'ଏବେ ରାଜ୍ୟରେ ବର୍ଷା ନାହିଁ'

ଲଘୁଚାପ (Low Pressure) ଜନିତ ଲଗାଣ ବର୍ଷା ପରେ ଜଳ ସପଂଦ ବିଭାଗ କହିଛି ଯେ, ଏବେ ରାଜ୍ୟରେ ଆଉ ବର୍ଷା ନାହିଁ। ଗତ ୨୪ ଘଣ୍ଟା ତଳେ ଯାହା ବର୍ଷା (Rain) ହୋଇଥିଲା, ତାହା ଏବେ ତଳମୁଣ୍ଡକୁ ଡିସଚାର୍ଜ ହେଉଛି।

'ଏବେ ରାଜ୍ୟରେ ବର୍ଷା ନାହିଁ'
ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ସମୟରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ତେବେ ବାସ୍ତବ ସ୍ଥିତି ଆଉ କିଛି ଦେଖିବାକୁ ମିଳିଛି।

ଲଘୁଚାପ (Low Pressure) ଜନିତ ଲଗାଣ ବର୍ଷା ପରେ ଜଳ ସପଂଦ ବିଭାଗ କହିଛି ଯେ, ଏବେ ରାଜ୍ୟରେ ଆଉ ବର୍ଷା ନାହିଁ। ଗତ ୨୪ ଘଣ୍ଟା ତଳେ ଯାହା ବର୍ଷା (Rain) ହୋଇଥିଲା, ତାହା ଏବେ ତଳମୁଣ୍ଡକୁ ଡିସଚାର୍ଜ ହେଉଛି। ଯେଉଁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା, ତାହା ସ୍ଥିର ହୋଇ କମିବାରେ ଲାଗିଛି। ଜଳକାର ତଳ ଏରିଆ ପାଇଁ ବିପଦ ସଂକେତ ପାଖରେ ରହୁଛି। ଏଥିପାଇଁ ତଳିଆ ଅଂଚଳରେ ଜଳବନ୍ଦୀ ରହୁଛି। ରାଜ୍ୟରେ ବନ୍ୟା (Flood) କେଉଁଠି ବି ହୋଇ ନାହିଁ।

Also Read: ଜଳ ବନ୍ଦୀରେ ଓଡ଼ିଶା! ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ହୀରାକୁଦ (Hirakud Dam) ରେ ମଙ୍ଗଳବାର ୬ ଓ ବୁଧବାର ୬ଟି ଗେଟ୍ ଖୋଲିଛି। ଉପର ମୁଣ୍ଡରେ ବର୍ଷା ହୋଇଛି, ତେଣୁ ଜଳ ପ୍ରବେଶ କରୁଛି। ଏବେ ହୀରାକୁଦ ଜଳସ୍ତର ୬୨୮.୦୩ ଫୁଟ ରହୁଛି। ଉପର ମୁଣ୍ଡର ପାଣି ସ୍ଥିତି ନେଇ ଗେଟ୍ ଖୋଲା ଯାଉଛି। ଯଦି ଅଧିକ ପାଣି ଆସେ, ତାହେଲେ ଅଧିକ ଗେଟ୍ ଖୋଲାଯିବ। ଏବେ ୨ ଲକ୍ଷ ୯୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷା ଅନୁସାରେ ଉତ୍ତର ଓଡିଶାରେ ବର୍ଷା ହେ । ସେତେବେଳକୁ ବୈତରଣୀ ସ୍ଥିତି ସୁଧୁରି ଯାଇଥିବ, ବ୍ରାହ୍ମଣୀ ଏବେ ଭଲ ସ୍ଥିତିରେ ଅଛି ବୋଲି ଜଳ ସମ୍ପଦ ବିଭାଗ କହିଛି।

 ଯଦି ଆସନ୍ତା ୧୬ ପରେ ବର୍ଷା ହୁଏ କେବଳ ହୀରାକୁଦରେ ଜଳ ପ୍ରବେଶ କରିବ। ମୁଣ୍ଡଳୀ (Mundali) ରେ ମଙ୍ଗଳବାର ୫ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ଏବେ ନିଷ୍କାସନ ଚାଲିଛି। ରାଜ୍ୟର ଗୋଟିଏ ସ୍ଥାନରେ ଛୋଟ ଘାଇ ହୋଇଛି ବୋଲି ଜଳ ସଂପଦ ବିଭାଗ (Water Resource Department) ର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ କହିଛନ୍ତି।

Also Read: କାଳ କୋଠରୀରେ ଉଜ୍ଜଳ ଭବିଷ୍ୟତ! ଝାରପଡ଼ା କାରାଗାରରେ ବି କଏଦୀ ପଢିବେ ପାଠ

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳକା ନଦୀ ଫୁଲୁଛି। ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ସକାଳ ଛଅଟା ସୁଦ୍ଧା ଜଳସ୍ତର ୬.୫୧ ମିଟର ଉପରେ ପ୍ରବାହିତ ହେଉଥିଲା। ସେପଟେ ବରୀ ବ୍ଲକ ସାହୁପଡା ପଂଚାୟତ ମାଟିଆପଡା ଠାରେ ବ୍ରାହ୍ମଣୀ ନଦୀରେ ବୁଧବାର ସକାଳୁ ୨ଟି ଘାଇ ସୃଷ୍ଟି ହୋଇଛି। ତେବେ ସକାଳ ୭ଟା ସୁଦ୍ଧା ଜେନାପୁର ଠାରେ ବନ୍ୟାଜଳ  ହ୍ରାସ ପାଇ ୬୭.୬୦ ଫୁଟରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଛି।