• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ସରିଲା ଓଡିଶା ଟ୍ରାଭେଲ ବଜାର; ଯୋଗ ଦେଲେ ୧୯ଟି ସହରରୁ ୬୦ ଜଣ ଟୁର ଅପରେଟର

ଶେଷ ହୋଇଛି ଓଡିଶା ଟ୍ରାଭେଲ ବଜାର। ବିଗତ ଦୁଇ ବର୍ଷ ଭଳି ଓଡିଶା ପର୍ଯ୍ୟଟନ ବିଭାଗ ଓ ଫିକିର ସହଭାଗିତାରେ ଆୟୋଜିତ ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଉଦଯାପିତ ହୋଇଛି । ୧୪ ତାରିଖରୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ବଜାର ୨୦ ତାରିଖରେ ଉଦଯାପିତ ହୋଇଛି।  ଚଳିତ ସଂସ୍କରଣରେ ମୋଟ ୧୫ ଟି ଦେଶରୁ ୨୫ ଜଣ ବିଦେଶୀ ଟୁର ଅପରେଟରଙ୍କ ସମେତ ଦେଶର ୧୯ଟି ସହରରୁ ୬୦ ଜଣ ଟୁର ଅପରେଟର ଯୋଗ ଦେଇଥିଲେ। 

ସରିଲା ଓଡିଶା ଟ୍ରାଭେଲ ବଜାର; ଯୋଗ ଦେଲେ ୧୯ଟି ସହରରୁ ୬୦ ଜଣ ଟୁର ଅପରେଟର

ଭୁବନେଶ୍ବର, ଶାନ୍ତସ୍ୱରୂପ ରାଉତ: ଶେଷ ହୋଇଛି ଓଡିଶା ଟ୍ରାଭେଲ ବଜାର। ବିଗତ ଦୁଇ ବର୍ଷ ଭଳି ଓଡିଶା ପର୍ଯ୍ୟଟନ ବିଭାଗ ଓ ଫିକିର ସହଭାଗିତାରେ ଆୟୋଜିତ ଓଡିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଉଦଯାପିତ ହୋଇଛି । ୧୪ ତାରିଖରୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ବଜାର ୨୦ ତାରିଖରେ ଉଦଯାପିତ ହୋଇଛି।  ଚଳିତ ସଂସ୍କରଣରେ ମୋଟ ୧୫ ଟି ଦେଶରୁ ୨୫ ଜଣ ବିଦେଶୀ ଟୁର ଅପରେଟରଙ୍କ ସମେତ ଦେଶର ୧୯ଟି ସହରରୁ ୬୦ ଜଣ ଟୁର ଅପରେଟର ଯୋଗ ଦେଇଥିଲେ।  ୧୪ ତାରିଖ ପରଠାରୁ ସେମାନେ ବିଭିନ୍ନ ଗ୍ରୁପ କରି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥାନ କୋରାପୁଟ, ଭିତରକନିକା, ପୁରୀ, କୋଣାର୍କ, ଚିଲିକ ଆଦି ସ୍ଥାନକୁ ପରିଦର୍ଶନ କରିବା ସହ ସେଠାକାର ରହଣୀ ଖାଦ୍ୟପାନୀୟ ଆଦି ପାରିପାଶ୍ୱିକ  ସ୍ଥିତି ପରଖିଛନ୍ତି। ଏହାପରେ ୧୮ ତାରିଖରୁ ତିନି ଦିନ ଧରି ରାଜ୍ୟର ୫୦ ଟୁର୍ ଅପରେଟ ଓ ହୋଟେଲ ପରିଚାଳକଙ୍କ ସହ ପାଖାପାଖି ୨୪ ଶହ ବିଜନେସ ଟୁ ବିଜନେସ (ବି ଟୁ ବି) ସମ୍ମୀଳନୀରେ ଦ୍ୱିପାକ୍ଷିକ ଆଲୋଚନ କରିଛନ୍ତି।

ଚଳିତ ସଂସ୍କରଣରେ ବିଦେଶୀ ଓ ଦେଶୀୟ ଟୁର ଅପରେଟର ମାନଙ୍କ ରାଜ୍ୟର ବିଭିନ୍ନ ଆଦିବାସୀ ଅଧୂଷିତ ଅଂଚଳରୁ ପ୍ରତିନିଧି ମଧ୍ୟ ଯୋଗ ଦେଇ ସେମାନଙ୍କ ଅଂଚଳର ଆକର୍ଷଣ ନେଇ ବିଦେଶୀ ଟୁର ଅପରେଟର ମାନଙ୍କ ଆଗରେ ବଖାଣିଥିଲେ।  ଦେଶିଆ-କୋରାପୁଟ ଭାଲି ରୁ ଆସିଥିବା ଆଦିବାସୀ ସଂପ୍ରଦାୟରେ ମହିଳା ମଧ୍ୟ ଏଥିରେ ସାମିଲ ବି ଟୁ ବି ସମ୍ମିଳନୀରେ ଭାଗ ନେଇଥିଲେ।  ସେମାନଙ୍କ ଉପସ୍ଥାପନା ଓ ପର୍ଯ୍ୟଟନ ସ୍ଥାନର ଆକର୍ଷଣକୁ ବିଦେଶୀ ଟୁର ଅପରେଟର ପସନ୍ଦ କରିଥିବା କହିଛନ୍ତି। ଏହାସହ ଯୋଗ ଦେଇଥିବା ହୋଟେଲ ପରିଚାଳକ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଥିବା ସେମାନଙ୍କ ସୁବିଧା ସୁଯୋଗ ନେଇ ମଧ୍ୟ ସୂଚନା ଦେଇଛନ୍ତି। 

konark  ତେବେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଏହାର ପରିଚୟ ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରତିନିଧି ମାନେ ସେମାନଙ୍କ ଆବଶ୍ୟକ କ୍ରୟ ପାଇଥିବା ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଉତ୍ପତ କେ ପତି କହିଛନ୍ତି। ତେବେ ଆଗାମୀ ଦିନରେ ବିଦେଶି ଟୁର ଅପରେଟର ମାନଙ୍କ ଦ୍ୱାରା  ବିଦେଶରୁ ଆସୁଥିବା ପର୍ଯ୍ୟଟକ ଭ୍ରମଣ କରିବା ଲାଗି ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ପ୍ରତି ଆଗ୍ରହ ପ୍ରକାଶ କରିବା ସହ ପର୍ଯ଼୍ୟଟନ ସ୍ଥଳିର ଆର୍ଥିକ ବିକାଶ ହେବାର ଲକ୍ଷ୍ୟ ରହିଛି।