ବଦଳିଲେ ଟୁଇନ ସିଟି ଡିସିପି
Advertisement

ବଦଳିଲେ ଟୁଇନ ସିଟି ଡିସିପି

ଆକଳନ ମୁତାବକ ପୁରୀ ଏସପି ଉମାଶଙ୍କର ଦାସ ହୋଇଛନ୍ତି ଭୁବନେଶ୍ୱର ଡିସିପି । ତାଙ୍କ ସ୍ଥାନରେ ଯୋଗ ଦେବେ କଟକ ଡିସିପି ଅଖିଳେଶ୍ବର ସିଂ। ଭୁବନେଶ୍ୱର ଡିସିପି ତଥା ଅତିରିକ୍ତ କମିଶନର ଦାୟିତ୍ୱ ତୁଲାଇଥିବା ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭଳି ଗୁରୁତ୍ୱ ପୂର୍ଣ୍ଣ ପଦବୀ ମିଳିଛି ।

ବଦଳିଲେ ଟୁଇନ ସିଟି ଡିସିପି

ସରୋଜ ବେହେରା, ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇପିଏସ ଏମ. ଅକ୍ଷୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତାଙ୍କୁ ପୋଲିସ ଗୃହ ବିଭାଗର ସିଏମଡି ଦାୟୀତ୍ୱ ଦିଆଯାଇଛି । ଅଗ୍ନିଶମ, ହୋମଗାର୍ଡର ଅତିରିକ୍ତ ଦାୟିତ୍ୱ ନେଇଥିବା ସତ୍ଯଜିଝ ମହାନ୍ତିଙ୍କୁ ଦୁଇ ବିଭାଗର ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ନିର୍ଦ୍ଦେଶକ ପଦବୀରୁ ବଦଳିବା ପରେ ଆରକେ ଶର୍ମାଙ୍କୁ ନିର୍ଦ୍ଦେଶକ ପଦ ଦିଆଯାଇଛି । ଆଇପିଏସ ଅଦଳ ବଦଳ ବେଳେ ଟୁଇନ ସିଟି ଉପରେ ରହିଥିଲା ସମସ୍ତଙ୍କ ନଜର । ଆକଳନ ମୁତାବକ ପୁରୀ ଏସପି ଉମାଶଙ୍କର ଦାସ ହୋଇଛନ୍ତି ଭୁବନେଶ୍ୱର ଡିସିପି । ତାଙ୍କ ସ୍ଥାନରେ ଯୋଗ ଦେବେ କଟକ ଡିସିପି ଅଖିଳେଶ୍ବର ସିଂ । ଭୁବନେଶ୍ୱର ଡିସିପି ତଥା ଅତିରିକ୍ତ କମିଶନର ଦାୟିତ୍ୱ ତୁଲାଇଥିବା ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭଳି ଗୁରୁତ୍ୱ ପୂର୍ଣ୍ଣ ପଦବୀ ମିଳିଛି । କନ୍ଧମାଳ ଏସପି ଦାୟୀତ୍ୱରେ ଥିବା ପ୍ରତୀକ ସିଂ ହେଲେ କଟକ ଡିସିପି । ସେଭଳି ସୁନ୍ଦରଗଡ ଏସପି ଓ ଟୁଇନ ସିଟି ଟ୍ରାଫିକ ଡିସିପି ଙ୍କ ମଧ୍ଯରେ ଅଦଳବଦଳ କରାଯାଇଛି । ଟୁଇନ ସିଟି ଟ୍ରାଫିକ ଡିସିପି ଭାବେ ସୌମ୍ଯା ମିଶ୍ର ଯୋଗ ଦେବେ । ସେଭଳି ସୁନ୍ଦରଗଡ ଏସପି ଦାୟିତ୍ୱ ନେବେ ସାଗରିକା ନାଥ । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ଦାୟିତ୍ୱ ମିଳିଥିବା ବେଳେ ପ୍ରବୀନ କୁମାର ହେଲେ ଆଇଜି ଆଇନଶୃଙ୍ଖଳା । ସାରା ରାଜ୍ୟ ଏବେ କୋରୋନାକୁ ନେଇ ଜର୍ଜରିତ ଥିବା ବେଳେ ଆଇପିଏସ ଅଧିକାରୀ ନୂଆ ପଦବୀରେ ଯୋଗ ଦେଲେ ଏହାକୁ ମୁକାବିଲା କରିବା କାଠିକର ପାଠ ହେବ ବୋଲି କୁହାଯାଇଛି ।

fallback