ଗୁରୁବାର ଟ୍ୱିଟ କରି ଏଭଳି ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Trending Photos
ଭୁବନେଶ୍ୱର: ଘର ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ । ଭଡ଼ାଟିଆଙ୍କୁ ୩ ମାସର ଭଡ଼ା ନମାଗିବା ପାଇଁ ଏହି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଏବେ ସମଗ୍ର ଦେଶ ଲକ୍ ଡାଉନ୍ ହୋଇଛି । ଫଳରେ ଘର ଭଡ଼ା ଦେବା ଲୋକଙ୍କ ପାଇଁ ମୁସକିଲ ମନେହେଉଛି । ତେଣୁ ଏଭଳି ଅପିଲ କରିଛନ୍ତି ନବୀନ ।
ଗୁରୁବାର ଟ୍ୱିଟ କରି ଏଭଳି ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘର ମାଲିକଙ୍କୁ ଅପିଲ କରି ନବୀନ କହିଛନ୍ତି, କୋଭିଡ ୧୯ ଯୋଗୁ ସମଗ୍ର ବିଶ୍ୱରେ ସଙ୍କଟ ଦେଖାଦେଇଛି । ରାଜ୍ୟରେ କୋରୋନାର ମୁକାବିଲା ଆମେ ସମସ୍ତେ ମିଶି କରିବା । ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବା । ତେଣୁ ଘର ମାଲିକମାନେ ୩ ମାସର ଘର ଭଡ଼ା ଛାଡ଼ କିମ୍ବା ସ୍ଥଗିତ କରିବାକୁ କରନ୍ତୁ ବୋଲି ନବୀନ କହିଛନ୍ତି । ସେହିୀପରି ବର୍ତ୍ତମାନ ପରିସ୍ଥିତିରେ ଘର ଭଡ଼ା ଯୋଗୁ କୌଣସି ଭଡ଼ାଟିଆଙ୍କୁ ବାହାର ନକରିବା ପାଇଁ ଘର ମାଲିକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
It is time for everyone to be there for each other as the entire country is under lockdown & fighting an unprecedented pandemic of #COVID19. Appeal house owners to be compassionate to poor & waive off or at least defer the rent by 3 months. Let’s show the world that #OdishaCares pic.twitter.com/KhSbrtJFTg
— Naveen Patnaik (@Naveen_Odisha) April 2, 2020