ଓଡିଶା ତିଆରି କରିବ କୋରୋନା ସଂଜିବନୀ
Advertisement

ଓଡିଶା ତିଆରି କରିବ କୋରୋନା ସଂଜିବନୀ

ଭୁବନେଶ୍ୱରର ଅନ୍ଧାରୁଆରେ ଟିକା ଉତ୍ପାଦନ ଶିଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଆଇନଗତ ଓ ବୈଧାନିକ ଅନୁମତି ମଧ୍ୟ ଦିଆସରିଛି 

ଓଡିଶା ତିଆରି କରିବ କୋରୋନା ସଂଜିବନୀ

ଭୁବନେଶ୍ୱର: ଟିକା ଦୌଡରେ ଆଗେଇଲା ଓଡ଼ିଶା । ଭୁବନେଶ୍ୱର ଅନ୍ଧାରୁଆରେ ଟିକା ଉତ୍ପାଦନ ଶିଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ଅନୁମତି ମଧ୍ୟ ଦିଆସରିଛି । ତେବେ ୨୦୨୨ ଅର୍ଥାତ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହି ୟୁନିଟ୍‌ରୁ କୋଭାକ୍ସିନ୍ ଟିକା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍‌ କାର୍ଯ୍ୟାନ୍ୱୟନ କମିଟି ବୈଠକରୁ ଏହି ସୂଚନା ମିଳିବା ପରେ ଟିକା ଉତ୍ପାଦନରେ ନୂଆ ଆଶା ସଂଚାର ସୃଷ୍ଟି ହୋଇଛି । ଏହାପରେ ଅନ୍ୟ ରାଜ୍ୟ ଉପରୁ ନିର୍ଭର ଛାଡି ବରଂ ଯୋଗାଣ କରିବା ସହ ଏତେ ବିଳମ୍ୱକୁ ନେଇ ଆଶା ଆଶଙ୍କା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ:-ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ୱରର ଅନ୍ଧାରୁଆରେ ଟିକା ଉତ୍ପାଦନ ଶିଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଆଇନଗତ ଓ ବୈଧାନିକ ଅନୁମତି ମଧ୍ୟ ଦିଆସରିଛି । ତେବେ ୨୦୨୨ ଅର୍ଥାତ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହି ୟୁନିଟ୍‌ରୁ କୋଭାକ୍ସିନ୍ ଟିକା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଟିକା ଉତ୍ପାଦନ ୟୁନିଟ୍‌ ଭାରତ ବା‌ୟୋଟେକ୍ ଇଣ୍ଟରନ୍ୟାସନାଲ୍‌ କମ୍ପାନୀ ଦ୍ୱାରା ପ୍ରତିଷ୍ଠା କରାଯାଉଛି । ଏହି ୟୁନିଟରେ କୋରୋନା ଓ ମ୍ୟାଲେରିଆ ଟିକା ସମେତ ପ୍ରାୟ ୧୦ ପ୍ରକାର ଟିକା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି । ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ଅଗ୍ରଗତିର ସମୀକ୍ଷା କରି ଭିତ୍ତିଭୂମି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋରୋନା ମହାମାରୀକୁ ମାତ୍ ଦେବା ଲାଗି ସଂଜିବନୀ ରୂପୀ ଏହି ଟିକା ବଣ୍ଟନ ଲାଗି ରାଜ୍ୟରେ ଏବେ ଅଭାବୀ ସଂକଟ ଦେଖାଦେଇଥିବା ବେଳେ ରାଜ୍ୟର ତୁରନ୍ତ ଏହା ପ୍ରସ୍ତୁତ ହେଲେ ବୋଝ କମିବ ବୋଲି ମତ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ:-ଜାରି ରହିବ କାଳବୈଶାଖୀ! ଆସନ୍ତା ୪ ଦିନ ପାଇଁ ସତର୍କ ସୂଚନା

ବାୟୋଟେକ୍‌ରେ ନୂଆ ପରୀକ୍ଷଣ ଓ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଅଧିକ ତ୍ବରାନ୍ବିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି । ବାୟୋଟେକ୍‌ ଇନ୍‌କ୍ୟୁବେଟର୍‌ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ନିମନ୍ତେ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେପଟେ ରାଜ୍ୟରେ ଟିକା ଅଭାବ ସହ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହେବା ପରେ ବି ମିଳୁନାହିଁ । ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବେ ଓଡିଶାରେ ନିର୍ମାଣ ହେବାକୁ ଥିବା ଉତ୍ପାଦନ କେନ୍ଦ୍ରରୁ ଯେତେ ଶୀଘ୍ର ନିର୍ମାଣ ହେବେ ହିତାଧିାକାରୀ ଉପକୃତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୪୦୧ କୋରୋନା ସଂକ୍ରମିତ

ଭାରତ ବାୟୋଟେକ୍ କମ୍ପାନିର ରୋଟାଭାଇରସ୍‌, ଡାଇରିଆ, ମ୍ୟାଲେରିଆ, ଜାପାନୀ ଜ୍ୱର, ରାବିସ୍‌, ମହାମାରୀ ଇନ୍‌ଫ୍ଲୁଏଞ୍ଜା ଆଦି ବିଭିନ୍ନ ପ୍ରକାର ଆଧୁନିକ ଟିକା ଉତ୍ପାଦନ କ୍ଷେତ୍ରରେ ଅଭିଜ୍ଞତା ରହିଛି । ଏବେ କୋରୋନା ଓ ମ୍ୟାଲେରିଆ ଟିକା ନିର୍ମାଣରେ ସଫଳତା ପାଇଁ ଆଶା ରହିଛି ।