• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

କୋରୋନା ସଂକ୍ରମଣ-ଟିକା-ଶିକ୍ଷା: କେମିତି ଚାଲିଛି ବ୍ୟବସ୍ଥା?

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ମଣିଷ ଦେହରେ ମାସେ ପର୍ଯ୍ୟନ୍ତ କୋରୋନା ଭାଇରସ୍ ସକ୍ରିୟ ରହୁଛି। ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା। 

କୋରୋନା ସଂକ୍ରମଣ-ଟିକା-ଶିକ୍ଷା: କେମିତି ଚାଲିଛି ବ୍ୟବସ୍ଥା?
ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଛୁଲନ୍ତା ଅବସ୍ଥାରେ ଅଛି। କେତେବେଳେ ବଢି ଯାଉଛି, ତ ଆଉ କେତେବେଳେ ଖସି ଆସୁଛି। କିନ୍ତୁ ମୃତ୍ୟୁ ମାମଲା ଦୀର୍ଘ ଦିନ ହେବ ସ୍ଥିର ହୋଇରହିଛି। ଏହାରି ମଧ୍ୟରେ ସ୍କୁଲ ଓ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଅନ୍ୟ ପଟେ କୋରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି।

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ମଣିଷ ଦେହରେ ମାସେ ପର୍ଯ୍ୟନ୍ତ କୋରୋନା ଭାଇରସ୍ ସକ୍ରିୟ ରହୁଛି।ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ ୧୫ ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି। ଡେଲ୍ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭି ଚିହ୍ନଟ ହୋଇଛନ୍ତି। ଲୋକେ କୋଭିଡ କଟକଣା ମାନୁ ନଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି। 

Also Read: ଶସ୍ତାରେ ମିଳିବ ମହଙ୍ଗା LPG ସିଲିଣ୍ଡର! ସଞ୍ଚୟ କରିପାରିବେ ୯୦୦ ଟଙ୍କା, ଉପାୟ ବତାଇଲା IOC

ସେ ପୁଣି କହିଛନ୍ତି, 'ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ (Coronavirus) ଯଦି ରୂପ ବଦଲାଏ ତା ହେଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଡେଲ୍ଟା ଭାଇରସ ଯୋଗୁଁ ଦ୍ଵିତୀୟ ଲହର ଭୟଙ୍କର ହେଲା। ସାରା ଦେଶରେ ୬୫ ହଜାର ସିକ୍ୟୁଏନ୍ସିଙ୍ଗ ହୋଇଛି। ଏଥିରୁ ୯୬ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଓଡ଼ିଶାରେ ୯୩ ପ୍ରତିଶତ ଲୋକ ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।'

ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ କହିବା ହେଲା, ଆଇସିଏମଆର (ICMR) ପକ୍ଷରୁ ଜାରି ଆଣ୍ଟିବଡି ରିପୋର୍ଟ ରାଜ୍ୟ ପ୍ରତି ରାଜ୍ୟ ଭିନ୍ନ ଅଟେ ବୋଲି କୁହାଯାଇଛି। ଆମ ରାଜ୍ୟର ସ୍ଥିତି ଆଇଏଲଏସ (ILS) ଠାରୁ ଜାଣିବା ପରେ, ଯଦି କମ ଆଣ୍ଟିବଡି ଥିବ ତେବେ ତାହାର ବ୍ୟବସ୍ତା କରାଯିବ। ଏବେ ଅପେକ୍ଷା କରିବାକୁ ପଡିବ ଆଇସିଏମଆର କର୍ତ୍ତୃପକ୍ଷ କଣ ରିପୋର୍ଟ ଦେଉଛନ୍ତି। ଆମର ସର୍ଭିଲାନ୍ସ ରଖିବା ହେଉଛି ଆମର ମୁଖ୍ୟ କାର୍ଯ୍ୟ। 

Also Read: କୋରୋନାର ତୃତୀୟ ଲହର ନେଇ କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ?

ସ୍କୁଲ ଖୋଲିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ, ସରକାର ଯେଉଁ ଭଳି ଭାବେ କହିଛନ୍ତି କୋଭିଡ କଟକଣା ମାନିବାକୁ ସ୍କୁଲ କର୍ତ୍ତୃପକ୍ଷ ତାହାକୁ ତଦାରଖ କରିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ କାମ ଆରମ୍ଭ ହେବ ତାହାର ସର୍ଭିଲାନ୍ସ ଉପରେ ନଜର ରହିବ।
ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ତା ନାହିଁ। ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି, ସେମାନେ ନେବା କଥା, ଯଦି ନେଇ ନାହାନ୍ତି ସ୍ୱତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) କହିଛନ୍ତି, 'ଶିକ୍ଷକଙ୍କୁ ଅଗ୍ରାଧିକାରରେ ଟିକା ଦେବାକୁ ଆମେ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛୁ। ଏ ସମର୍କରେ ଡ଼ିଇଓମାନଙ୍କ ବୈଠକରେ କୁହାଯାଇଥିଲା। ପିଲାଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱ ଏଣୁ ଅଧିକାଂଶ ଶିକ୍ଷକ ଟିକା ନେଇ ସାରିଛନ୍ତି। ଯେଉଁମାନେ ବାକି ଅଛନ୍ତି ଦ୍ଵିତୀୟ ଡୋଜ ନେବାରେ ସେମାନେ କେମିତି ନେବେ ତାହା ହେଉଛି ପ୍ରାଥମିକତା। ଏସଓପିରେ ଲେଖା ହୋଇନି ଟିକା ନ ନେଇ ଥିଲେ ଶିକ୍ଷକ ସ୍କୁଲ ଆସି ପାରିବେନି ବୋଲି, ସମସ୍ତେ ଆସିପାରିବେ।'

Also Read: Dengue@172: ମୁକାବିଲା ପାଇଁ ଅଣ୍ଟା ଭିଡି଼ଲା Khordha Dist Admin-BMC  
 
ଜୁଲାଇ ୨୬ରୁ ଛାତ୍ରଛାତ୍ରୀ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। କାଗଜରେ ହେଉ, ଟେଲିଫୋନ ଅବା ହ୍ୱାଟସଆପ ମାଧ୍ୟମରେ ହେଉ ନା କାହିଁକି ସ୍କୁଲ ଆସିବା ଓ ହଷ୍ଟେଲରେ ପିଲା ରହିବା ପାଇଁ କନସେଣ୍ଟ ଫର୍ମ ବାଧ୍ୟତାମୂଳକ। ହଷ୍ଟେଲ ଖୋଲିବା ନେଇ ଏସଓପି ମଧ୍ୟ ଜାରି ହୋଇ ସାରିଛି। ଆଇସିଏମ୍ଆରର ତଥ୍ୟ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏକ ପ୍ରକାର ଆଲୋଚନା ଚାଲିଛି। ଏନେଇ କୌଣସି ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟକୁ ଆସିନାହିଁ। ତର୍ଜମା ଚାଲିଛି ନିର୍ଯ୍ୟାସ ଆସିଲେ ରାଜ୍ୟ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।