• ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ୟୁଏସ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ କଥାହେବେ
  • ଆଜି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ସାକ୍ଷାତ କରିବେ
  • ୫ଟି କମ୍ପାନୀର ସିଇଓମାନଙ୍କୁ ମୋଦିଙ୍କ ସାକ୍ଷାତ କାର୍ଯ୍ୟକ୍ରମ
  • ଆସନ୍ତାକାଲି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୬ରେ ବସିବ ମାଓ ଦମନ ବୈଠକ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
  • ଯୋଗଦେବେ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ରାଜ୍ୟର ସିଏସ, ପୋଲିସ ଡିଜି, ବରିଷ୍ଠ ଅଧିକାରୀ ଯୋଗଦେବେ
  • ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

ଅସନ୍ତୁଷ୍ଟ ହେବେ ସନ୍ତୁଷ୍ଟ; ଦିନକ ପରେ ଅଫଲାଇନ ମାଟ୍ରିକ ପରୀକ୍ଷା

ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହେବ। ଏଥିପାଇଁ ୯ଟା ପର ଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।

ଅସନ୍ତୁଷ୍ଟ ହେବେ ସନ୍ତୁଷ୍ଟ; ଦିନକ ପରେ ଅଫଲାଇନ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଦିନକ ପରେ ଅଫଲାଇନ ମାଟ୍ରିକ ପରୀକ୍ଷା। କୋଭିଡ କଟକଣା ହେତୁ ଚଳିତ ବର୍ଷ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ ହୋଇ ଫଳ ପ୍ରକାଶ ହୋଇଥିବା ବେଳେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଅଫଲାଇନ ପରୀକ୍ଷା। ଏହି ପରୀକ୍ଷା ପାଇଁ ପୂର୍ବରୁ ଫର୍ମପୂରଣ ସରିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପରୀକ୍ଷା ହେବାର ୪୮ ଘଣ୍ଟା ପୂର୍ବରୁ ବୁଧବାର ଠାରୁ ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ ଟେଷ୍ଟ କରିଛନ୍ତି। ପରୀକ୍ଷାକୁ ନେଇ ପ୍ରସ୍ତୁତ ହୋଇଉଠିଛନ୍ତି ଛାତ୍ରଛାତ୍ରୀ। 

ଅସନ୍ତୁଷ୍ଟ ହେବେ ସନ୍ତୁଷ୍ଟ ଆଉ ଦେବେ ଅଫଲାଇନ ମାଟ୍ରିକ ପରୀକ୍ଷା (Off Line Matric Exam 2021) । ୨୦୨୦-୨୧ ଶିକ୍ଷାବର୍ଷରେ (Academic Year 2020-21) ଦଶମ ପଢିଥିବା ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀଙ୍କ (10th Class Matric Student) ଲାଗି ଆସନ୍ତା ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ ପରୀକ୍ଷା ହେବ। ବିକଳ୍ପ ମାଧ୍ୟମରେ ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ପରୀକ୍ଷା ବେଳେ କୋଭିଡ୧୯ ଗାଇଡଲାଇନ୍ସ (Covid19 Guidelines) ପାଳନ କରିବାକୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education) ବୋର୍ଡ (Odisha BSE Board) ତଥା ଗଣଶିକ୍ଷା ବିଭାଗ (Odisha Mass Education Dept) ପକ୍ଷରୁ ନିର୍ଦ୍ଦେଶ ରହିଛି। 

Also Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

ପରୀକ୍ଷା ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଏଥିରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସେମାନଙ୍କ କୋଭିଡ୧୯ ଟେଷ୍ଟ (Covid19 Test) କରିଛନ୍ତି। ପ୍ରଶ୍ନପତ୍ର (Question Paper) ପହଞ୍ଚି ସାରିଥିବା ବେଳେ ପରୀକ୍ଷା କେନ୍ଦ୍ର (Matric Exam Centre) ସହ ଶ୍ରେଣୀଗୃହକୁ (Classroom) ସମ୍ପୂର୍ଣ୍ଣ ବିଶୋଧନ (Sanitization) କରାଯିବା ସହ ସ୍ବତନ୍ତ୍ର ସଙ୍ଗରୋଧ କକ୍ଷ (Isolation Room) ମଧ୍ୟ ପ୍ରସ୍ତୁତ ରହିଛି। ବିନା ଭୟରେ କଟକଣା ଭିତରେ ପରୀକ୍ଷା କରେଇବା ପାଇଁ ପ୍ରସ୍ତୁତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ (School Authority)।  

ଚଳିତ ବର୍ଷ ମୋଟ ୫୦୪‌ କେନ୍ଦ୍ରରେ ଅଫ୍‌ଲାଇନ୍‌ ପରୀକ୍ଷା (Off Line) ହେବାକୁ ଥିବା ବେଳେ ୧୫ ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (High School Certificate Examination) ପାଇଁ ୨୭୮ କେନ୍ଦ୍ରରେ ୬୫୯୭ ଜଣ ପରୀକ୍ଷାର୍ଥୀ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (Odisha State Open School Certificate Examination) ପାଇଁ ୨୨୨ କେନ୍ଦ୍ରରେ ୮୪୯୩ ଜଣ ଏବଂ ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 

Also Read: କଟକଣାରେ ଖୋଲିବ ସ୍କୁଲ-ହଷ୍ଟେଲ; ଟିକାକରଣରେ ଶିକ୍ଷକଙ୍କୁ ଗୁରୁତ୍ୱ ଦେବାକୁ ଦାବି

ଏନେଇ ଆଡ୍‌ମିଟ୍‌ କାର୍ଡ (Matric Exam Admit Card) ବୋର୍ଡ ୱେବସାଇଟ୍ (BSE Website) ରୁ ଡାଉନଲୋଡ କରିବାକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପିଲାଙ୍କ ସୁବିଧା ପାଇଁ କେବଳ ବ୍ଲକ୍ କିମ୍ବା ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ଅଫଲାଇନ ମାଟ୍ରିକ ପରୀକ୍ଷା ଦେବା ପାଇଁ ପରିକ୍ଷାର୍ଥୀ ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି।  

Also Read: SOP ପାଳନ କରି ଖୋଲିବ ସ୍କୁଲ; ଆରମ୍ଭ ହେବ ଶ୍ରେଣୀଗୃହ ପାଠପଢା

ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହେବ। ଏଥିପାଇଁ ୯ଟା ପର ଠାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଆସନ୍ତା ୨୨ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ଯୋଜନା ହୋଇଛି। ଏବେ ଅପେକ୍ଷା ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସଠିକ ଫଳ ପାଉଛନ୍ତି କି ନାହିଁ।