ପୁଣି ଉଠିଲା ରାଜ୍ୟର କୋରୋନା ଗ୍ରାଫ୍, ଦ୍ୱିତୀୟ ଡୋଜ୍ ଟିକାକୁ ନାରାଜ
X

ପୁଣି ଉଠିଲା ରାଜ୍ୟର କୋରୋନା ଗ୍ରାଫ୍, ଦ୍ୱିତୀୟ ଡୋଜ୍ ଟିକାକୁ ନାରାଜ


ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସଂଗରୋଧରୁ ୩୬୭ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୯୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌। 

ପୁଣି ଉଠିଲା ରାଜ୍ୟର କୋରୋନା ଗ୍ରାଫ୍, ଦ୍ୱିତୀୟ ଡୋଜ୍ ଟିକାକୁ ନାରାଜ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍। ଲଗାତାର ତିନି ଦିନ ହେବ ଦୈନିକ ସଂକ୍ରମଣ ମାମଲା ବଢୁଛି। ଏହି ଅବଧି ମଧ୍ୟରେ ୨୦୦ ମାମଲା ବୃଦ୍ଧି ପାଇଛି। ସେପଟେ ପାର୍ବଣ ଋତୁରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ନାରାଜ ହେଉଛନ୍ତି, ଯାହାକୁ ନେଇ ଏବେ ପ୍ରଶାସନକୁ ଚିନ୍ତାରେ ପକାଇଛି।

ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସଂଗରୋଧରୁ ୩୬୭ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୯୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪ ଜଣ କୋରୋନାରେ ପ୍ରାଣ ହରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୩ ତାରିଖରେ ସବୁଠାରୁ କମ ୪୨୪ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Also Read: ହୀରାକୁଦ ଡ୍ୟାମର ସ୍ଥିତି ସାଙ୍ଘାତିକ, ଫୁଟେ ତଳେ ବନ୍ୟା ପାଣି

ରାଜ୍ୟରେ ଏବେ ମୋଟ କୋରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୪ ହଜାର ୮୪୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୫ ହଜାର ୯୦୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ମୋଟ ୮,୧୨୨ ଜଣଙ୍କ ମୃତ୍ୟୁ କୋରୋନାରୁ ହୋଇଛି। ଏହା ବ୍ୟତୀତ ୫୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କହିଛି। 

ଅନ୍ୟପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଲୋକେ
ମାତ୍ର ୬୮ ଲକ୍ଷ ଲୋକ ଅର୍ଥାତ ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି। ଦ୍ୱିତୀୟ ଡୋଜ ଟିକା ନେବାକୁ ଭୁଲି ଯାଉଥିବା ଲୋକଙ୍କୁ ମେସେଜ ଦିଆଯିବା ସତ୍ତ୍ୱେ ବି ଆସୁ ନାହାନ୍ତି। ଜିଲ୍ଲା ସ୍ତରରେ ଦ୍ୱିତୀୟ ଡୋଜ ନ ନେଉଥିବା ଲୋକଙ୍କର ତାଲିକା ପ୍ରକାଶ କରି ସେମାନଙ୍କୁ ଟିକା ନେବା ପାଇଁ ସଚେତନ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୬୭ ଲକ୍ଷ ଟିକାକରଣ ହୋଇଛି। ଯେଉଁଥିରେ କୋଟିଏ ୯୮ ଲକ୍ଷ ଅର୍ଥାତ ୬୪ ପ୍ରତିଶତଙ୍କୁ ପ୍ରଥମ ଡୋଜ ଦିଆଯାଇଛି।

 

 

Trending news