ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା
Advertisement

ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ୫ ତାରିଖ ସୁଦ୍ଧା ୧୨୦୬ ରୋଗୀ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ଘାରିଛି କୋଭିଡ ଭୟ। ସାରା ଦେଶର ୨ ଦଶମିକ ୫ ପ୍ରତିଶତ କୋଭିଡ ରୋଗୀ କେବଳ ଓଡିଶାରୁ ଥିବା ବେଳେ ସେଥିରୁ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି। ଏପରିକି ରାଜ୍ୟରେ ଟେଷ୍ଟିଂ ହାର ମଧ୍ୟ କମିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜଧାନୀ ଭୁବନେଶ୍ବର ସଂକ୍ରମଣ ଚିନ୍ତା ଜନକ ରହିଛି। ତେବେ ରାଜ୍ୟରେ କୋରୋନା ଓ ଓମିକ୍ରୋନ ଉପରେ ବି.ଏମ.ସି ନଜର ରଖିଥିବା କହିଥିବା ବେଳେ ଟେଷ୍ଟିଂ ସାଙ୍ଗକୁ ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ଗୁରୁତ୍ବ ଦିଆଯାଉଛି।

ରାଜ୍ୟ ପାଇଁ ଚିନ୍ତା ବଢାଇଛି ରାଜଧାନୀ। ଓମିକ୍ରୋନରେ ସଂକ୍ରମିତ ଥାଇ ବି ଆରଟିପିସିଆର ନେଗେଟିଭ୍ ଆସୁଛି। ରାଜ୍ୟରେ ଡିସେମ୍ବର ୪ ସୁଦ୍ଧା ୭୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ୫ ତାରିଖ ସୁଦ୍ଧା ୧୨୦୬ ରୋଗୀ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ଏପରିକି ଭୁବନେଶ୍ୱରରେ ଟେଷ୍ଟିଂ ମଧ୍ୟ କମିଥିବା ଉଲ୍ଲେଖ କରିଛନ୍ତି। ଯଦି ରାଜ୍ୟକୁ ଓମିକ୍ରୋନ ପ୍ରବେଶ କରେ ତେବେ ଏହା ଖୁବ କ୍ଷୀପ୍ର ଗତିରେ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଗମନାଗମନର ସୁବିଧା ଯୋଗୁଁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ଏପରିକି କିଛି ସଂକ୍ରମିତ ଦେହରେ ଭୂତାଣୁ ଥାଇ ମଧ୍ୟ ଆରଟିପିଆର ନେଗେଟିଭ୍ ହେଉଛନ୍ତି। ତେବେ ଭୁବନେଶ୍ୱରରେ ଏୟାରପୋର୍ଟ ଥିବାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି ବୋଲି  କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।

Also Read: ବିଲରେ ବୁଡ଼ିଲା ସୁନା! ହତାସ ଚଷାପୁଅର ଆତ୍ମହତ୍ୟା, ପ୍ରଶାସନ କରିବ ତନାଘନା

ସେପଟେ ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବିଶେଷ କରି ଓମିକ୍ରୋନ ଉପରେ ବି.ଏମ.ସି ନଜର ରଖିଥିବା ଡେପୁଟି କମିଶନର, ଶୁଭେନ୍ଦୁ କୁମାର ସାହୁ କହିଛନ୍ତି। ଏୟାରପୋର୍ଟରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବା ସହ ସଂକ୍ରମିତ ଦେଶରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟରେ ମଧ୍ୟ କୋଭିଡ଼ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଲୋକ ହୋମ କ୍ବାରେଣ୍ଟିନ ବା ଇନଷ୍ଟିଚ୍ୟୁସନାଲ କ୍ବାରେଣ୍ଟିନରେ ରହିବେ। ସେମାନଙ୍କ ଉପରେ ନଜର ରଖିବ ରାପିଡ଼ ରେସ୍ପନ୍ସ ଟିମ ବା ଆରଆରଟି ଗଠନ କରାଯାଇଛି। ଗତମାସକ ମଧ୍ୟରେ ୮ ଶହରୁ ଅଧିକ ଲୋକ ଓମିକ୍ରନ ସଂକ୍ରମିତ ଦେଶରୁ ଫେରୁଥିବା ବେଳେ ସଭିଙ୍କ ଉପରେ ବିଏମସି କଡ଼ା ନଜର ରଖିଛି। ପ୍ରତିଦିନ ପ୍ରାୟ ୬ ହଜାର ଲୋକଙ୍କ କୋଭିଡ଼ ଟେଷ୍ଟ କରାଯାଉଛି ବୋଲି ଡେପୁଟି କମିଶନର କହିଛନ୍ତି।

କୋରୋନାକୁ ନେଇ ଓଡିଶାବାସୀଙ୍କ ପାଇଁ ଗୋଟିଏ କଥା ଆଶ୍ବସ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜଣେ ବି ଓମିକ୍ରୋନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇନାହାନ୍ତି। କିନ୍ତୁ ଚିନ୍ତାର କାରଣ ଯେ, ରାଜ୍ୟକୁ ଆସୁଥିବା ବିଦେଶୀ ଫେରନ୍ତାଙ୍କ ମଧ୍ୟରୁ ୪୦% ଚିହ୍ନଟ ହୋଇପାରୁନି। ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ପୋର୍ଟାଲରେ ସେଲ୍ଫ ଡିକ୍ଲରେସନ ବ୍ୟବସ୍ଥା ଥିବାରୁ ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି। ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି।

Also Read: 'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ

ନଭେମ୍ବର ମାସ ଶେଷ ସୁଦ୍ଧା ୨୪୬ ଜଣ କୋରୋନା ପଜିଟିଭ ବିଦେଶୀଙ୍କ ଜେନମ ସିକ୍ୟୁଆନସିଂ କରାଯାଉଛି। ଏବେ ସୁଦ୍ଧା ରାଜ୍ୟରେ ସେଭଳି କୌଣସି ଓମିକ୍ରୋନ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ଆଗକୁ ଏହାକୁ ନେଇ ଆଶ୍ବସ୍ତ ହେଲେ ପରିସ୍ଥିତି ଅଣାୟତ ହେବା ଆଶଙ୍କା ରହିଛି। ଗୋଟାଏ ପଟେ ଏକାଧିକ ଦେଶରେ ଓମିକ୍ରୋନ ଭ୍ୟାରିଆଣ୍ଟ ପାଇଁ ଲୋକଙ୍କ ଭିତରେ ହାହାକାର ହେଉଥିବା ବେଳେ ଓଡିଶାରେ ବିଦେଶୀ ଫେରନ୍ତାଙ୍କ ପରିଚୟ ମିଳିନପାରିବା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢାଇଛି। ଯଦି ରାଜ୍ୟକୁ ଓମିକ୍ରୋନ ଆସେ ତେବେ ଭାୟା ଭୁବନେଶ୍ୱର ଦେଇ ଆସିବ ବୋଲି ଆଶଙ୍କା କରାଯାଉଛି।