ଏହି ୩ଟି ଆଦିବାସୀ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବାର ଦାବି କଲେ ବିଜେଡି ସାଂସଦ

ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ଏହି ସବୁ ଭାଷା ସାମିଲ ହେଲେ ଆଦିବାସୀଙ୍କୁ ପରିଚୟ ସହ ସେମାନଙ୍କ ଆଶା ଓ ବହୁ ଦିନର ଦାବି ମଧ୍ୟ ପୂରଣ ହେବ । ଏ ନେଇ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଥିଲେ ।

ଏହି ୩ଟି ଆଦିବାସୀ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବାର ଦାବି କଲେ ବିଜେଡି ସାଂସଦ

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟରେ ବହୁଳ ଭାବେ ହୋ, ମୁଣ୍ଡାରୀ ଓ ଭୁମେଜ ଭାଷା ବ୍ୟବହାର ହୋଇଥାଏ । ଏହି ତିନୋଟି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ବହୁ ଦିନରୁ ଦାବି ଉଠି ଆସିଛି । ଆମ ରାଜ୍ୟରେ ୨୨.୮୫% ଆଦିବାସୀ ଅଛନ୍ତି । ଏଥିରେ ୬୨ଟି ଜନଜାତି ଓ ୧୩ଟି ଆଦିମ ଜନଜାତି ଅନ୍ତର୍ଭୁକ୍ତ ରହିଛି ।

ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ଏହି ସବୁ ଭାଷା ସାମିଲ ହେଲେ ଆଦିବାସୀଙ୍କୁ ପରିଚୟ ସହ ସେମାନଙ୍କ ଆଶା ଓ ବହୁ ଦିନର ଦାବି ମଧ୍ୟ ପୂରଣ ହେବ । ଏ ନେଇ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖିଥିଲେ । ଓଡ଼ିଶା ଓ ଝାଡ଼ଖଣ୍ଡର ୧୦ ଲକ୍ଷ ଆଦିବାସୀ ଲୋକ ହୋ ଭାଷା କୁହନ୍ତି ।

 ଅନ୍ୟପକ୍ଷେ ସାନ୍ତାଳି ଭାଷା ଯାହା ପୂର୍ବରୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଛି । ହୋ ହିଁ ଓଡ଼ିଶାର ସବୁଠାରୁ ଅଧିକ ଆଦିବାସୀ ବ୍ୟବହୃତ ଭାଷା । ମୁଣ୍ଡାରୀ ଭାଷାକୁ ରାଜ୍ୟର ୬ ଲକ୍ଷ ମୁଣ୍ଡାରୀ ସଂପ୍ରଦାୟର ଲୋକେ କୁହନ୍ତି । ଭୁମେଜ ଭାଷାକୁ ୩ ଲକ୍ଷ ଲୋକେ ନିଜ ଭାଷା ରୂପେ ବ୍ୟବହାର କରନ୍ତି । ଏହି ପ୍ରସଙ୍ଗ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସଦନରେ ଉଠାଇଥିଲେ । ଯାହା ପରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସମନ୍ୱୟ ରଖିବାକୁ ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।