• ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ଉପସ୍ଥାପନ
  • ବଜେଟ-୨୦୨୦ ଉପରେ ରାଜ୍ୟବାସୀଙ୍କ ନଜର
  • ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ କାର୍ ଦୁର୍ଘଟଣା
  • ୪ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ଇଷ୍ଟାଗ୍ରାମରେ କୋହଲିଙ୍କ ବିରାଟ ରେକର୍ଡ
  • ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫଲୋୟର୍ସ

ବଜେଟ ଅଧିବେଶନ ପାଇଁ ନବୀନଙ୍କ ଟିପ୍ସ, ଏନପିଆର ବିରୋଧରେ ଗର୍ଜିବ ବିଜେଡ଼ି

ବିଜୁ ଜନତା ଦଳ ସିଏଏକୁ ସମର୍ଥନ କରୁଛି ହେଲେ ଏନ୍‌ଆର୍‌ସିକୁ ବିରୋଧ କରୁଛି ।

ବଜେଟ ଅଧିବେଶନ ପାଇଁ ନବୀନଙ୍କ ଟିପ୍ସ, ଏନପିଆର ବିରୋଧରେ ଗର୍ଜିବ ବିଜେଡ଼ି
ଫାଇଲ ଫଟୋ

ଯଯାତୀ ମହାନ୍ତି, ଭୁବନେଶ୍ୱର: ବିଜୁ ଜନତା ଦଳ ସିଏଏକୁ ସମର୍ଥନ କରୁଛି ହେଲେ ଏନ୍‌ଆର୍‌ସିକୁ ବିରୋଧ କରୁଛି । ସେହିଭଳି ଏନ୍‌ପିଆର୍‌ରେ ମଧ୍ୟ ସଂଶୋଧନ ଚାହିଁଥିଲା ଦଳ, ଯାହାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ଜନଗଣନାରେ ଓବିସି ଚିହ୍ନଟ ପ୍ରକ୍ରିୟାକୁ ସାମିଲ କରିବା ପାଇଁ ଦଳ ସ୍ୱର ଉଠାଇବ । ସଂସଦର ଆସନ୍ତା ବଜେଟ ଅଧିବେଶନରେ ବିଜେଡ଼ିର ରଣନୀତି ପ୍ରସ୍ତୁତ ପାଇଁ ନବୀନ ନିବାସରେ ସାଂସଦଙ୍କ ବୈଠକ ବସିଥିଲା । ଏଥିରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ଦଳୀୟ ସାଂସଦ ଯୋଗଦେଇଥିଲେ । ବିଧାୟକଙ୍କ ସହ ଯୋଗାଯୋଗ ରଖି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସଂସଦରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆନ୍ତଃ ରାଜ୍ୟ ଜଳ ବିବାଦ ହେଉ କି ରେଳବାଇ ପ୍ରକଳ୍ପ, ପୁଣି କ୍ଲିନ୍ ଏନେର୍ଜି ଟ୍ୟାକ୍ସ ହେଉ କି କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ମଧ୍ୟ ବିଜେଡ଼ି ଉଠାଇବ । 

ସଂସଦର ବଜେଟ ଅଧିବେଶନ ପାଇଁ ବିଜେଡ଼ିର କସରତ ଆରମ୍ଭ । ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ନବୀନ ନିବାସରେ ଏକାଠି ହୋଇଛନ୍ତି । ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସଂସଦରେ ଉଠାଇବାକୁ ଦେଇଛନ୍ତି ପରାମର୍ଶ । ଏନ୍‌ପିଆର୍‌ର ଧାରା ୧୩(୨) ଅନୁସାରେ ନାଗରିକଙ୍କ ବାପା, ମା କେଉଁଠି ଜନ୍ମ ହୋଇଥିଲେ, ଏହି ତଥ୍ୟକୁ ବିରୋଧ କରିଛି ବିଜେଡ଼ି । କେନ୍ଦ୍ର ସରକାରଙ୍କୁ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଦେବା ପରେ କେନ୍ଦ୍ର ସରକାର ଏହାକୁ ବାଧ୍ୟତାମୂଳକ ବଦଳରେ ଇଚ୍ଛାଧିନ କରିଛନ୍ତି । ସିଏଏକୁ ବିଜେଡ଼ି ସମର୍ଥନ କରୁଛି ହେଲେ ଏନ୍‌ଆର୍‌ସିକୁ କରିବ ନାହିଁ ବୋଲି ଦଳ ପୁଣି ଥରେ ଦୋହରାଇଛି । ସିଏଏ ନିଆଁ ଦେଶବ୍ୟାପୀ ଥିଲେ ମଧ୍ୟ ଓଡ଼ିଶାରେ ଏହାକୁ ନେଇ କୌଣସି ଦ୍ୱନ୍ଦ ନାହିଁ, ଏହା କେବଳ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ବୈଠକ ପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି । ଏହା ସହ ଜନଗଣନାରେ ଓବିସି ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦଳ ଦାବି କରିବ ।

ସେହିପରି ଦୀର୍ଘଦିନ ଧରି ପଡ଼ି ରହିଥିବା ରେଳବାଇ ପ୍ରକଳ୍ପ ହେଉ କି ପରିବେଶ ପ୍ରଦୂଷଣରୁ ମୁକୁଳିବା ପାଇଁ କ୍ଲିନ ଏନେର୍ଜି ଟ୍ୟାକ୍ସ କଥା ହେଉ । ପୁଣି ମହାନଦୀ, ପୋଲାଭରମ ଭଳି ଆନ୍ତଃ-ରାଜ୍ୟ ଜଳ ବିବାଦ ହେଉ କି କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗରେ ବିଜେଡ଼ି ତାର ଲଢେଇ ଜାରି ରଖିବ । ସାଂସଦଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଯୋଗସୂତ୍ର ରଖି ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସଂସଦରେ ଉଠାଇବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ପ୍ରତି ୨ ମାସରେ ଥରେ ସାଂସଦମାନେ ସେମାନଙ୍କ ରିପୋର୍ଟ କାର୍ଡ଼ ଦେବାକୁ କୁହାଯାଇଛି । ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ସିଏଏ ପ୍ରସଙ୍ଗ ବ୍ୟତୀତ ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ବିଷୟରେ ମଧ୍ୟ ଗୃହରେ ସରଗରମ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ; ସରକାରଙ୍କ ସ୍କାନରରେ ଅଧ୍ୟାପକ ଓ ଅଧ୍ୟାପିକା