୫ଟି ପ୍ରକଳ୍ପର ଉଦଘାଟନ ସହ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ମେକ ଇନ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟରେ ଖାରବେଳ ଭବନ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ ଓ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଜିଲ୍ଲାର ବିଭିନ ସ୍ଥାନରେ ୧୦ ସେକ୍ଟରରେ ଏହିସବୁ ଶିଳ୍ପ ପ୍ରତିଷ୍ଠା ହେବ ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: ଦେଶରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ହୋଇଛି । ଚଳିତ ବର୍ଷ ଅପ୍ରେଲରୁ ନଭେମ୍ବର ମଧ୍ୟରେ ଓଡ଼ିଶାରେ ଅନ୍ୟ ରାଜ୍ୟ ଅପେକ୍ଷା ସର୍ବାଧିକ ପୁଞ୍ଜି ନିବେଶ ହୋଇଛି । ସାରାଦେଶର ୧୮ ପ୍ରତିଶତ ଓଡ଼ିଶାରେ ନିବେଶ ହୋଇଛି । ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଆୟୋଜନ କରୁଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହେଉଛି । ସେଥିପାଇଁ ଠିକ୍ ବର୍ଷକ ପରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ସଂସ୍କରଣକୁ ସଫଳ କରିବାକୁ ଆଜି ଆର୍ଥାତ ଶନିବାର ଠାରୁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ ।
ମେକ ଇନ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟରେ ଖାରବେଳ ଭବନ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫ଟି ପ୍ରକଳ୍ପର ଉଦଘାଟନ ଓ ୨୨ଟି ପ୍ରକଳ୍ପର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଜିଲ୍ଲାର ବିଭିନ ସ୍ଥାନରେ ୧୦ ସେକ୍ଟରରେ ଏହିସବୁ ଶିଳ୍ପ ପ୍ରତିଷ୍ଠା ହେବ । ଏସବୁ ପ୍ରକଳ୍ପରେ ପାଖାପାଖି ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହା ଦ୍ୱାରା ୧୨ ହଜାର ୧୪୨ ଜଣ କର୍ମ ନିଯୁକ୍ତି ପାଇବେ । ଏହା ସହ ମେକ ଇନ ଓଡ଼ିଶା ତୃତୀୟ ପର୍ଯ୍ୟାୟ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି ।
୨୦୨୦ ନଭେମ୍ବର ୩୦ ରୁ ଡିସେମ୍ବର ୪ ଯାଏ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ । ଓଡ଼ିଶା ହେବ ଫିଲ୍ମ ସୁଟିଂର ହବ । ରାଜ୍ୟର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନରେ ହେବ ବଲିଉଡ ଚଳଚିତ୍ରର ସୁଟିଂ । ଓଡ଼ିଶା ଚଳଚିତ୍ର ନିଗମର ସ୍ୱତନ୍ତ୍ର ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ରାଜଗାଙ୍ଗପୁର ଓସିଏଲ ସିମେଣ୍ଟ କାରଖାନା ସମ୍ପସରଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୯୯୫ କୋଟି । ୩୬୫ଜଣଙ୍କୁ ମିଳିବ ନିଯୁକ୍ତି ।
ଯାଜପୁରରେ ଇ-ବାହନର ଆସେମ୍ବଲ ପ୍ଲାଣ୍ଟ ହେବ । ଶ୍ରୀ ସିମେଣ୍ଟ ବି ଓଡ଼ିଶାର କରିବ କାରଖାନା । ଏହାସହ ଭିତ୍ତି ପ୍ରସ୍ତର ଦିଆଯାଇ ଥିବା ୨୨ଟି ଶିଳ୍ପ ସଂସ୍ଥାରେ ୬୧୦୦ କୋଟି ଟଙ୍କାର ନିବେଶ ହେବ । ଭିତ୍ତି ପ୍ରସ୍ତର ସ୍ଥାପନା ହୋଇଥିବା ୨୨ଟି କାରଖାନା ମଧ୍ୟରୁ ସମ୍ବଲପୁରରେ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋର କାରଖାନା ସମ୍ପ୍ରସାରଣରେ ସର୍ବାଧିକ ପୁଞ୍ଜି ବିନିଯୋଗ ହେବ । ଏଥିରେ ପ୍ରାୟ ୫ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
ମେକ୍ ଇନ୍ ଓଡ଼ିଶାରେ ଆସୁଥିବା ପ୍ରସ୍ତାବ ଏବେ ଧିରେ ବାସ୍ତବ ରୂପାୟନ ନେଉଛି । କେବଳ ଖଣିଜ ଭିତ୍ତିକ ଶିଳ୍ପ ନୁହେଁ, ବୟନ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ପୁଞ୍ଜି ଆସିଛି ଏବଂ ଗ୍ରାଉଣ୍ଡ ଜିରୋରେ ମଧ୍ୟ କାମ ଆରମ୍ଭ ହୋଇଛି । ରାଜ୍ୟରେ ଶିଳ୍ପପତିଙ୍କ ପାଇଁ ଅନୁକୁଳ ବାତାବରଣ ସହ ପ୍ରଶାସନର ତ୍ୱରାନିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହେଉଛି ବୋଲି ରାଜ୍ୟର ଯୁବ ଉଦ୍ୟୋଗୀମାନେ କହିଛନ୍ତି ।
More Stories