କୋରାପୁଟରେ ଆଉ ଏକ ସିପେଟ ଶାଖା
Advertisement
Article Detail0/zeeodisha/odisha590780

କୋରାପୁଟରେ ଆଉ ଏକ ସିପେଟ ଶାଖା

କୋରାପୁଟରେ ଖୋଲିବ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ ଇଂଜିନିୟରିଙ୍ଗ ଟେକ୍ନୋଲୋଜି(ସିପେଟ)ର ଆଉ ଏକ ଶାଖା ।

ଫାଇଲ ଫଟୋ

ଭୁବନେଶ୍ୱର: କୋରାପୁଟରେ ଖୋଲିବ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ ଇଂଜିନିୟରିଙ୍ଗ ଟେକ୍ନୋଲୋଜି(ସିପେଟ)ର ଆଉ ଏକ ଶାଖା । କେନ୍ଦ୍ର ରସାୟନ ସଚିବ ପି।ରାଘବେନ୍ଦ୍ର ରାଓ ଏନେଇ ସୂଚନା ଦେଇଛନ୍ତି । ସେହିପରି ପାରାଦୀପରେ ହେବାକୁ ଥିବା ପେଟ୍ରୋଲିୟମ, କେମିକାଲସ୍, ପେଟ୍ରୋକେମିକାଲସ୍ ଇନଭେଷ୍ଟମେଣ୍ଟ ରିଜିଅନ୍ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ସଚିବ କହିଛନ୍ତି । 

ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ କେନ୍ଦ୍ର ରସାୟନ ସଚିବ ପି।ରାଘବେନ୍ଦ୍ର ରାଓଙ୍କ ଆଲୋଚନା ହୋଇଥିଲା । ଏହି ସାକ୍ଷାତ ଆଲୋଚନା ପରେ ସିପେଟର ଆଉ ଏକ ଶାଖା କୋରାପୁଟରେ ଖୋଲିବା ନେଇ ଶ୍ରୀ ରାଓ ଦେଇଥିଲେ ।  

ଏହା ସହ ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖରେ ମୁମ୍ବାଇରେ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଅଧିବେଶନରେ ମୁଖ୍ୟ ଶାସନ ସଚିବ ଯୋଗ ଦେବା ପାଇଁ ମନ୍ତ୍ରାଳୟ ପକ୍ଷରୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରସାୟନ ସଚିବ ।