ଆହୁରି ସ୍ମାର୍ଟ ହେଲା ଓଡିଶା ପୋଲିସ, ରିଜର୍ଭ ଅଧିକାରୀଙ୍କ ପାଇଁ ଇ-ଅଫିସ ବ୍ୟବସ୍ଥା ଲାଗୁ

ଆହୁରି ସ୍ମାର୍ଟ ହେଲା ଓଡିଶା ପୋଲିସ . ରିଜର୍ଭରେ କାମ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଆରମ୍ଭ ହେଲା ଇ-ଅଫିସ୍ ବ୍ୟବସ୍ଥା ଽ ଭୁବନେଶ୍ୱର ପୋଲିସ ଭବନରେ ଆୟାଜିତ ତୃତୀୟ କମାଣ୍ଡାଣ୍ଟ କନଫରେନ୍ସରେ ଯୋଗଦେଇ ଇ-ଅଫିସ୍ ବ୍ୟବସ୍ଥାକୁ ଲାଗୁ କରିବା ସହ ରିଜର୍ଭ ଲୋଗୋ ଉନ୍ମୋଚନ କରିଛନ୍ତି ଡିଜି ବିଜୟ କୁମାର ଶର୍ମା ଽ 

ଆହୁରି ସ୍ମାର୍ଟ ହେଲା ଓଡିଶା ପୋଲିସ, ରିଜର୍ଭ ଅଧିକାରୀଙ୍କ ପାଇଁ ଇ-ଅଫିସ ବ୍ୟବସ୍ଥା ଲାଗୁ
ଫାଇଲ ଫଟୋ

ଜସ୍ମିନ ମହାନ୍ତ, ଭୁବନେଶ୍ୱର: ଆହୁରି ସ୍ମାର୍ଟ ହେଲା ଓଡିଶା ପୋଲିସ । ରିଜର୍ଭରେ କାମ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଆରମ୍ଭ ହେଲା ଇ-ଅଫିସ୍ ବ୍ୟବସ୍ଥା । ଭୁବନେଶ୍ୱର ପୋଲିସ ଭବନରେ ଆୟାଜିତ ତୃତୀୟ କମାଣ୍ଡାଣ୍ଟ କନଫରେନ୍ସରେ ଯୋଗଦେଇ ଇ-ଅଫିସ୍ ବ୍ୟବସ୍ଥାକୁ ଲାଗୁ କରିବା ସହ ରିଜର୍ଭ ଲୋଗୋ ଉନ୍ମୋଚନ କରିଛନ୍ତି ଡିଜି ବିଜୟ କୁମାର ଶର୍ମା । 

ଇ-ଅଫିସ୍ ବ୍ୟବସ୍ଥା ଲାଗୁ ହେବା ପରେ ପୋଲିସ ବିଭାଗରେ ହେଉଥିବା କାମ ଆହୁରି ସହଜ ଓ ଦ୍ରୁତ ଗତିରେ ହୋଇପାରିବ ବୋଲି ଆଶା ରଖିଛି ବିଭାଗ । ଏଥିସହ ପୋଲିସ ବିଭାଗକୁ ପେପର ଲେସ୍ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ ଲାଇନରେ ସବୁକାମ କରିବାକୁ ଯୋଜନା କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ରାଜ୍ୟର ୫ଟି ବାଟାଲିଅନ୍‌କୁ ଅପଗ୍ରେଡ୍ କରାଯିବ । 

ଇ-ବ୍ୟବସ୍ଥା ଭିତରେ ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧା ବାଟାଲିଅନ୍‌ ରହିବ । ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନ୍‌ରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ । ଭୁବନେଶ୍ୱର ପୋଲିସ୍‌ ଭବନରେ ଆୟୋଜିତ କମାଣ୍ଡାଣ୍ଟ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ଏହି ଅବସରରେ ସ୍ପେଶାଲ ଆର୍ମ ପୋଲିସ, ରିଜର୍ଭ ବାଟାଲିୟନ୍, ସ୍ପେସାଲ ସିକ୍ୟୁରିଟି ବାଟାଲିୟନ୍ ଭଳି ୪ ପ୍ରକାର ବାଟାଲିୟନର ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ ମଧ୍ୟ କରିଛନ୍ତି । 

ମାଲକାନଗିରି, ରାଉରକେଲା, ଢେଙ୍କାନାଳ, ଖୋର୍ଦ୍ଧା ଓ କଟକର ବାଟାଲିୟନରେ ଏହି ବ୍ୟବସ୍ଥା ଲାଗୁ କରାଯିବା ପରେ ଦୂର ଦୂରାନ୍ତରେ କାମ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଇ-ଅଫିସ ବ୍ୟବସ୍ଥା ବେଶ ସହାୟକ ହେବ ବୋଲି ପୋଲିସ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି । ଇ-ଅଫିସ ସହ ପୋଲିସ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅସ୍ତ୍ରଶସ୍ତ୍ର ତଥା ପୋଲିସ ପୋଷାକ କିଭଳି ହେବା ଦରକାର ସେସବୁ ପ୍ରତି ମଧ୍ୟ ଆଲୋଚନା କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଆଇନ ଶୃଙ୍ଖଳା କିଭଳି ବ୍ୟବସ୍ଥିତ କରାଯିବ, ତାହା ଉପରେ ଫୋକସ ଦିଆଯାଇଛି । 

ଇ-ଅଫିସ ବ୍ୟବସ୍ଥା ଲାଗୁ ହେବା ପରେ ମାଲକାନଗିରିରୁ ଆସୁଥିବା ଚିଠି ଏବେ ଅନ୍ ଲାଇନ୍ ଜରିଆରେ ପଠାଯାଇପାରିବ । ଯେଉଁଠି ଚିଠି ଆଦାନ ପ୍ରଦାନରେ ଏକ ସପ୍ତାହ ସମୟ ଲାଗୁଥିଲା , ଏବେ ଏହି ବ୍ୟବସ୍ଥା ଲାଗୁ ହେବା ପରେ ବଟମ୍ ପ୍ରେସ୍ କଲା ମାତ୍ରେ ଅନ୍ୟତ୍ର ପହଞ୍ଚିଯିବ । ଏଥିସହ ଫିଲ୍ଡରେ ମୁତୟନ ଥିବା ପୋଲିସ ଅଧିକାରୀ କଣ କଣ ଆବଶ୍ୟକ କରୁଛନ୍ତି, ସେ ସବୁକୁ ନେଇ ଆଗାମୀ ଦିନରେ ବିଭାଗକୁ ଆହୁରି ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ଡିଜି ମନୋଜ ଛାବ୍ରା  । 

ପୋଲିସ ବିଭାଗ ପକ୍ଷରୁ ସାଧାରଣ ଲୋକେ କିଭଳି ଅଧିକ ସୁବିଧା ପାଇପାରିବେ, ତା ଉପରେ ଗୃହ ବିଭାଗ ଫୋକସ ଦେବା ଆରମ୍ଭ କରିଛି । ଏଥିପାଇଁ ପ୍ରତ୍ୟେକ ଥାନାକୁ ବାର୍ଷିକ ୧୭ କୋଟି ଟଙ୍କା ଆପାତକାଳୀନ ପାଣ୍ଠି ଯୋଗାଇ ଦେବାକୁ ଘୋଷଣା କରିଥିଲେ । ହେଲେ ରିଜର୍ଭରେ କାମ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏବେ ବିଶେଷ ଦୃଷ୍ଟି ଦେବା ଆରମ୍ଭ କରିଛନ୍ତି ।