କୋରୋନାର ତୃତୀୟ ଲହର ନେଇ କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ?
Advertisement

କୋରୋନାର ତୃତୀୟ ଲହର ନେଇ କ'ଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ?

ଦେଶରେ ଆଣ୍ଟିବଡି ସୃଷ୍ଟି ହେବା ନେଇ ଆଇସିଏମଆର ଯେଉଁ ରିପୋର୍ଟ ଜାତୀୟ ସ୍ତରରେ ରଖିଛି, ଏହାକୁ ଓଡିଶା ସହ ତୁଳନା କରିଲେ ଆମ ରାଜ୍ୟରେ ୭୦ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ହୋଇଥିବା ନେଇ ଆକଳନ କରାଯାଇଉଛି। 

ଫାଇଲ ଫଟୋ

ଭୁବନେଶ୍ୱର: ତୃତୀୟ ଲହର ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିଶେଷଜ୍ଞଙ୍କ ମତରେ ଶିଶୁମାନେ ଏଥିରେ ଅଧିକ ସଂକ୍ରମିତ ହେବ। ଏଥି ପାଇଁ ଡିଏମଇଟିଙ୍କ ନେତୃତ୍ୟରେ ଏକ କମିଟି ଗଠନ ହୋଇଛି। ୧୬୧୦ଟି ସାଧାରଣ ବେଡ୍, ୬୧୦ ଆଇସିୟୁ ସମେତ ଶିଶୁ ଭବନରେ ସ୍ବତନ୍ତ୍ର କୋଭିଡ୍ ବ୍ଲକ୍ ବ୍ୟବସ୍ଥା ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, 'କୋରୋନାର ତୃତୀୟ ଲହରରେ ବେଷ୍ଟ ଟ୍ରିଟମେଣ୍ଟ ପାଇଁ ଚେଷ୍ଟା ରହବ। ସିଏଚସି ସ୍ତରରେ ୪ରୁ ୬ଟି ବେଡ୍ ପ୍ରସ୍ତୁତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ତା ସହ ୭ଟି ମେଡିକାଲ କଲେଜରେ ୬୪ଟି ଏନଆଇସିୟୁ, ୯୪୪୪ ଏସଡିୟୁ, ୧୫୫ ଆଇସୋଲେସନ୍ ବେଡ୍ ସହ ସମସ୍ତ ଜିଲ୍ଲା ହେଡ୍ କ୍ବାଟର ହସପିଟାଲରେ ଶଯ୍ୟା ସଂରକ୍ଷଣ ପାଇଁ ନିର୍ଦ୍ଦେଶ ଦିଆ ହୋଇଛି। ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ଟ୍ରେନିଂ ପାଇଁ କୁହାଯାଇଛି। ଏହା ସହ ସମସ୍ତ ଅଧିକାରୀଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।'

Also Read: ସମ୍ବଲପୁରରେ ହରିୟାଣା ଖୋରି ଗାଁ ସ୍ଥିତି, ଶତାଧିକ ପରିବାରର ମୁଣ୍ଡ ଉପରୁ ଛପର ଛଡାଇ ନେବେ ସରକାର

'କେନ୍ଦ୍ର ସରକାର ୮୬୧ କୋଟି ଟଙ୍କା କୋଭିଡ୍ ଲଢେଇ ପାଇଁ ଦେଇଛନ୍ତି। ୬୦/୪୦ ଅନୁପାତରେ ଏହି ରାଶି ଦିଆଯ଼ାଇଛି। ଏହା ଅକ୍ସିଜେନ୍, ଶିଶୁ ବିଭାଗ, ଆରଟିପିସିଆର ଟେଷ୍ଟ ପାଇଁ ଦେଇଛନ୍ତି। ଯେଉଁ ପଇସା ଆଗକୁ ଆସିବ ତାହା ସ୍ବାସ୍ଥ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ବୃଦ୍ଧିରେ ବ୍ୟବହାର ହେବ। ଏହା ବାଦ ହଜାରେ ବେଡ୍ ବିଶିଷ୍ଟ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ ପାଇଁ ଅଧିକା ୧୭୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।' ବୋଲି ନବ ଦାସ ସୂଚନା ଦେଇଛନ୍ତି।

ଦେଶରେ ଆଣ୍ଟିବଡି ସୃଷ୍ଟି ହେବା ନେଇ ଆଇସିଏମଆର ଯେଉଁ ରିପୋର୍ଟ ଜାତୀୟ ସ୍ତରରେ ରଖିଛି, ଏହାକୁ ଓଡିଶା ସହ ତୁଳନା କରିଲେ ଆମ ରାଜ୍ୟରେ ୭୦ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ହୋଇଥିବା ନେଇ ଆକଳନ କରାଯାଇଉଛି। କାରଣ ଆମର କଟକଣା ଖୁବ୍ ଅଧିକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ଆମେ ତୃତୀୟ ଲହର ପାଇଁ ପୁରା ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।