ଦେଢ ବର୍ଷ ପରେ ବିଦ୍ୟାଳୟ ମାଟି ମାଡିବେ ଛାତ୍ରଛାତ୍ରୀ; ଆଜିଠୁ ଷଷ୍ଠ, ସପ୍ତମ ଓ ପିଜି ପାଳି
Advertisement

ଦେଢ ବର୍ଷ ପରେ ବିଦ୍ୟାଳୟ ମାଟି ମାଡିବେ ଛାତ୍ରଛାତ୍ରୀ; ଆଜିଠୁ ଷଷ୍ଠ, ସପ୍ତମ ଓ ପିଜି ପାଳି

ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ମାନେ ନେଇପାରିବ। 

ଫାଇଲ ଫଟୋ

ଭୁବନେଶ୍ୱର: କୋରୋନା ସଂକ୍ରମଣ କମିବା ସହ ପର୍ଯ୍ୟାୟ କ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଶିକ୍ଷା ବିଭାଗ ଗୁରୁତ୍ୱ ଦେଉଛନ୍ତି। ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ ହେଉଛି। ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି ମାଡିବେ। 

କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଶ୍ରେଣୀଗୃହ ଶିକ୍ଷାଦାନ ଚାଲିବ। ସକାଳ ୯ଟା ୩୦ ରୁ ଦିନ ୧ଟା ପାଠପଢା ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଜାରି ରହିଛି। ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। 

Also Read: T20 World Cup 2021: କିୱିକୁ ହରାଇ ଟି-୨୦ର ନୂଆ 'କିଙ୍ଗ୍' ବନିଲା କଙ୍ଗାରୁ

ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳ ମାନେ ନେଇପାରିବ। 

ସେହିପରି ସୋମବାର ଠାରୁ ପିଜି ପ୍ରଥମ ବର୍ଷ ପାଠପଢା ମଧ୍ୟ ଆରମ୍ଭ ହେବ। ୟୁଜିର ଦ୍ଵିତୀୟ ଓ ତୃତୀୟ ବର୍ଷ ପାଠ ପଢ଼ା ଚାଲିଥିଲା। ଏବେ ୟୁଜି ପ୍ରଥମ ବର୍ଷ ପାଠପଢ଼ା ନଭେମ୍ବର ଏକ ତାରିଖରୁ ଆରମ୍ଭ ହୋଇଛି। ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବା ବେଳେ ଏବେ ୧୫ ତାରିଖରୁ ପ୍ରଥମ ବର୍ଷ ଖୋଲିବାକୁ ଯାଉଛି। ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କୋରୋନା ନିୟମାବଳୀ ଆଧାରରେ ପାଠପଢା ହେବ।