Advertisement
Article Detail0/zeeodisha/odisha698803
Zee OdishaBhubneshwarଆସନ୍ତାକାଲି ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଆସନ୍ତାକାଲି ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଜୁନ ୨୧ ରବିବାର ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟୋପରାଗ ଭାରତର ହରିଆଣା, ରାଜସ୍ଥାନ,ଉତ୍ତରାଖଣ୍ଡ ସମେତ ଓଡିଶାରେ ମଧ୍ୟ ଆଂଶିକ ଦୃଶ୍ୟମାନ ହେବ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଆସନ୍ତାକାଲି ଦୃଶ୍ୟମାନ ହେବ ଏହି ପରାଗ । ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର, ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ଘୁରିବୁଲୁଛନ୍ତି । ମହାକାଶରେ ବୁଲୁଥିବା ଏହି ଦୁଇଟି ପିଣ୍ଡ ବେଳେ ବେଳେ ସୂର୍ଯ୍ୟ ସହ ଏକ ସରଳ ରେଖାରେ ରହିଥାନ୍ତି ଓ ସେହି ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ । ତେବେ ପରାଗ ପ୍ରାୟତଃ ଆମାବାସ୍ୟ ଦିନ ସମ୍ଭବ ହୋଇଥାଏ । ଆସନ୍ତାକାଲି ହେବାକୁ ଥିବା ଏହି ମହାଜାଗତିକ ଦୃଶ୍ୟ ଭାରତର ସବୁ ଅଞ୍ଚଳରେ ସକାଳ ପ୍ରାୟ ୧୦.୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ବୈଜ୍ଞାନିକଙ୍କ ମତରେ ଏହାର ମଣିଷ ଉପରେ କୌଣସି ପ୍ରଭାବ ନଥିବା ବେଳେ ନିରାପଦରେ ଦେଖିବା ସମ୍ଭବ ସେପଟେ ଜ୍ୟୋତିର୍ବିଦଙ୍କ ମତ ମାନବ ସମାଜ ଉପରେ ଏହାର ଘୋର ପ୍ରଭାବ ପଡ଼ିବ ।

ଜୁନ ୨୧ ରବିବାର ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟୋପରାଗ ଭାରତର ହରିଆଣା, ରାଜସ୍ଥାନ,ଉତ୍ତରାଖଣ୍ଡ ସମେତ ଓଡିଶାରେ ମଧ୍ୟ ଆଂଶିକ ଦୃଶ୍ୟମାନ ହେବ । ରାଜ୍ୟରେ ୬୦ରୁ ୭୨ ପ୍ରତିଶତ ଦେଖାଯିବ । ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ପ୍ରାୟ ସକାଳ ୧୦ଟା ୨୦ ରେ ଆରମ୍ଭ ହୋଇ ୨ଟା ୨୦ବେଳକୁ ଶେଷ ହେବ । ଏହା ସର୍ବାଧିକ ପ୍ରାୟ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ପରିଲକ୍ଷିତ ହେବ । ତେବେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବା ସମୟ ସ୍ଥାନ ଅନୁଯାୟୀ ଅଲଗା ରହିବ । ତେବେ ଏହାକୁ ନିରାପଦ ଓ ସହଜ ଉପାୟରେ ଦେଖିବାକୁ ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଅଳ୍ପ ସମୟ ପାଇଁ ହେଲେ ବି ଖାଲି ଆଖିରେ ଦେଖିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ସୌର ଚଷମା, ୧୪ ନମ୍ବର ୱେଲ୍ଡିଂ କାଚ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ଏହାକୁ ଦେଖିହେବ ।

ରାଜ୍ୟରେ ୩ ଘଣ୍ଟା ୩୧ ମିନିଟ ରୁ ୩ ଘଣ୍ଟା ୩୩ ମିନିଟ ପର୍ଯ୍ୟନ୍ତ ପରାଗ ସ୍ଥିତିକାଳ ରହିବ । ଏଥି ନିମନ୍ତେ ଜ୍ୟୋତିର୍ବିଦଙ୍କ ମତରେ ପରାଗର ୧୨ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ରାତି ୧୦ଟା ୩୮ ମିନିଟରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦୋବୋନୀତି ନିଷେଧ କରାଯାଇଛି । କେବଳ ଶିଶୁ, ବୃଦ୍ଧ ଓ ଗର୍ଭବତୀଙ୍କ ବ୍ୟତିତ ସଭିଏଁ ଏହାକୁ ପାଳନ କରିବାକୁ କହିଛନ୍ତି । ଏବେ ସୂର୍ଯ୍ୟପରାଗ ଓ ଆସନ୍ତା ମାସରେ ଆଉ ଏକ ଚନ୍ଦ୍ର ଗ୍ରହଣ ଆସୁଥିବାରୁ ଏହି ଦୃଶ୍ୟ ମାନବ ସମାଜ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ।

Add Zee News as a Preferred Source

ତେବେ କୋରୋନା କଟକଣା ସହ ସଟଡାଉନ ହେତୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଇଣ୍ଟରନେଟରେ ଉପଲବ୍ଧ ଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ସମୟ ଅନୁଯାଇ ଘରେ ରହି ସାବଧାନତା ଅବଲମ୍ବନ କରି ମହାଜାଗିତକ ଦୃଶ୍ୟକୁ ଉପଭୋଗ କରିବାକୁ କୁହାଯାଇଛି ।

About the Author