କଭର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Also Read: ବିଧାୟକ ବଦଳାଇଦେଲେ ବୁଣାକାରଙ୍କ ଭବିଷ୍ୟତ; ସୋଲାର ପରିଚାଳିତ ଗ୍ରାମ ଚାରପାଲି ଦେଶରେ ପ୍ରଥମ

ସେପଟେ ବିଧାନସଭା ସୁରକ୍ଷା ୩୦ ପ୍ଲାଟୁନ ଫୋର୍ସ ଓ ୧୨୦ ଜଣ ବରିଷ୍ଠ ଅଫିସର ପାଇଁ ମୁତୟନ ହୋଇଛନ୍ତି। ଭୁବନେଶ୍ୱର ଡିସିପିଙ୍କ ଦାୟିତ୍ୱରେ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଅଛି। ଭିଡ ହିଂସା ଓ ସାମ୍ଭବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ଗୋଟାଏ ୟୁନିଟ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମକୁ ମୁତୟନ କରାଯାଇଛି। ରୁଫ୍ ଟପ୍ ସିକ୍ୟୁରିଟି ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇ କମିଶନରେଟ ପୋଲିସର ସିସିଟିଭି ସହ ସ୍ମାର୍ଟସିଟିର ୨ ଶହ ସିସିଟିଭି ସର୍ଭିଲାନ୍ସ ଦାୟିତ୍ବରେ ଲଗାଯାଇଛି।