ଆସୁଛି କୋରୋନାର ତୃତୀୟ ଲହର, ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ
Advertisement

ଆସୁଛି କୋରୋନାର ତୃତୀୟ ଲହର, ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି।

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହରି ଦୁର୍ବଳ ହେବାରେ ଲାଗିଛି। ମେ ମାସରେ କୋରୋନା ଯେଭଳି ଲୋକଙ୍କ ପାଇଁ କାଳ ହୋଇଥିଲା ତାହା କେହି ବି ଭୁଲିବା କାଠିକର ପାଠ ହେବ। ଏଭଳି ପରିସ୍ଥିତିରେ କୋରୋନାର ସମ୍ଭାବ୍ୟ ତୃତୀୟ ଲହର ପୁଣି ଉଙ୍କି ମାରିବା ଆରମ୍ଭ କଲାଣି। ଯାହାକୁ ନେଇ ବିଶେଷଜ୍ଞମାନେ ପୂର୍ବରୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। 

ବିଶେଷଜ୍ଞଙ୍କ ଏଭଳି ଭବିଷ୍ୟବାଣୀ ପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। କୋରୋନାର ତୃତୀୟ ଲହରରେ ୧୮ ବର୍ଷରୁ କମ ବୟସର ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଆଗକୁ ଯେକୌଣସି ପରିସ୍ଥିତି ଆସିଲେ ବି ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସ୍ବାସ୍ଥ୍ୟ ବିଭାଗ କହିଛି।   

Also Read: ଚଢାଉ ବେଳେ ଶୌଚାଳୟରୁ ୯ ଅକ୍ସିଜେନ ସିଲିଣ୍ଡର ଜବତ, କଳାବଜାରୀ ରୋକିବାକୁ ଅଣ୍ଟାଭିଡିଲା ପ୍ରଶାସନ

ଏକ କମିଟି ଗଠନ କରି ଯେଉଁ ସବୁ ଭୁଲଭଟକା ରହିଥିଲା ତାହା ତୃତୀୟ ଲହରରେ ନହୁଏ ତାହା ପ୍ରତି ଧ୍ୟାନ ଦେବାକୁ ସରକାର ଆରମ୍ଭ କରିଛନ୍ତି। ଶିଶୁଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ବିଶେଷଜ୍ଞ ଅଧିକ ବେଡ଼ ବ୍ୟବସ୍ଥା କରିବା ସହ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରା ହୋଇଛି। କେଉଁଠି ବେଡ଼ ବଢ଼ିବ, କେଉଁଠି ଆଇସିୟୁ ବ୍ୟବସ୍ଥା ହେବ ଓ କିପରି ଟ୍ରେନିଙ୍ଗ ଦିଆଯିବ ସେ ଦିଗରେ ବ୍ୟବସ୍ଥା କରାଯାଉଛି। MKCGରେ ଶିଶୁଙ୍କ ପାଇଁ ୫୦ ଶଯ୍ୟାର କୋଭିଡ ହସ୍ପିଟାଲ ତିଆରି କରାଯାଉଛି। 

ସେହିପରି ଆବଶ୍ୟକ ସଂରଜାମ ପାଇଁ ମେଡିକାଲ କର୍ପୋରାନକୁ ଚିଠି ଲେଖାଯାଇଛି। ଅନ୍ୟ ୫ ଜିଲ୍ଲାରେ କୋଭିଡ ଡାକ୍ତରଖାନା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ICU ଓ ସାଧାରଣ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଟିକାକରଣ ଗାଇଡଲାଇନ ପରିବର୍ତ୍ତନ କଲେ ୪୫ ବର୍ଷର ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଆସିଥିବା ଟିକା ଯୁବବର୍ଗଙ୍କ ପାଇଁ ବ୍ୟବହାର କରିପାରିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ (Naba Kishore Das) କେନ୍ଦ୍ର ସରକାରଙ୍କ ନିକଟକୁ  ଚିଠି ଲେଖିଛନ୍ତି।  

Also Read: Corona Third Wave: ମୁକାବିଲା ପାଇଁ ଅଣ୍ଟାଭିଡିଲା Ganjam Dist Admin

କୋରୋନାର ଦ୍ବିତୀୟ ଲହର (Corona Second Wave) ବର୍ତ୍ତମାନ ରାଜ୍ୟରେ ପିକ୍ ଅତିକ୍ରମ କରିସାରିଛି। ଦ୍ୱିତୀୟ ଲହର ପିକ ପରେ ସବୁଠୁ କମ ୧୧.୨ ପ୍ରତିଶତ ପଜିଟିଭିଟି ରେଟ୍ ରହିଛି। ଲକଡାଉନ୍ ସାରିବା ବେଳକୁ ୫ ପ୍ରତିଶତ ତଳକୁ ଖସି ଆସିବ ବୋଲି ଆଶା କରାଯାଉଛି। ହେଲେ କୋରୋନାର ତୃତୀୟ ଲହର ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ବେଳ ଥାଉ ସାବଧାନ ନ ହେଲେ ପୂର୍ବ ଲହର ଭଳି ପୁଣି ଅନେକ ଲୋକଙ୍କ ଜୀବନ ଯିବା ଆଶଙ୍କା ରହିଥିବା ବିଶେଷଜ୍ଞ କହିଛନ୍ତି।

ଯଦିଓ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ କମିଟି କରିଛନ୍ତି। ଫଳରେ ଦିତୀୟ ଲହରରେ ଯେଉଁ ସମସ୍ୟା ହେଲା ତୃତୀୟ ଲହରରେ ହେବନାହିଁ। କିନ୍ତୁ ତୃତୀୟ ଲହର ବଡ଼ଧରଣରେ ଆସିବନି ବୋଲି ବିଶେଷଜ୍ଞ କହିଛନ୍ତି। ତୃତୀୟ ଲହରରେ ୨ କୋଟି ସଂକ୍ରମିତ ହେବେ କିନ୍ତୁ ମୃତ୍ୟ ସଂଖ୍ୟା ୪୦ ହଜାର ରହିବ ବୋଲି ଆଶା କରାଯାଉଛି। ଟିକାକରଣ ଅଧିକ ହୋଇ ସାରିଥିବ। ଏହି ସମୟ ମଧ୍ୟରେ କିଛି ଔଷଧ ବି ଆସି ସାରିଥିବ ଯାହା ଫଳପ୍ରଦ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Also Read: ୧୨ ଅନାଥ ଶିଶୁଙ୍କ ସମେତ ସାଢେ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ପେନସନ୍

ଜୀବ ବିଜ୍ଞାନ ପ୍ରତିଷ୍ଠାନ ଦେଇଥିବା ସୂଚନା ମୁତାବକ, ଦେଶରେ ବର୍ତ୍ତମାନ ୬ ଶହରୁ ଅଧିକ ଭୂତାଣୁ (Coronavirus) ଦେଖାଦେଇଛି। ଦେଶର ୬୦ ପ୍ରତିଶତ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହା ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ଏବେ ତୃତୀୟ ଲହରକୁ କିଭଳି ମୁକାବିଲା କରାଯିବ ତାହା ଉପରେ ସମସ୍ତେ ନଜର ରଖିଛନ୍ତି।