୨୪ ଘଣ୍ଟାରେ ଲଘୁଚାପ, ରାଜ୍ୟରେ ଆସନ୍ତା ୫ ଦିନ ଛେଚିବ
Advertisement

୨୪ ଘଣ୍ଟାରେ ଲଘୁଚାପ, ରାଜ୍ୟରେ ଆସନ୍ତା ୫ ଦିନ ଛେଚିବ

ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ମୟୂରଭଂଜ, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ବୌଦ୍ଧ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

୨୪ ଘଣ୍ଟାରେ ଲଘୁଚାପ, ରାଜ୍ୟରେ ଆସନ୍ତା ୫ ଦିନ ଛେଚିବ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: Odisha Weather Update: ୨୪ ଘଣ୍ଟାରେ ଲଘୁଚାପ, ଆସନ୍ତା ୫ ଦିନ ଛେଚିବ । ଉତ୍ତର ପଶ୍ଚିମ ବଙ୍ଗାପସାରରେ ଓ ଏହାର ଆଖପାଖରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉକ୍ତ ଅଂଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି । ତେବେ ଏସବୁ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ମୟୂରଭଂଜ, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ବୌଦ୍ଧ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି ।

୧୦ ତାରିଖରୁ କିଛି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି କେନ୍ଦ୍ର । ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।