ଭିକ୍ଷୁକଙ୍କ ପାଇଁ ହଷ୍ଟେଲ ! ଭିକ୍ଷାବୃତ୍ତି ନୁହେଁ ହେବେ ସ୍ବାବଲମ୍ବୀ
ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଯେଉଁଠି ସହରର ଭିକାରୀ ମାନଙ୍କୁ ଥଇଥାନ କରି ଆପୋଷ ଆଲୋଚନା ମାଧ୍ୟମରେ ତାଲିମ ଦେଇ ସ୍ବାବଲମ୍ବୀ କରାଯିବ ।
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଏଣିକି ଆତ୍ମନିର୍ଭରଶୀଳ ହେବେ ଭିକାରୀ । ଆଉ ଭିକ୍ଷାବୃତ୍ତି ନୁହେଁ ବରଂ ରୋଜଗାର କରି ପେଟ ପୋଷିବେ । ଏପରି ପରିକଳ୍ପନା ନେଇ ରାଜଧାନୀ ଭୁବନେଶ୍ବରର ଭିକାରୀ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଥଇଥାନ କେନ୍ଦ୍ର କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଏମସି । ପୂର୍ବରୁ ୬୦୦ ବେଡ ନିମନ୍ତେ ଏଥିଲାଗି ରାଜ୍ୟ ସରକାରଙ୍କୁ ଅନୁମତି ମାଗିବା ପରେ ୩୦୦ ବେଡ ପାଇଁ ସରକାର ବିଏମସିକୁ ଅନୁମିତ ପ୍ରଦାନ କରିଛନ୍ତି । ତେଣୁ ସହରର ତିନୋଟି ଜୋନରେ ୧୦୦ବେଡ୍ ବିଶିଷ୍ଟ ତିନୋଟି କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଯେଉଁଠି ସହରର ଭିକାରୀ ମାନଙ୍କୁ ଥଇଥାନ କରି ଆପୋଷ ଆଲୋଚନା ମାଧ୍ୟମରେ ତାଲିମ ଦେଇ ସ୍ବାବଲମ୍ବୀ କରାଯିବ ।
ରାମ ମନ୍ଦିର (Ram Mandira) ଓ ଏକାମ୍ରକ୍ଷେତ୍ର (Ekamra Khetra) ପରେ ଏଥର ସ୍ମାର୍ଟସିଟି (SmartCity) କୁ ଭିକାରୀ ମୁକ୍ତ (Beggar Free) କରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ବର ମହାନଗର ନିଗମ (BMC) । ଆଉ ଭିକ୍ଷାବୃତ୍ତି ନୁହେଁ ବରଂ ସ୍ୱାଭିମାନର ସହ ବଞ୍ଚିବେ ଭିକ୍ଷୁକ (Beggar) । ସେଥିପାଇଁ ରାଜ୍ୟ ସରକାର (Odisha Government) ଙ୍କ ଅନୁମତି କ୍ରମେ ଯୋଜନା ପ୍ରସ୍ତୁତ କରିଛି ବିଏମସି । ସହରରେ ଥିବା ଭିକ୍ଷୁକମାନଙ୍କୁ ଚିହ୍ନଟ କରି ଥଇଥାନ କରାଯିବ । ଏନେଇ ଭୁବନେଶ୍ୱରର ୩ଟି ଜୋନ (Zone) ରେ ୧୦୦ ଶଯ୍ୟା ବିଶିଷ୍ଠ ୩ଟି ଆଶ୍ରୟସ୍ଥଳୀ (Shelter) କରାଯିବ । ଯେଉଁଠି ଭିକ୍ଷାବୃତ୍ତିରେ ଲିପ୍ତ ବ୍ୟକ୍ତି ମାନଙ୍କୁ ରହିବା, ଖାଇବା ସହ ଆତ୍ମନିର୍ଭରଶୀଳ ପାଇଁ ତାଲିମ ଦିଆଯିବ। ସେହିପରି ବୟୋଜ୍ୟେଷ୍ଠ, ମହିଳା ଓ ଶିଶୁ ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଜଣଙ୍କ ପିଛା ମାସିକ ୩ ହଜାର ୪୦୩ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବିଏମସି ଡେପ୍ୟୁଟି କମିଶନର (Deputy Deputy Commissioner) କମଳାକାନ୍ତ ବେହେରା କହିଛନ୍ତି ।
Also Read: ଘରୋଇ କଳିର ସମାଧାନ ଚାହୁଁ ନାହାନ୍ତି କି ଅନୁଭବ?
ବର୍ତ୍ତମାନ ସହରରେ ଥିବା ୮ ଟି ଆଶ୍ରୟସ୍ଥଳୀରେ ୨୫୭ ଜଣ ବାସହରା ମାନଙ୍କୁ ଥଇଥାନ କରାଯାଇଛି । ଯେଉଁଠି ସେମାନେ ମାଗଣାରେ ରହିବା ଓ ଖାଇବାର ସୁବିଧା ପାଉଛନ୍ତି। ହେଲେ ଭିକ୍ଷୁକ ମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଆଶ୍ରୟସ୍ଥଳି ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପେଷାଦାର ସଂସ୍ଥା (Professional Organization) ଙ୍କୁ ନିୟୋଜିତ କରିବା ଲାଗି ଟେଣ୍ଡର (Tender) ଆହ୍ବାନ କରାଯାଇଛି । ତେବେ ସାମୟିକ ବାସପଯୋଗୀ ପରିବେଶ ଯୋଗାଇବା ଓ ଖାଦ୍ୟପେୟର ବ୍ୟବସ୍ଥା କରିବା ସହିତ ସେମାନଙ୍କ ମଧ୍ୟରେ ଗୁଣ, କୌଶଳ ଏବଂ ସାମର୍ଥ୍ୟକୁ ଜାଣି ସ୍ବାବଲମ୍ବୀ କରିବା ଏହି ପଦକ୍ଷେପକୁ ସେମାନେ ସ୍ୱାଗତ କରିବା ସହ ଭିକ୍ଷାବୃତ୍ତି ଛାଡିଦେବାକୁ କହିଛନ୍ତି।
Also Read: ପୁଣି ନମ୍ୱର ୧ ନବୀନ: ସର୍ଭେରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ସିଏମ
ପୁରୀ (Puri) ରେ ଭିକ୍ଷୁକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଥଇଥାନ କେନ୍ଦ୍ର କରାଯାଇଛି । ଯେଉଁଠି ୧୫୦ ଭିକ୍ଷୁକଙ୍କୁ ସ୍ୱାବଲମ୍ବୀ ପାଇଁ ତାଲିମ (Training) ଦିଆଯାଉଛି । ତେବେ ରାଜଧାନୀ (Bhubaneswar) ରେ ଏହାକୁ ସଠିକ ଭାବେ ତୁରନ୍ତ କାର୍ଯ୍ୟକାରୀ କଲେ ଭିକାରୀ ମୁକ୍ତ ଅଭିଯାନରେ ସଫଳତା ମିଳିବ ନିଶ୍ଚୟେ ।
Edited: Zee Odisha Desk