ତୃତୀୟ ଲହର ମୁକାବିଲା ପାଇଁ ଓଡି଼ଶା ପ୍ରସ୍ତୁତ; ଲକ୍ଷ୍ୟ ଠାରୁ ଲକ୍ଷେ କମ୍ ହେଉଛି ଟିକାକରଣ
Advertisement

ତୃତୀୟ ଲହର ମୁକାବିଲା ପାଇଁ ଓଡି଼ଶା ପ୍ରସ୍ତୁତ; ଲକ୍ଷ୍ୟ ଠାରୁ ଲକ୍ଷେ କମ୍ ହେଉଛି ଟିକାକରଣ

ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ତୃତୀୟ ଲହର ଅଧିକ ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି। ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି। ସରଞ୍ଜାମ, ମାନବସମ୍ଵଳ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି।

ଫାଇଲ ଫଟୋ

ଭୁବନେଶ୍ୱର: ଖୁବଶୀଘ୍ର ଦେଶରେ କୋରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡିଶା ସରକାର ମଧ୍ୟ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ସେପଟେ କୋରୋନା ଟିକା ଅଭିବ ଯୋଗୁଁ ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ମନ୍ଥର ହୋଇଛି। ଆଉ ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ତୃତୀୟ ଲହର ଅଧିକ ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି। ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି। ସରଞ୍ଜାମ, ମାନବସମ୍ଵଳ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଆଜିଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି। ଅଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶା ମାନଙ୍କର ତାଲିମ ଶେଷ ହୋଇଛି। ଆଜିଠୁ ହସ୍ପିଟାଲ ଫ୍ୟାସିଲିଟିରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସେମାନଙ୍କୁ ୬ଟା ବ୍ୟାଚରେ ତାଲିମ ଆରମ୍ଭ ହୋଇଛି।  ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।  

Also Read: କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର!

ଟିକାକରଣକୁ ନେଇ ସେ କହିଛନ୍ତି ଯେ, ଟିକା ମିକ୍ସ ନେଇ କିଛି ରେକମେଣ୍ଡେସନ ଆସିନି। ବୈଜ୍ଞାନିକ ସମ୍ମତ ହେବା ପରେ ରେକମେଣ୍ଡେସନ ଆସିଲେ ଚିନ୍ତା କରାଯିବ। ଟିକା ସାର୍ଟିଫିକେଟ ଡାଉନଲୋଡ଼ ନେଇ କେନ୍ଦ୍ର ସରକାରଙ୍କ ପକ୍ଷେରୁ ହେଲ୍ପ ଡେସ୍କ ଜାରି କରାଯାଇଛି। ୯୦୧୩୧୫୧୫୧୫ ନମ୍ବରକୁ କଲ୍ କରି ସାର୍ଟିଫିକେଟ ଡାଉନଲୋଡ଼ କରିପାରିବେ। ହ୍ଵାଟ୍ସଆପ ନମ୍ବରରୁ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ଼ କରିହେବ। ସେଥିରେ ଅନ୍ୟ ସୂଚନା ମଧ୍ୟ ପାଇପାରିବେ। 

ରାଜ୍ୟରେ ଟିକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ କହିବା ହେଲା, ବର୍ତ୍ତମାନ ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ (Corona Vaccination) ସରିଛି। ରାଜ୍ୟର ୪୦ ପ୍ରତିଶତ ଲୋକ ପ୍ରଥମ ଅର୍ଥାତ, ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ ୪୧ ଲକ୍ଷ ଲୋକ ନେଇଛନ୍ତି। ଦୈନିକ ସାଢ଼େ ୩ ଲକ୍ଷ ଟିକାକରଣ ଟାର୍ଗେଟ ଥିଲା। କିନ୍ତୁ ଏବେ ୨ ଲକ୍ଷ ଟିକାକରଣ ହେଉଛି। କୋଭାକସିନ୍ ଟିକା କମ ଅଛି। ଟିକା ଆସିଲେ ସମସ୍ୟା ଦୂର ହେବ। 

Also Read: UNSC ର ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ PM Modi, ଏହା ଉପରେ କରିବେ ଆଲୋଚନା  

ଗର୍ଭବତୀ ମହିଳାଙ୍କର ଟିକାକରଣ ଚାଲିଛି। ୫୭ ହଜାର ଗର୍ଭବତୀଙ୍କୁ ଟିକା (Covid19 vaccine) ଦିଆଯାଇଛି। ୧୩୫୩ କେନ୍ଦ୍ରରେ ଟିକାକରଣ ହେଉଛି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ପାଇଁ ଯୋଜନା କରାଯାଇଛି। ଟିକାକରଣରେ  ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବା ବେଳେ ୮୦ ପ୍ରତିଶତ ସରିଲାଣି। ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ସୂଚନା ଦେଇଛନ୍ତି।