• IAS ସ୍ତରରେ ଅଦଳବଦଳ କଲେ ରାଜ୍ୟସରକାର
  • OFDCର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର
  • ବଦଳିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ
  • ପରାଗ ଗୁପ୍ତା ସାଧାରଣ ଉଦ୍ୟୋଗ ବିଭାଗ ACS
  • ବିଜୟ ଆରୋରା ହେଲେ ସାଧାରଣ ପ୍ରଶାସନ OSD
  • ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣା: ୭ ଦିନ ରିମାଣ୍ଡରେ ସରବଜିତ
  • ୮ଦିନ ଭିତରେ ଅଟକିଗଲା ନନ୍ଦନକାନନର ଟୟ ଟ୍ରେନ୍
  • ଚାଲୁଥିବା ସମୟରେ ଲାଗିଯାଇଥିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ
  • ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ
  • ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା

ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା, ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) , ଗଭୀର ଅବପାତର ରୂପ ନେଇଛି। ରବିବାର ଅର୍ଥାତ ୨୬ ତାରିଖ ବେଳକୁ ପବନର ବେଗ ବଢ଼ିବ।

ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା, ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଡିଜାଇନ୍ ଫଟୋ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା। ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ। ଶନିବାର ସନ୍ଧ୍ୟା ୫ଟା ୩୦ ବେଳକୁ ବାତ୍ୟାର ରୂପ ନେଇପାରେ। ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହୋଇ ବଳ ଗୋଟାଉଛି। ଆଗାମୀ ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) , ଗଭୀର ଅବପାତର ରୂପ ନେଇଛି। ରବିବାର ଅର୍ଥାତ ୨୬ ତାରିଖ ବେଳକୁ ପବନର ବେଗ ବଢ଼ିବ। ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଉଥିବା ଅବପାତ ୨୬ରେ କଳିଙ୍ଗପାଟଣା (Kalingapatna) ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା (South Odisha) ରେ ପ୍ରବଳ ବର୍ଷା ହୋଇପାରେ।

Also Read: ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ଅକ୍ଟୋବରରେ ନାହିଁ ବାତ୍ୟା ଓ ଏକାଧିକ ଘୂର୍ଣ୍ଣିବଳୟ

ଲଘୁଚାପ ଯୋଗୁଁ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୪ ଜିଲ୍ଲା- କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତିକୁ ରେଡ୍ ୱାର୍ଣ୍ଣିଂ (Red Warning) ଜାରି କରାଯାଇଛି। ବନ୍ୟା ସ୍ଥିତି ଓ ଭୂସ୍ଖଳନ ନେଇ SRC, ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ବୈଠକ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଶନିବାରଠାରୁ ୨୮ ତାରିଖରେ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଶନିବାର ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ଯାଏ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।