ରାଜ୍ୟରେ ଜାଡ଼ର ମାଡ଼, ଶୀତଳ ସହର ସୋନପୁର
Advertisement
Article Detail0/zeeodisha/odisha616830

ରାଜ୍ୟରେ ଜାଡ଼ର ମାଡ଼, ଶୀତଳ ସହର ସୋନପୁର

ଥରୁଛି ଓଡିଶା । ରାଜ୍ୟରେ ଆରମ୍ଭ ହୋଇଛି ଜାଡ଼ର ମାଡ଼ । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା । ରାଜ୍ୟରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଗତ ୨୪ ଘଣ୍ଟାରେ ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଥିବା ବେଳେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏପରି ଶୀତ ଲହରି ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଥରୁଛି ଓଡିଶା । ରାଜ୍ୟରେ ଆରମ୍ଭ ହୋଇଛି ଜାଡ଼ର ମାଡ଼ । ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା । ରାଜ୍ୟରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଗତ ୨୪ ଘଣ୍ଟାରେ ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଥିବା ବେଳେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏପରି ଶୀତ ଲହରି ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ଗତ ୨୪ ଘଣ୍ଟାରେ ହଠାତ ପାରଦ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତଳମୁହାଁ ହୋଇ ୪ ଡିଗ୍ରୀ ତାପମାତ୍ରା ସହ ସୋନପୁର ଶୀତଳ ସହର ଭାବେ ପରିଗଣିତ ହୋଇଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪ ଘଣ୍ଟାରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଦେଓଗଡ ଜିଲ୍ଲାରେ ସିଭିୟର କୋଲ୍ଡ ୱେଭ୍ ଏବଂ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢେଙ୍କାନାଳ, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲ୍ଲାରେ କୋଲ୍ଡ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ସେହିପରି କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୂହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ରବିବାର ଉତ୍ତର ଆଭ୍ୟନ୍ତରୀଣ ଓଡିଶା ସମେତ ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ କୋଲ୍ଡ ଆଲର୍ଟ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ସୋମବାର ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରି ଜାରି ରହିବ । ଏହାପରେ ଶୀତ ଲହରି ସତର୍କତା ନ ଥିବା ବେଳେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବନିମ୍ନ ୧୦ ଡିଗ୍ରୀ ଓ କଟକରେ ସର୍ବନିମ୍ନ ୯ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିବ ବୋଲି ମଧ୍ୟ ଆକଳନ ହୋଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ର ସ୍ୱଭାବିକ ଠାରୁ ୪ରୁ ୬ ଡିଗ୍ରୀ କମ୍ ରହିବ । ସେପଟେ ଏନେଇ ଜିଲ୍ଲାପାଳମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମସ୍ତ ବ୍ଲକ, ତହସିଲ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଥବା ବେଳେ ଦରକାର ସ୍ଥଳେ ଗରିବ ଓ ବାସହୀନଙ୍କ ରାତ୍ରିଯାପନ ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ କୋଠା ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଆହୁରି ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ .  ପରେ ୧ତାରିଖରୁ ପାରଦ ଉପରମୁହାଁ ହେବ । ନୂଆବର୍ଷରୁ ଉତ୍ତର ପଶ୍ଚିମ ଓଡିଶାର ବରଗଡ, ସମ୍ବଲପୁର, ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାନା ରହିଛି । ଅନ୍ୟାନ୍ୟ ସ୍ଥାନରେ ପାଗ କୋହଲା ରହିବା ସହ ୨ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ; ଶୀତର ଥାର୍ଡ ଡିଗ୍ରୀ; ଥରାଉଛି ଓ କନ୍ଦାଉଛି