ଦୁଆର ମୁହଁରେ ମୌସୁମୀ; ଆସନ୍ତାକାଲି ୨୨ ଜିଲ୍ଲାରେ କାଳବୈଶାଖୀ, ଜାରି ହେଲା ୟେଲୋ ୱାର୍ଣ୍ଣିଂ
Advertisement

ଦୁଆର ମୁହଁରେ ମୌସୁମୀ; ଆସନ୍ତାକାଲି ୨୨ ଜିଲ୍ଲାରେ କାଳବୈଶାଖୀ, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ମୌସୁମୀ (Monsoon) ପ୍ରଭାବରେ କେରଳରେ ବର୍ଷା ହେବା ପ୍ରକ୍ରିୟା ଆରମ୍ଭ ହେବା ସହ ଦକ୍ଷିଣ ଆରବ ସାଗରରେ ପଶ୍ଚିମା ପବନ ସକ୍ରିୟ ହୋଇଛି। ଯଦ୍ବାରା କେରଳ (Kerla) ରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ଆସନ୍ତା ୨୪ ଘଣ୍ଚା ମଧ୍ୟରେ ମୌସୁମୀ ଆଗମନ ନେଇ ପାଗ ଅନୂକୁଳ ହୋଇଛି। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ପାଖେଇ ଆସୁଛି ମୌସୁମୀ। ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା। ପ୍ରଭାବରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟପଟେ କାଳବୈଶାଖୀ ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୌସୁମୀ (Monsoon) ପ୍ରଭାବରେ କେରଳରେ ବର୍ଷା ହେବା ପ୍ରକ୍ରିୟା ଆରମ୍ଭ ହେବା ସହ ଦକ୍ଷିଣ ଆରବ ସାଗରରେ ପଶ୍ଚିମା ପବନ ସକ୍ରିୟ ହୋଇଛି। ଯଦ୍ବାରା କେରଳ (Kerla) ରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ଆସନ୍ତା ୨୪ ଘଣ୍ଚା ମଧ୍ୟରେ ମୌସୁମୀ ଆଗମନ ନେଇ ପାଗ ଅନୂକୁଳ ହୋଇଛି। ଫଳରେ ଏହି ୨୪ ଘଣ୍ଟା ମଧ୍ୟରେ ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

Also Read: ଦେଶରେ ପୁଣି ବଢ଼ିଲା କୋରୋନାର ନୂଆ ମାମଲା, ଦିନକରେ ଏତିକି ସଂକ୍ରମିତଙ୍କ ମୃତ୍ୟୁ

ଅପରପଟେ ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆଉ ଏକ ଟ୍ରଫ୍ ଲାଇନ ମଧ୍ୟ ଲମ୍ବିଛି। ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ଦିନ ତଥା ୫ ତାରିଖ ସକାଳ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର। ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୪ ଜିଲ୍ଲା କନ୍ଧମାଳ, ଗଂଜାମ, ଗଜପତି, ଓ ବୌଦ୍ଧ ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବରଗଡ, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଘଡଘଡି ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର।

ସେହିପରି ଆସନ୍ତାକାଲି ୩ ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ଓ ୨୨ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ନେଇ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଏହାସହ ଆସନ୍ତା ୫ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର (IMD) ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି।