ଆଶା ରହିଗଲା ଆଶାରେ, କମିବା ବଦଳେ ବଢିବ ତେଲଦର
Advertisement

ଆଶା ରହିଗଲା ଆଶାରେ, କମିବା ବଦଳେ ବଢିବ ତେଲଦର

ପେଟ୍ରୋଲ ଡିଜେଲ ଦର ଉପରୁ ଟ୍ୟାକ୍ସ ରିହାତି କରିବା ବଦଳରେ ପୁଣି କୃଷି ଟ୍ୟାକ୍ସ ଲଦି ଦେଲେ।

ଆଶା ରହିଗଲା ଆଶାରେ, କମିବା ବଦଳେ ବଢିବ ତେଲଦର

ଚନ୍ଦନ ପାଇକରାୟ, ଭୁବନେଶ୍ବର: ଅସହ୍ୟ ହେଲାଣି ତେଲଦର । କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ  ଡିଜେଲ ଦାମ । ସେପଟେ କେନ୍ଦ୍ର ସରକାରଙ୍କ ବଜେଟ ମଧ୍ୟରେ ତେଲଦର କମିବା ନେଇ ଜନ ସାଧାରଣ ଆଶାବାଦୀ ଥିଲେ । ହେଲେ କେନ୍ଦ୍ର ସରକାର ଦେଲେ ଓଲଟା ଫଳ । ପେଟ୍ରୋଲ ଡିଜେଲ ଦର ଉପରୁ ଟ୍ୟାକ୍ସ ରିହାତି କରିବା ବଦଳରେ ପୁଣି କୃଷି ଟ୍ୟାକ୍ସ ଲଦି ଦେଲେ। କୃଷି ଟ୍ୟାକ୍ସ ଗ୍ରାହକକଙ୍କ ଉପରକୁ ବୋଝ ହେବ ନାହିଁ ବୋଲି ଯେତେ କହିଲେ ମଧ୍ୟ ସଠିକ ଭାବେ ଏହାର ଉତ୍ତର ରଖି ପାରୁନାହାଁନ୍ତି କେନ୍ଦ୍ର ସରକାର । 

କୃଷି ପାଇଁ ଟ୍ୟାକ୍ସର ସିଂହ ଭାଗ ରାଜ୍ୟ ସରକାର (Odisha Government) ଙ୍କ ଠାରୁ ନେବାକୁ କେନ୍ଦ୍ରସରକାର  ଯୋଜନା କରିଛନ୍ତି । ପେଟ୍ରୋଲ ପାଇଁ କୃଷି ସେସ ଅଢେଇ ଟଙ୍କା ପେଟ୍ରୋଲ (Petrol) ଓ ଡିଜେଲ (Diesel) ରୁ ୪ ଟଙ୍କା ନେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କ ପେଟ୍ରୋଲରେ ଦେଢଟଙ୍କା ଓ ଡିଜେଲରେ ଅଢେଇ ଟଙ୍କା କ୍ଷତି ସହିବେ । କିନ୍ତୁ ନାଁ ନେବେ କେନ୍ଦ୍ର ସରକାର । ରାଜଧାନୀ ଭୁବନେଶ୍ବର (Bhubaneswar) ରେ ପେଟ୍ରୋଲ ୮୬ ଟଙ୍କା ୯୭ ପଇସା, କୋରାପୁଟରେ ୯୦ ଟଙ୍କା ୪୭ ପଇସା ଏହିଭଳି ପେଟ୍ରୋଲ ଦର ରହିଛି । 

Also Read: ଥଣ୍ଡାରୁ ନାହିଁ ବ୍ରେକ୍ , ୨୪ ଘଣ୍ଟା ଯାଏଁ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ

ସେହିପରି ଡିଜେଲ ଦର ( Diesel Price) ଭୁବନେଶ୍ବରରେ ୮୩ ଟଙ୍କା ୩୨ ପଇସା ଥିବା ବେଳେ କୋରାପୁଟରେ ଏହି ଦାମ ୩ ଟଙ୍କା ୫୦ ପଇସା ଅଧିକ । କିଛି ଦିନ ମଧ୍ୟରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁବା ନେଇ ଆଶା ପ୍ରକାଶ କରୁଛନ୍ତି ବ୍ୟବସାୟୀ । ଏହା ମଧ୍ୟରେ କେନ୍ଦ୍ର ବଜେଟରେ ପେଟ୍ରୋଲ ଦର କମାଇବା ନେଇ ସରକାର ପଦକ୍ଷେପ ନେବା ଆଶା ହୋଇଛି ଧୂଳିସାତ । ଓଲଟି ପେଟ୍ରୋଲ ଦର ବୃଦ୍ଧି କରିବା ନେଇ ସରକାରଙ୍କ ଯୋଜନା ବି ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । 

Also Read: ପୁଣି ବିଜେପିର ଟେନସନ୍ ବଢ଼ାଇଲେ ନୀତିଶ

କାରଣ ପେଟ୍ରୋଲ ଓ ଡିଜେଲରେ ଲାଗିଛି କୃଷି ସେସ୍ (Agricultural cess) । ସେପଟେ ପେଟ୍ରୋଲ ଡିଜେଲ ଦର ଅଟୋ ମେକାନିଜମ ଜରିଆରେ ପ୍ରତ୍ୟେକ ଦିନ ବଢୁଥିବା ବେଳେ କୃଷି ଟ୍ୟାକ୍ସ ପେଟ୍ରୋଲ କମ୍ପାନୀ ଦେବେ ନା ସରକାର ଦେବେ ନା ଚଞ୍ଚକତା କରି ଗ୍ରାହକଙ୍କୁ ଶୋଷଣ କରାଯିବ ତାହାର ସଠିକତା କିଛି ନାହିଁ । ଯାହାକୁ ନେଇ ଏବେଠାରୁ ଦେଖାଦେଲାଣି ଅସନ୍ତୋଷ । ରାଜରାସ୍ତାରେ ଯୁବ କଂଗ୍ରେସ (Youth Congress) ଶଗଡ ଚଢି ପ୍ରତିବାଦ କରିଥିବା ବେଳେ ଆସନ୍ତା ୧୫ ତାରିଖରେ ଓଡିଶା ବନ୍ଦ ଡାକରା ଦେବା ପାଇଁ ସଜବାଜ ହେଉଛି । 

Also Read: ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ

ତେବେ ଆସନ୍ତୁ ନଜର ପକାଇବା ପେଟ୍ରୋଲ ଡିଜେଲ ଦରରେ କାହାର ରହିଛି କେତେ ଭାଗ, ଆଉ କେତେ ଟ୍ୟାକ୍ସ ଦେବାକୁ ପଡୁଛି ଗ୍ରାହକଙ୍କୁ...

କୃଷି ଟ୍ୟାକ୍ସ ଲାଗୁ ପରେ ରାଜ୍ୟ ଓ କେନ୍ଦ୍ର ସରକାର କେତେ ଦେବେ ଆଉ ଗ୍ରାହକ କେତେ ଦେବେ ?

ରାଜ୍ୟରେ ଏବେ ପେଟ୍ରୋଲ ଦର ୮୬ ଟଙ୍କା ୯୭ ପଇସା ଥିବା ବେଳେ ଏହାର ମୂଳଦର ୩୦ ଟଙ୍କା ୩୬ ପଇସା ରହିଛି । ଏହା ମଧ୍ୟରେ କେନ୍ଦ୍ର ସରକାର (central government) ନେଉଛନ୍ତି ୩୨ ଟଙ୍କା ୯୮ ପଇସା ଟ୍ୟାକ୍ସ ଓ ରାଜ୍ୟ ସରକାର ନେଉଛନ୍ତି ୨୦ ଟଙ୍କା ୨୭ ପଇସା ଭ୍ୟାଟ୍ । ଡିଲର ପାଉଛି ୩ ଟଙ୍କା ୩୬ ପଇସା ।

ସେହିଭଳି ୮୩ ଟଙ୍କା ୩୨ ପଇସା ଡିଜେଲର ମୂଳ ଦର ରହିଛି ୩୧ ଟଙ୍କା ୫୩ ପଇସା । ସେଥିରୁ କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସା ଟ୍ୟାକ୍ସ ନେଉଥିବା ବେଳେ ରାଜ୍ୟ ସରକାର ୧୭ ଟଙ୍କା ୭୫ ପଇସା ଭ୍ୟାଟ ନେଉଛନ୍ତି । ଡିଲର ପାଉଛି ୨ ଟଙ୍କା ୨୧ ପଇସା । ଏହା ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ (Petrol) ରେ ଅଢେଇ ଟଙ୍କା ଡିଜେଲରେ ୪ ଟଙ୍କା କୃଷି ସେସ ଲଗାଇବା ନେଇ ଘୋଷଣା କରିଛନ୍ତି । 

ଆଉ ଏହି ଟ୍ୟାକ୍ସ ଗ୍ରାହକଙ୍କ ଠାରୁ ନନେଇ କମ୍ପାନୀ ଦେବ ବୋଲି କହୁଛନ୍ତି କେନ୍ଦ୍ର ସରକାର। ହେଲେ ବାସ୍ତବ କଥା ହେଉଛି କେନ୍ଦ୍ର ସରକାର ନେଉଥିବା ଟିକସ ମଧ୍ୟରୁ ବେସିକ ଟିକସରୁ ଦେଢଟଙ୍କା ଓ ଅତିରିକ୍ତ ଟିକସରୁ ୧ ଟଙ୍କା ପେଟ୍ରୋଲ ବାବଦକୁ ରହିଛି । ସେହିଭଳି ଡିଜେଲ (Diesel) କ୍ଷେତ୍ରରେ ବେସିକ ଟିକସରୁ ୩ ଟଙ୍କା ଅତିରିକ୍ତ ଟିକସରୁ ୧ ଟଙ୍କା ନେବାକୁ ଯୋଜନା କରାଯାଇଛି । 

Also Read: ଦୀର୍ଘ ୧୦ ମାସ ପରେ ଖୋଲିଲା ଅବଦ୍ଦୁଲ କଲାମ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମ

ଅର୍ଥାତ କୃଷକଙ୍କ ପାଇଁ ଯେଉଁ ଟିକସ ପେଟ୍ରୋଲ ଓ ଡିଜେଲରୁ ଆଦାୟ କରାଯିବ ସେଥିରୁ ରାଜ୍ୟ ସରକାରଙ୍କ ଭାଗରୁ ପେଟ୍ରୋଲରୁ ଦେଢଟଙ୍କା ଓ ଡିଜେଲରୁ ୩ ଟଙ୍କା କାଟି ନେଇଯିବେ କେନ୍ଦ୍ର ସରକାର। ଯେଉଁଥି ପାଇଁ ରାଜ୍ୟ ସରକାର ଟିକସ ଅଧିକ ହରାଇବା ସମ୍ଭାବନା ଅଧିକ । ଲକଡାଉନ (LockDown) ସମୟରେ ପେଟ୍ରୋଲରେ ୧୦ ଟଙ୍କା ଡିଜେଲରେ ୧୩ ଟଙ୍କା ଟିକସ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ସେହିଭଳି ରାଜ୍ୟ ସରକାର ୩ ଟଙ୍କା ୧୧ ପଇସା ପେଟ୍ରୋଲରେ, ଏକଟଙ୍କା ୩ ପଇସା ଡିଜେଲରେ ଭ୍ୟାଟ ବଢାଇଥିଲେ । ହେଲେ କୌଣସି ସରକାର ଗ୍ରାହକଙ୍କ ମୁଣ୍ଡରୁ ଏବେ ଟିକସ (Tax)ବୋଝ ହାଲକା କରିବା ପାଇଁ ଚାହୁଁନାହାନ୍ତି । ଯେଉଁଥି ପାଇଁ ମହଙ୍ଗା ହେଉଛି ତେଲ ଦର।

Edited: Zee Odisha Desk