ବଢ଼ିଲା ବଜେଟ ପରିମାଣ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । 

ବଢ଼ିଲା ବଜେଟ ପରିମାଣ
ଫାଇଲ ଫଟୋ

ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ ।  ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ତନ୍ମଧ୍ୟରୁ ପ୍ରାଶାସନିକ ଖର୍ଚ୍ଚ ବାବଦକୁ ୬୩ ହଜାର ୬୫୦ କୋଟି, ବିଭିନ୍ନ ଯୋଜନା ବାବଦକୁ ୭୪ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୨ଶହ କୋଟି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୭ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । 

ସେହିପରି ୨୦୨୦-୨୧  ପାଇଁ କୃଷି ବଜେଟ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । କାଳିଆ ଯୋଜନା ପାଇଁ ୩ ହଜାର ୧ ଶହ ୯୫ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ଓୟୁଏଟିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ୩ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୫ ହଜାର ୧୧୫ କୋଟି ଟଙ୍କା ସିଧାସଳଖ କୃଷକଙ୍କ ଖାତାକୁ ଯାଇଛି । ତେବେ ଏଥର ବଜେଟରେ ରାଜ୍ୟ ସରକାର କୃଷି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ହସ୍ପିଟାଲ ଶଯ୍ୟା ନିର୍ମାଣ, ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି  । ସେହିପରି ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ସରକାର ଏଥର ବଜେଟରେ ଧ୍ୟାନ ଦେଇଛନ୍ତି । ପୁରୀ, ଲିଙ୍ଗରାଜ, ସମଲେଶ୍ୱରୀ ଆଦି ମନ୍ଦିରର ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । 

ଆହୁରି ପଢ଼ନ୍ତୁ; ସ୍ୱଳ୍ପରେ ରାଜ୍ୟ ବଜେଟ