• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

Serosurvey Reports : ଓଡ଼ିଶାର କାହା ଦେହରେ କେତେ ଆଣ୍ଟିବଡ଼ି? ତୃତୀୟ ଲହର ନେଇ ଏମିତି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋସର୍ଭେର ଓଡ଼ିଶା ରିପୋର୍ଟ ଆସିଛି। ରାଜ୍ୟର ୬୫.୧୨% ସାଧାରଣ ଲୋକ ଓ ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ମିଳିଛି। ଏହି ସର୍ଭେରେ ଦକ୍ଷିଣ ଓଡିଶାର ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ୧୨୩୦ ସାଧାରଣ ଲୋକ ଓ ୩୧୧ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ନିଆଯାଇଥିଲା। 

Serosurvey Reports : ଓଡ଼ିଶାର କାହା ଦେହରେ କେତେ ଆଣ୍ଟିବଡ଼ି? ତୃତୀୟ ଲହର ନେଇ ଏମିତି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୧୮୬୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୪୪୫ରେ ପହଞ୍ଚିଛି। ଏହାରି ମଧ୍ୟରେ ଓଡ଼ିଶାର ସେରୋସର୍ଭେ ରିପୋର୍ଟ ଆସିଛି। ସେପଟେ ରାଜ୍ୟରେ ତୃତୀୟ ଲହର ଆସିବା ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋସର୍ଭେର ଓଡ଼ିଶା ରିପୋର୍ଟ ଆସିଛି। ରାଜ୍ୟର ୬୫.୧୨% ସାଧାରଣ ଲୋକ ଓ ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ମିଳିଛି। ଏହି ସର୍ଭେରେ ଦକ୍ଷିଣ ଓଡିଶାର ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ୧୨୩୦ ସାଧାରଣ ଲୋକ ଓ ୩୧୧ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ନିଆଯାଇଥିଲା। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ରାୟଗଡ଼ାରେ ୬୩% ଓ କୋରାପୁଟରେ ୬୧.୩% ଲୋକଙ୍କଠାରେ ଆଣ୍ଟିବଡି ମିଳିଛି। ଜୁନ୍‌ ୧୬ରୁ ୨୦ ମଧ୍ୟରେ ୨୧ଟି ରାଜ୍ୟର ୭୦ ଜିଲ୍ଲାରେ ସେରୋସର୍ଭେ ହୋଇଥିଲା। 

Also Read: ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୫୪୬ ସଂକ୍ରମିତ  

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି। ଟିକାର ପ୍ରଭାବ ଓ ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ଯୋଗୁଁ ଲୋକମାନଙ୍କ ଭିତରେ ଆଣ୍ଟିବଡ଼ି ଡେଭଲପ ହେଉଛି। ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି। ପ୍ରଥମେ ଟିକା ଦିଆଯାଇଥିବାରୁ ବୟୋଜ୍ୟେଷ୍ଠ ଲୋକମାନଙ୍କର ଆଣ୍ଟିବଡ଼ି ଅଧିକ ବୃଦ୍ଧି ହୋଇଛି। 

ସେ ପୁଣି କହିଛନ୍ତି, 'ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ କୌଣସି ରେଖା ଟାଣିବା ବଡ଼ କଷ୍ଟ। ପ୍ରତ୍ୟେକ ମହାମାରୀ ବେଳେ ଏକାଧିକ ଲହର ଆସେ। ତାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନାହିଁ। ଓଡିଶାରେ ସଂକ୍ରମଣ ହାର ୨.୪%ରେ ଚାଲୁଛି। ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ୩ ସଂଖ୍ଯାରେ ସଂକ୍ରମଣ ରହୁଛି। କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେ ଦିଗରେ କାର୍ଯ୍ୟ କରୁଛି।'