ଏବେ ଖୋଲିବନି ପ୍ରାଥମିକ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରୀ ଚୁପ୍, ଖବର ଦେଲା ଲୋକ ସମ୍ପର୍କ ବିଭାଗ
Advertisement

ଏବେ ଖୋଲିବନି ପ୍ରାଥମିକ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରୀ ଚୁପ୍, ଖବର ଦେଲା ଲୋକ ସମ୍ପର୍କ ବିଭାଗ

ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖୁଛନ୍ତି।

ଏବେ ଖୋଲିବନି ପ୍ରାଥମିକ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରୀ ଚୁପ୍, ଖବର ଦେଲା ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ହୋଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତି ସାମୟିକ ଭାବେ ସ୍ଥଗିତ ରଖାଯିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବନିର୍ଦ୍ଧାରିତ ତାରିଖର ଦିନକ ପୂର୍ବରୁ ସରକାର ୟୁଟର୍ଣ୍ଣ ନେଇଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। 

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, 'ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ। ଏହି ଅଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ଥିଲା। ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା। ଇତି ମଧ୍ୟରେ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତି ବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି।'

Also Read:  ଜାନୁଆରୀ ୩ରୁ ପାଠପଢା; ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଳି

ଏହା ସହ ବିଭାଗ ପୁଣି କହିଛି, 'ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖୁଛନ୍ତି। କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବିଧ ଜାରି ରହିବ। ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସୋମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥା ବିଧି ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ।'

fallback

ସୂଚନାଯୋଗ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରିର ଦିନକ ପୂର୍ବେ ସ୍କୁଲ ଖୋଲିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦୃଢୋକ୍ତି ପ୍ରକାଶ କରିଥିଲେ। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ଗତ ସପ୍ତାହରେ ମନ୍ତ୍ରୀ ସମୀର ଦାଶ, ପ୍ରାଥମିକ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ। ଯାହାକୁ ଅଭିଭାବକ ସଙ୍ଘ ତୀବ୍ର ବିରୋଧ କରିଥିଲା। କୋରୋନା ସ୍ଥିତିକୁ ଦେଖି ଆବଶ୍ୟକ ପଡିଲେ ସ୍କୁଲ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର ହେବ ବୋଲି DMET ମଧ୍ୟ କହିଥିଲା।

Also Read: ଆସନ୍ତାକାଲିଠୁ ଶୀତ ଲହରି; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ପ୍ରଥମ ଥର ନୁହଁ, ପୂର୍ବରୁ ବି ଅନେକ ଥର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରତ୍ୟାହାର କରିବାକୁ ପଡିଥିଲା। ଏଥର ସେ ନିଜେ କିମ୍ବା ତାଙ୍କ ବିଭାଗ ପକ୍ଷରୁ ସ୍କୁଲ ନ ଖୋଲିବା ନେଇ କୌଣସି ସୂଚନା ଦେଇନାହାନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରେସ୍ ବିଜ୍ଞପ୍ତି ଜାରି କରି ଶିକ୍ଷା ବିଭାଗର ନିଷ୍ପତ୍ତିକୁ ଜଣାଇଛି। ତେବେ ସେହି ବିଜ୍ଞପ୍ତିରୁ ଜଣାପଡୁଛି ଯେ, ମନ୍ତ୍ରୀ ନିଷ୍ପତ୍ତି ନେବା ପୂର୍ବରୁ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସହ ଜଡ଼ିତ ବ୍ୟକ୍ତି ବିଶେଷମାନଙ୍କ ସିହିତ କୌଣସି ଆଲୋଚନା କରିନଥିଲେ। ଯଦି ଆଲୋଚନା କରିଥିଲେ ତେବେ, ସ୍କୁଲ ଖୋଲିବା ନେଇ କିପରି ନିଷ୍ପତ୍ତି ନେଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।