ଆରମ୍ଭ ହେଲା ଯୁକ୍ତ୨ ଅଫଲାଇନ୍ ଖାତାଦେଖା
Advertisement

ଆରମ୍ଭ ହେଲା ଯୁକ୍ତ୨ ଅଫଲାଇନ୍ ଖାତାଦେଖା

ଆଜି ମାତ୍ର ୧୭ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନ୍ୟ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ କରାଯିବା ନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ଅଫଲାଇନ୍ ଖାତାଦେଖା । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୧ ହଜାର ଅଧ୍ୟାପକ ପ୍ରଥମେ କଳା ବିଭାଗର ଖାତା ମୂଲ୍ୟାୟନ କରାଯାଉଛି । ପରେ ଧନ୍ଦାମୂଳକ ଶିକ୍ଷାର ଖାତା ମୂଲ୍ୟାୟନ କରାଯିବ । 

ଆଜି ମାତ୍ର ୧୭ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନ୍ୟ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ କରାଯିବା ନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । 

ଅନ୍ୟପକ୍ଷରେ ମୂଲ୍ୟାୟନ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ଚେକ ଏବଂ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ବିଶୋଧନକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।