ଆସନ୍ତା ୨୯ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । http://www.bseodisha.nic.inରେ ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ ହେବ । SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
Trending Photos
ଭୁବନେଶ୍ୱର: ଆସନ୍ତା ୨୯ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । http://www.bseodisha.nic.inରେ ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ ହେବ । SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ପରୀକ୍ଷା ଫଳାଫଳ ପାଇଁ OR01ROL ଲେଖି 5676750କୁ SMS ପଠାନ୍ତୁ । କୌଣସି ସମସ୍ୟା ରହିଲେ କଟକ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୬୦ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହୋଇଥିଲା । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ'ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ଖାତା ମୂଲ୍ୟାୟନ ହୋଇଥିଲା ।
ମାତ୍ର କୋରୋନାରେ ଲକଡାଉନ୍ ଯୋଗୁ ଏହା ସ୍ଥଗିତ ରହିଥିଲା । ପୁନର୍ବାର ଅମ୍ପନ ବାତ୍ୟା ପାଇଁ ଏହା ମେ' ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ସେପଟେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେପଟେ ସକାଳ ୯ଟା ସମୟରେ ଭିଡିଓ କନଫରେନସିଂ ଜରିଆରେ ଏହି ପରୀକ୍ଷା ଫଳକୁ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶୀଷ ହାଜରା ସୂଚନା ଦେଇଛନ୍ତି. ସେ କହିଛନ୍ତି କି ସକାଳ୧୧ଟା ୩୦ ପରଠାରୁ ବୋର୍ଡର ଦୁଇଟି ଯାକ ଓ୍ବେବସାଇଟ୍ରେ ଯଥା www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଅନ ଲାଇନରେ ପ୍ରକାଶ ହେବ । ପରୀକ୍ଷାର୍ଥୀମାନେ ଏହି ଦୁଇ ଓ୍ବେବସାଇଟରେ ନିଜ ନିଜର ରୋଲନମ୍ବର ଦାଖଲ କରି ପରୀକ୍ଷା ଫାଳାଫଳ ଡାଉନଲୋକଡ କରିପାରିବେ । ଏହା ବ୍ୟତିତ SMS ଜରିଆରେ ମଧ୍ୟ ଫଳାଫଳ ଜାଣିବା ପାଇଁ ବ୍ୟବସ୍ଥା କରିଛି ବୋର୍ଡ । ମୋବାଇଲର ମେସେଜ ବକ୍ସକୁ ଯାଇ ସେଠାରେ OR 01 ସ୍ପେସ୍ ଦେଇ ନିଜ ରୋଲ ନମ୍ବର ଲେଖି ତାହାକୁ 5676750 ନମ୍ବରରେ ପଠାଇବାକୁ ପଡ଼ିବ । ତେବେ ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା ଫଳ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ଜଣାଇବା ପାଇଁ ବୋର୍ଡ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯିବ । ଏହି କଣ୍ଟ୍ରୋଲ ରୁମ ଫଳ ପ୍ରକାଶ ଦିନ ଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢେ ୧୧ରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । କଣ୍ଟ୍ରୋଲ ରୁମ ନମ୍ବର ଦୁଇଟି ହେଲା ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦ ଯୋଗାଯୋଗ କରି ପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।