ଆଜି ଦିନ ୧୧.୪୫ ମିନିଟରେ ବସିବ ରାଜ୍ୟ କ୍ୟାବିନେଟ । ତେବେ ଏଅହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇପାରନ୍ତି ।
Trending Photos
ଭୁବନେଶ୍ୱର: ୨୦୧୯ ମଇ ୨୯ । ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ଥିଲା । କାହିଁକା ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିକୁ ବର୍ଷେ ପୁରିଛି । ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡ଼ିଛି । ଓଡ଼ିଶାବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି ନବୀନ ।
ସୂଚନା ମୁତାବକ, ଆଜି ଦିନ ୧୧.୪୫ ମିନିଟରେ ବସିବ ରାଜ୍ୟ କ୍ୟାବିନେଟ । ତେବେ ଏଅହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇପାରନ୍ତି । କ୍ୟାବିଟେନ ବୈଠକରେ କେଉଁ କେଉଁ ବିଷୟରେ ଆଲୋଚନା ହେବ, ସେନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।