ଦେଶରେ ଇତିହାସ ସୃଷ୍ଟି କରିବ ଓଡ଼ିଶା : ମୁଖ୍ୟମନ୍ତ୍ରୀ
Advertisement

ଦେଶରେ ଇତିହାସ ସୃଷ୍ଟି କରିବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଦେଶରେ କୋରୋନା ମହାମାରୀ ଉଗ୍ରରୂପଧାରଣ କରୁଥିବା ବେଳେ ଓଡ଼ିଶା ବି ଲଢ଼ୁଛି କୋରୋନା ବିରୋଧରେ । ଏହି ଭଳି ଘଡିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ସରକାରଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି। ଜୀବନ ଓ ମୃତ୍ୟୁର ଏହି ସଂଘର୍ଷ ବେଳେ ଆମେ ସତର୍କ ରହିଲେ ହିଁ ସୁରକ୍ଷିତ ରହିବ ବୋଲି କହିଛନ୍ତି ମୁଖ୍ୟମନ୍

ଦେଶରେ ଇତିହାସ ସୃଷ୍ଟି କରିବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ଉଗ୍ରରୂପଧାରଣ କରୁଥିବା ବେଳେ ଓଡ଼ିଶା ବି ଲଢ଼ୁଛି କୋରୋନା ବିରୋଧରେ । ଏହି ଭଳି ଘଡିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ସରକାରଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି। ଜୀବନ ଓ ମୃତ୍ୟୁର ଏହି ସଂଘର୍ଷ ବେଳେ ଆମେ ସତର୍କ ରହିଲେ ହିଁ ସୁରକ୍ଷିତ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିପଦ ଆସିଲେ ସମସ୍ତଙ୍କ ମାଆ ଓ ମାଟି ମନେପଡ଼େ ଓଡ଼ିଶାର ବାହାରେ ଥିବା ଆମ ପରିବାର ଲୋକମାନେ ଏବେ ଓଡ଼ିଶା ଫେରିବେ । 

ବିଦେଶରୁ ଓ ଅନ୍ୟ ରାଜ୍ୟରୁ ଯଥା ମହାରାଷ୍ଟ୍ର, ରାଜସ୍ଥାନ, ମୁମ୍ବାଇ, ଗୁଜରାଟ, ଦିଲ୍ଲୀରୁ ଫେରନ୍ତା ଓଡ଼ିଆମାନଙ୍କ ଯତ୍ନନେବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ଓଡ଼ିଶାରେ ଏବେ ୧୨୨ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିଛି ବିଦେଶ ଫେରନ୍ତା ଓଡ଼ିଶା ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବ କିନ୍ତୁ ନିୟନ୍ତ୍ରଣ କରିହେବ ।  ପଶ୍ଚିମବଙ୍ଗରୁ ଆସିଥିବା ଲୋକମାନଙ୍କ ମଧ୍ୟରୁ କୋରୋନା ପଜେଟିଭ ସଂଖ୍ୟା ୫୦ ରହିଛି । 

ତେଣୁ ଓଡ଼ିଶା ବିଦେଶ ଫେରନ୍ତା ଙ୍କ ପାଇଁ ରେଜିଷ୍ଟ୍ରେସନ୍ ପ୍ରକିୟା ଓଡ଼ିଶା ପ୍ରଥମେ ଆରମ୍ଭ କରିଛି । ତେଣୁ ସମସ୍ତେ ସରକାରଙ୍କୁ ସହଯୋଗ କଲେ କୋରୋନା ଲଢ଼େଇରେ ଭାରତରେ ଇତିହାସ ସୃଷ୍ଟି କରିବ ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।