• ଅକ୍ଟୋବର ୩ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • ଆଇଆଇଟି ନାମଲେଖା ପାଇଁ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • କୋଭିଡ୍ ଗାଇଡଲାଇନରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା
  • ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଚଳିତବର୍ଷ ରାଜ୍ୟସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ
  • ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ
  • ଘରକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ
  • ଦିଲ୍ଲୀ ଏୟାରପୋର୍ଟରେ ଦିଆଗଲା ଭବ୍ୟ ସ୍ୱାଗତ
  • ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ୟୁକେ ହାଇକୋର୍ଟ

ରେଡ୍ ଜୋନରେ ୪ ଜିଲ୍ଲା; କମୁଛି ସଂକ୍ରମଣ, ଖସୁନି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୯୩ ପଜିଟିଭ୍ ବାହାରିଛନ୍ତି। ପୁଣି ଥରେ ଦିନକରେ ୪୩ ଜଣଙ୍କ ମୃତ୍ୟୁ କୋରୋନା ଯୋଗୁଁ ହୋଇଛି।

ରେଡ୍ ଜୋନରେ ୪ ଜିଲ୍ଲା; କମୁଛି ସଂକ୍ରମଣ, ଖସୁନି ମୃତ୍ୟୁ ସଂଖ୍ୟା
ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପ୍ରାୟ ୨୧ ଦିନ ହେବ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହାର ଲଗାତାର ହ୍ରାସ ହେବାରେ ଲାଗିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ପୂର୍ବ ଭଳି ସ୍ଥିର ରହିଛି। ଆଜି ପୁଣ ଥରେ ୩ ହଜାର ତଳେ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଗୋଟିଏ ଦିନରେ ପୁଣି ଥରେ କୋରୋନାରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଦେହାନ୍ତ ହୋଇଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୯୩ ପଜିଟିଭ୍ ବାହାରିଛନ୍ତି। ପୁଣି ଥରେ ଦିନକରେ ୪୩ ଜଣଙ୍କ ମୃତ୍ୟୁ କୋରୋନା ଯୋଗୁଁ ହୋଇଛି। ଖୋର୍ଦ୍ଧାରେ ସର୍ବାଧିକ ୭, କଟକ ଓ ବରଗଡରେ ୫ ଜଣ ଲେଖାଏ ମୃତ୍ୟୁ ବରଣ କରିଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ମାମଲା ୮ ଲକ୍ଷ ୮୦ ହଜାର ୫୩୩କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି। ସେହିପରି ଏଯାଏଁ ୮ ଲକ୍ଷ ୪୦ ହଜାର ୨୧୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

Also Read: ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଗତ ୨୧ ଦିନରୁ ରାଜ୍ୟରେ ପ୍ରତ୍ୟେକ ଦିନ ୩୭ରୁ ୪୫ ଜଣ କୋରୋନାରେ ମୃତ୍ୟୁ ବରଣ କରୁଛନ୍ତି। ଜୁନ ୧୨ ତାରିଖରେ ଦ୍ୱିତୀୟ ଲହରରେ ସର୍ବାଧିକ ୪୭ ଜଣ ପ୍ରାଣ ହରାଇଥିଲେ। ସେହିପରି ଗତ ୧୮ ତାରିଖରେ ମୃତ୍ୟୁ ସଂଖ୍ୟା ୩୭ ଥିବା ବେଳେ ତାହା ପୁଣି ଥରେ ଉପର ମୁହାଁ ହୋଇଛି। କିଛି ଦିନ ହେବ ଏହି ସଂଖ୍ୟା ୪୦ରୁ ଉପରେ ରହୁଥିବାର ଦେଖିବାକୁ ମିଳୁଛି। ମୋଟ ସଂକ୍ରମଣ ଓ ମୃତ୍ୟୁ ମାମଲାରେ ଏବେ ବି ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ଅଛି।

ଅନ୍ୟପଟେ ଦୈନିକ ସଂକ୍ରମଣ ଖସୁଥିବାରୁ ଏବେ ଆଉ କେବଳ ୪ଟି ଜିଲ୍ଲା ସକ୍ରୀୟ ମାମଲାର ରେଡ୍ ଜୋନରେ ଅଛି। ଖୋର୍ଦ୍ଧା (Khordha) ରେ ୫୭୯୮ଟି କୋରୋନା (Coronavirus) ର ସକ୍ରୀୟ ମାମଲା ଥିବା ବେଳେ କଟକ, ଯାଜପୁର ଓ ବାଲେଶ୍ୱରରେ ୩୦୦୦ରୁ ଊର୍ଦ୍ଧ୍ୱ ଲେଖାଏଁ ରୋଗୀ ଅଛନ୍ତି। ସେହିପରି ୫ଟି ଜିଲ୍ଲା ଏବେ ୟେଲୋ ଜୋନରେ ଅଛନ୍ତି। ଏହି ଜିଲ୍ଲା ଗୁଡିକରେ ୧୨୦୦ରୁ ୨୦୦୦ ମଧ୍ୟରେ କୋରୋନା ସଂକ୍ରମିତ ଅଛନ୍ତି। 

Also Read: ହାରିବ କୋରୋନା ! ଜୁଲାଇ ସୁଦ୍ଧା ଦେଶରେ ଉପଲବ୍ଧ ହେବ ୧୩.୫ କୋଟି ଟିକା  

ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ କୋରୋନା ଟିକାକରଣ (Corona vaccination) ଆରମ୍ଭ ହୋଇଛି। ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା କରାଯାଇଛି। ରାଜ୍ୟର ପ୍ରତି ବ୍ଲକ ଓ NACର ୫, ପୌର ପରିଷଦର ୧୦ ଓ ମହାନଗର ନିଗମର ୨୦ଟି ସ୍ଥାନରେ ଲୋକଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁସାୟୀ ରାଜ୍ୟରେ ଟିକାକରଣ ହେବ।