ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥାନା
Advertisement

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥାନା

ଥାନା ଗୁଡିକ ଯେପରି ଅଧିକ ଦକ୍ଷତା ସହ ଜନସାଧାରଣଙ୍କୁ  ଉନ୍ନତ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟି ରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ  ୫୮୭ ଥାନା ପାଇଁ ବାର୍ଷିକ ୧ ୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କରିଛନ୍ତି। 

  •  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ  ୫୮୭ ଥାନା ପାଇଁ ବାର୍ଷିକ ୧ ୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କରିଛନ୍ତି
  •  ଭୁବନେଶ୍ୱର-କଟକ ପୋଲିସ କମିଶନରେଟରେ ଥିବା ସମସ୍ତ ୪୪ ଟି ଥାନା ପାଇଁ ମସିକ ୪୦ ହଜାର ଲେଖାଏ
  • ୧୪୨ଟି ସହରାଂଚଳ ଥାନା ଲାଗି ମାସିକ ୩୦ହଜାର ଲେଖାଏ 
  •  ୩୫୧ ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଲେଖାଏ ମଞ୍ଜୁର  କରାଯାଇଛି। 

Trending Photos

 ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥାନା

ଭୁବନେଶ୍ୱର: ଥାନା ଗୁଡିକ ଯେପରି ଅଧିକ ଦକ୍ଷତା ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟି ରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ ଥାନା ପାଇଁ ବାର୍ଷିକ ୧ ୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ଘୋଷଣା କରିଛନ୍ତି। 

ତଦନୁଯାୟୀ ଭୁବନେଶ୍ୱର-କଟକ ପୋଲିସ କମିଶନରେଟରେ ଥିବା ସମସ୍ତ ୪୪ ଟି ଥାନା ପାଇଁ ମାସିକ ୪୦ ହଜାର ଲେଖାଏ, ୧୪୨ଟି ସହର ଥାନା ଲାଗି ମାସିକ ୩୦ହଜାର ଲେଖାଏ ଓ ୩୫୧ ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଲେଖାଏ ମଞ୍ଜୁର କରାଯାଇଛି। 

ସେହିପରି ୪ଟି ମହିଳା ଥାନା, ୫ ଟି ଟ୍ରାଫିକ ଥାନା ୧୫ଟି ରେଳବାଇ ଥାନା ୪ଟି ସାଇବର ଥାନା ଗୋଟିଏ  STF  ଥାନା ଗୋଟିଏ HRPS ଥାନା ଗୋଟିଏ କ୍ରାଇମ ବ୍ରାଞ୍ଚ ଥାନା ନିମନ୍ତେ ପ୍ରତେକଙ୍କୁ  ମାସିକ ୩୦ହଜାର ଲେଖାଏ ମଞ୍ଜୁର କରାଯାଇଥିବା ବେଳେ ଉପକୂଳରେ ଥିବା ୧୮ଟିସାମୁଦ୍ରିକ ଥାନା ଗୁଡିକ ଲାଗି ମାସିକ ୨୦ଟିହଜାର ଲେଖାଏ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।