• ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ
  • ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଲା ବଡଦାଣ୍ଡ
  • ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ
  • ୨୦୨୨ ଜାନୁଆରୀ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟରେ ଖୋଲିବ ଇ-ଅଫିସ
  • ରାଜ୍ୟର ବିଶ୍ବବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ
  • ୨୦୨୨ ଜାନୁଆରୀ ପହିଲାରୁ ୱେବ୍‌ସାଇଟ୍‌ରେ ଇ-ସାର୍ଟିଫିକେଟ
  • ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ
  • ପରେ ୨୦୧୫ ପର୍ଯ୍ୟନ୍ତ ସାର୍ଟିଫିକେଟକୁ ଅପଲୋଡ କରାଯିବ
  • ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • ପ୍ରେସମିଟ କରି ବଡ ସୂଚନା ଦେଲେ ଗଜପତି ଏସପି

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ବାହାରିଲା ୭୨୧ ପୋଷ୍ଟ, ଜାଣନ୍ତୁ କେମିତି କରିବେ ଆବେଦନ

ପୋଲିସ ବିଭାଗରେ ନିଜ ସେବା ଦେବା ପାଇଁ ସେ ରାଜ୍ୟର ଶିକ୍ଷିତ ଯୁବବର୍ଗଙ୍କୁ ଅପିଲ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ପଦବୀ ପାଇଁ କେତେ ପୋଷ୍ଟ ବାହାରିଛି ଓ ଏଥିପାଇଁ କଣ ଯୋଗ୍ୟତା ଆବଶ୍ୟକ।

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ବାହାରିଲା ୭୨୧ ପୋଷ୍ଟ, ଜାଣନ୍ତୁ କେମିତି କରିବେ ଆବେଦନ
ଫାଇଲ ଫଟୋ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଓଡିଶା ପୋଲିସରେ ଏକ ବଡ ଧରଣର ନିଯୁକ୍ତି ସୁଯୋଗ ବାହାରିଛି। ସବ ଇନିସ୍ପେକ୍ଟର ଏବଂ କନେଷ୍ଟେବଳ ପଦବୀ ପାଇଁ ମୋଟ  ୭୨୧ ପୋଷ୍ଟ ବାହାରି ଥିବା ଆଜି ଖୋଜ ଡିଜିପି ଅଭୟ ସୂଚନା ଦେଇଛନ୍ତି। ପୋଲିସ ବିଭାଗରେ ନିଜ ସେବା ଦେବା ପାଇଁ ସେ ରାଜ୍ୟର ଶିକ୍ଷିତ ଯୁବବର୍ଗଙ୍କୁ ଅପିଲ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ପଦବୀ ପାଇଁ କେତେ ପୋଷ୍ଟ ବାହାରିଛି ଓ ଏଥିପାଇଁ କଣ ଯୋଗ୍ୟତା ଆବଶ୍ୟକ।

Sub Inspector

ଓଡିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ୪୭୭ଟି ସବ ଇନିସ୍ପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ କଣ୍ଟ୍ରାକ୍ଟଚୁଆଲ ବେସିସରେ ପୂରଣ ହେବ। ମୋଟ ୪୭୭ଟି ପଦବୀ ମଧ୍ୟରୁ ୧୬୦ଟି ମହିଳାଙ୍କ ପାଇଁ ସରଂକ୍ଷିତ ରଖାଯାଇଛି। ଏହା ବ୍ୟତୀତ ସ୍ପର୍ଟ୍ସ କୋଟାର ୫ଟି ପୋଷ୍ଟ ମଧ୍ୟରୁ ୨ଟି ମହିଳାଙ୍କ ପାଇଁ ସରଂକ୍ଷିତ ଅଛି।

ଯୋଗ୍ୟତା:
୨୦୨୧ ଜାନୁଆରୀ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ ୨୫ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।
ସର୍ବନୀମ୍ନ ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ।

ପରୀକ୍ଷା:
କମ୍ୟୁଟର ବେସ୍ଡ ନିଯୁକ୍ତି ପରୀକ୍ଷା ହେବ।
ସମ୍ପୂର୍ଣ୍ଣ ରୂପେ MQC ଫର୍ମାଟରେ ପ୍ରଶ୍ନ ରହିବ। 
ପ୍ରାର୍ଥୀ ୨ଟି ପେପର (ଜେନେରାଲ ଇଂଲିସ ଓ ଓଡିଆ- ୧୦୦ ମାର୍କ ଓ ଜେନେରାସ ଷ୍ଟଡି- ୨୦୦ ମାର୍କ)ର ପରୀକ୍ଷା ଦେବାକୁ ପଡିବ।
୦.୨୫ ନେଗେଟିଭ୍ ମାର୍କିଂ ଅଛି।

ଶାରୀରିକ ପରୀକ୍ଷାରେ ଓଜନ, ଉଚ୍ଚତା, ଛାତିର ଚଉଡା ଦେଖାଯିବ। ଏହା ସହ ଦୌଡ, ଲମ୍ବ ଡିଆଁ ମଧ୍ୟ ଅଛି। NCCର ବର୍ଗ ଅନୁଯାୟୀ ପ୍ରୀର୍ଥୀଙ୍କୁ ଅତିରିକ୍ତ ମାର୍କ ମିଳିବ।

ଏହି ନିଯୁକ୍ତିରେ ସାକ୍ଷାତକାର ଓ ମନୋବିଜ୍ଞାନ ପରୀକ୍ଷା ନାହିଁ।

ପରୀକ୍ଷା ଫି: SC/ST ବ୍ୟତୀତ ସମସ୍ତ ଆଶାୟୀଙ୍କୁ ୨୮୪ ଟଙ୍କା ଦେବାକୁ ପଡିବ। ବିଜ୍ଞାପନ ଅନୁସାରେ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଫି ଜମା କରିବେ।

ଆବେଦନ: ଆସନ୍ତା ୨୧ ତାରିଖରେ ସମ୍ପୂର୍ଣ୍ଣ ତଥ୍ୟ ସହ ବିଜ୍ଞାପନ ବାହାରିପାରେ।
www.odishapolice,gov.in ମାଧ୍ୟମରେ ଆବେଦନ କରିହେବ।
୨୨ ଜୁନ ୨୦୨୧ରୁ ୧୫ ଜୁଲାଇ ୨୦୨୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ଗ୍ରହଣ କରାଯିବ।

Constable (Communication)

ସିଲେକସନ ବୋର୍ଡ କନେଷ୍ଟବଳ (କମ୍ୟୁନିକେସନ) ଓଡିଶା ପକ୍ଷରୁ  ୨୪୪ଟି Constable (Communication) ପଦବୀ ପାଇଁ ବିଜ୍ଞପ୍ତି ଦିଆଯାଇଛି। ଏଥିରେ ମହିଳାଙ୍କ ପାଇଁ ମୋଟ ୮୧ଟି ପୋଷ୍ଟ ସରଂକ୍ଷିତ ଅଛି। ହୋମଗାର୍ଡ, ଗ୍ରୁପ-ଡି ଓ କ୍ରୀଡାବିତଙ୍କ ପାଇଁ ମଧ୍ୟ ସରଂକ୍ଷଣର ବ୍ୟବସ୍ଥା କରାଯାଇଛି। 

ଯୋଗ୍ୟତା:

୨୦୨୧ ଜାନୁଆରୀ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ବୟସ ହୋଇଥିବା ଆବଶ୍ୟକ।
ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।
ସର୍ବନୀମ୍ନ ଶିକ୍ଷାଗତ ଯୋଗ୍ୟତା- ଯୁକ୍ତ ଦୁଇ ସହ ଡିପ୍ଲୋମା ଇନ୍ କମ୍ପ୍ୟୁଟର।
ଦିବ୍ୟାଙ୍ଗମାନେ ଆବେଦନ କରିପାରିବେ ନାହିଁ।

ପରୀକ୍ଷା:
ଏହା ମଧ୍ୟ କମ୍ୟୁଟର ବେସ୍ଡ ନିଯୁକ୍ତି ପରୀକ୍ଷା ହେବ।
ସମ୍ପୂର୍ଣ୍ଣ ରୂପେ MQC ଫର୍ମାଟରେ ପ୍ରଶ୍ନ ରହିବ।

ଶାରୀରିକ ପରୀକ୍ଷାରେ ଓଜନ, ଉଚ୍ଚତା, ଛାତିର ଚଉଡା ଦେଖାଯିବ। ଏହା ସହ ଦୌଡ, ଲମ୍ବ ଡିଆଁ ମଧ୍ୟ ଅଛି। NCCର ବର୍ଗ ଅନୁଯାୟୀ ପ୍ରୀର୍ଥୀଙ୍କୁ ଅତିରିକ୍ତ ମାର୍କ ମିଳିବ।

ପରୀକ୍ଷା ଫି: SC/ST ବ୍ୟତୀତ ସମସ୍ତ ଆଶାୟୀଙ୍କୁ ୨୨୦ ଟଙ୍କା ଦେବାକୁ ପଡିବ। ବିଜ୍ଞାପନ ଅନୁସାରେ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଫି ଜମା କରିବେ।

ଆବେଦନ: ଆସନ୍ତା ୨୧ ତାରିଖରେ ସମ୍ପୂର୍ଣ୍ଣ ତଥ୍ୟ ସହ ବିଜ୍ଞାପନ ବାହାରିପାରେ।
www.odishapolice,gov.in ମାଧ୍ୟମରେ ଆବେଦନ କରିହେବ।
୨୨ ଜୁନ ୨୦୨୧ରୁ ୧୫ ଜୁଲାଇ ୨୦୨୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ଗ୍ରହଣ କରାଯିବ।