ଦୂରଦର୍ଶନ ଓଡିଆ ଭାଷାରେ ଏବେ ୧୦ମ ଶ୍ରେଣୀର ପିଲାଙ୍କୁ ଦିଆଯିବ ଶିକ୍ଷାଦାନ ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ଆଜିଠୁ ଟିଭିରେ ପାଠ ପଢ଼ିବେ ପିଲା। ଦୂରଦର୍ଶନରେ ହେବ ପାଠପଢ଼ା । ଦଶମ ଶ୍ରେଣୀ ପିଲାଙ୍କୁ ଇଂରାଜୀ, ଗଣିତ, ବିଜ୍ଞାନ ପାଠ ପଢ଼ାଯିବ । ୨୦୧୭-୧୮ ମସିହାରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଭିଡ଼ିଓ । ଏହି ସବୁ ଭିଡ଼ିଓ ଜରିଆରେ ଦୂରଦର୍ଶନରେ ପ୍ରତ୍ୟେକ ଦିନ ୧୧ ଟାରୁ ୧୨ଟା ଏବଂ ପୁନର୍ବାର ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ପାଠ ପଢ଼ାଯିବ ।
ଦୂରଦର୍ଶନ ଓଡିଆ ଭାଷାରେ ଏବେ ୧୦ମ ଶ୍ରେଣୀର ପିଲାଙ୍କୁ ଦିଆଯିବ ଶିକ୍ଷାଦାନ । ସୋମବାର ଅର୍ଥାତ ଆଜି ବିଧିବଦ୍ଧ ଭାବେ ଆରମ୍ଭ ହେବ ପାଠ ପଢ଼ା । ତେବେ ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇ ୧୨ ମେ ପର୍ଯ୍ୟନ୍ତ ଚାଲିବ । ସପ୍ତାହର ସୋମବାରରୁ ଶୁକ୍ରବାର କାର୍ଯ୍ୟକ୍ରମ ପ୍ରସାରଣ ହେବ । କୋରୋନା କଟକଣାକୁ ଦୃଷ୍ଟିରେ ରଖି ପାଠପଢ଼ା ପାଇଁ ସରକାର ନୂଆ ବ୍ୟବସ୍ଥା ଆପଣାଇଛନ୍ତି ।
ଗଣଶିକ୍ଷା ବିଭାଗ ପକ୍ଷରୁ କେବଳ ଦଶମ ଶ୍ରେଣୀ ନୁହେଁ, ବରଂ ପଞ୍ଚମରୁ ନବମ ପର୍ଯ୍ୟନ୍ତ ପିଲାମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ମଧୁ ଆପ ଜରିଆରେ ପାଠ ପଢ଼ାଇବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ପିଲାମାନେ ଏହାର ଫାଇଦା ନେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି ।