ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ; ୪୮ ଘଣ୍ଟାରେ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement

ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ; ୪୮ ଘଣ୍ଟାରେ ଲଘୁଚାପ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଆଉ ଏକ ବାତ୍ୟା ଆସିବା ସମ୍ଭାବନା ଅଛି। ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ  ଶନିବାର ଗୋଟିଏ ଘୁର୍ଣ୍ଣିବଳୟ ଦୃଶ୍ୟମାନ ହୋଇଛି। ସମୁଦ୍ର ପତ୍ତନ ଠାରୁ ଏହା ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି। ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା

ସୌ- @mcbbsr

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ବାତ୍ୟା ଆସିବା ସମ୍ଭାବନା ଅଛି। ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ  ଶନିବାର ଗୋଟିଏ ଘୁର୍ଣ୍ଣିବଳୟ ଦୃଶ୍ୟମାନ ହୋଇଛି। ସମୁଦ୍ର ପତ୍ତନ ଠାରୁ ଏହା ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି। ଯାହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪ରୁ ୫ ଦିନ ଯାଏଁ ତାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହପରି ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସଂକେତ ଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। 

Also Read: ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ ୯ ତାରିଖ ଆଡ଼କୁ ମିଆଁମାର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୧ ତାରିଖରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ତୃତୀୟ ସପ୍ତାହ ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ ଓଡିଶାରେ ଏହାର ବିଶେଷ ପ୍ରଭାବ ନଥିବା ବେଳେ କେବଳ ସଂକେତ ଦେଖାଦେଇଛି। ଆସନ୍ତା ୧୦ ତାରିଖ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।  

ସୂଚନାଯୋଗ୍ୟ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ବିଳମ୍ବରେ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ କରିଛି। ପଶ୍ଚିମ ରାଜସ୍ଥାନ ଓ ଆଖପାଖ ଗୁଜୁରାଟ ଅଂଚଳରୁ ବାହୁଡିଛି। ଏଥର ଜୁନରୁ ସେପ୍ଟେମ୍ବର ମୌସୁମୀ ଋତୁ ମଧ୍ୟରେ ରାଜ୍ୟରେ ମୋଟ ୧୦୪୬ ମିଲିମିଟର ବର୍ଷା ହୋଇଛି। ଯାହା ସ୍ୱାଭାବିକ ୧୧୫୫ ମିଲିମିଟର ଠାରୁ ୯ ପ୍ରତିଶତ ନିଅଣ୍ଚିଆ ରହିଛି। ଦୁଇ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକା, ୨୨ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ମୋଟ ୯ଟି ଲଘୁଚାପ ଏବଂ ବାତ୍ୟା ଗୁଲାବ ସହ ଏଥର ମୌସୁମୀ ଋତୁ ଶେଷ ହୋଇଛି।