close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପିଲାଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ପିଲାଙ୍କ ସହ ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଥଲେ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହୋଇଛନ୍ତି। ନବୀନ ପିଲାମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ପିଲାଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ପିଲାଙ୍କ ସହ ଦୀପାବଳି ପାଳିବାକୁ ନିଷ୍ପତ୍ତି ନେଇଥଲେ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହୋଇଛନ୍ତି। ନବୀନ ପିଲାମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ଦୀପାବଳି ଓ କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାର ଲୋକଙ୍କ ସହ ବାଣ୍ଟନ୍ତୁ। ମୋ ବିଶ୍ୱାସ ଏହା ଆପଣଙ୍କୁ ସୁବୁଠୁ ଅଧିକ ଆନନ୍ଦ ଦେବ। ଶୁଭ ଦୀପାବଳି।